ୱାଣ୍ଡର ୱାର୍ଲଡ ୱାଟର ପାର୍କରେ ପହିଲି ରଜ

ୱାଣ୍ଡର ୱାର୍ଲଡ ୱାଟର ପାର୍କରେ ପହିଲି ରଜ

ଭୁବନେଶ୍ବର: ୱାଣ୍ଡର ୱାର୍ଲଡ ୱାଟର ପାର୍କରେ ବୁଧବାର ପହିଲି ରଜ ଆଡ଼ମ୍ବରରେ ପାଳନ କରାଯାଇଛି। ପୁରୀ ତହସିଲଦାର କ୍ଷୀରୋଦ ବେହେରା, ଡେପୁଟି କଲେକ୍ଟର ଜିତେନ୍ଦ୍ର ପାତ୍ର, ପରିଚାଳନା ନିର୍ଦ୍ଦେଶକ ନିରଞ୍ଜନ ପାତ୍ର, ମୁଖ୍ୟ ପ୍ରଶାସକ ଗିରିଜା ଶଙ୍କର ରଥ, ପ୍ରକଳ୍ପ ପରିଚାଳକ ବିଭୂତି ମିଶ୍ର ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।

ଏହି ଅବସରରେ ବିଭିନ୍ନ ପ୍ରକାର ପିଠା, ଦହିବରା, ଆଳୁଦମ, ଝାଲ ମୁଢ଼ି, ଗୁପଚୁପ, ପାନ ଷ୍ଟଲର ବ୍ୟବସ୍ଥା କରାଯାଇଛି। ବହୁତ ଡୋଲି, ସେଲ୍‌ଫି ପଏଣ୍ଟର ବ୍ୟବସ୍ଥା ହୋଇଛି। ୱେଭ୍‌ ପୁଲରେ ଗାୟକ ବିଷ୍ଣୁ ମୋହନ କବି, ସାଗରିକା ମିଶ୍ର ସଂଗୀତ ଗାନ କରିଥିବାବେଳେ ନୃତ୍ୟ ବି ହୋଇଥିଲା। ସାଧାରଣ ପରିଚାଳକ ରାଧାରମଣ ନାୟକ ଓ ୱାର୍ଟର ପାର୍କର ପରିଚାଳନା ନିର୍ଦ୍ଦେଶକ ଡ. ନାରାୟଣ ପାତ୍ରଙ୍କର୍ ତତ୍ତ୍ଵାବଧାନରେ ସମସ୍ତ କାର୍ଯ୍ୟ ସମ୍ପାଦିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe