ରାୟଗଡା: ସ୍ଥାନୀୟ ମହିଳା ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ଗତ ତିନି ଦିନ ଧରି ରଜ ପର୍ବ ଧୁମଧାମରେ ପାଳିତ ହୋଇଛି। ଶୁକ୍ରବାର ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଆଇନମନ୍ତ୍ରୀ ଜଗନ୍ନାଥ ସାରକା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଏସପି ବିଷ୍ଣୁ ପ୍ରସାଦ ପାତ୍ର, ରାୟଗଡା ମହାବିଦ୍ୟାଳୟର ଅଧ୍ୟକ୍ଷା ବବିଲତା ସାରଫ, ମହିଳା ସାଂସ୍କୃତିକ ଅନୁଷ୍ଠାନର ସଭାପତି ସୁଜାତା ପାଳ, ସଂପାଦିକା ସରସ୍ବତୀ ସାହୁ ପ୍ରମୁଖ ଉପସ୍ଥିତ ଥିଲେ। ଉଦଯାପନୀ ଉତ୍ସବରେ ରାୟଗଡା ସହରର ଶତାଧିକ ମହିଳା ଓ ବାଳିକାମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ। ଅତିଥିମାନେ ନିଜ ନିଜ ବକ୍ତବ୍ୟରେ ରଜ ପର୍ବ ଗଣପର୍ବରେ ପରିଣତ ହୋଇଥିବା କହିଥିଲେ। ଅନୁଷ୍ଠାନର ଏଭଳି କାର୍ଯ୍ୟକ୍ରମକୁ ଭୃୟସୀ ପ୍ରଶଂସା କରିଥିଲେ। ରଜ ପର୍ବକୁ ଜୀବନ୍ତ କରି ଗଢି ତୋଳିବାରୁ ଏହି ଅନୁଷ୍ଠାନର କର୍ମକର୍ତ୍ତାଙ୍କୁ ଶୁଭେଛା ଜଣାଇଥିଲେ। ଆଗାମୀ ଦିନରେ ସମସ୍ତ ସହଯୋଗ ନେଇ ମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି।

Advertisment

publive-image

ଏହି ଅବସରରେ ଗତ ତିନି ଦିନ ଧରି ବିଭିନ୍ନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା।ସେଥିମଧ୍ୟରୁ ପିଠଉ ଝୋଟି ପ୍ରତିଯୋଗିତାରେ ସସ୍ମତା ଚକ୍ରବର୍ତ୍ତୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଇତିଶ୍ରୀ ପ୍ରଧାନ ଦ୍ବିତୀୟ ଓ ଜୟଶ୍ରୀୟା ମାଝି ତୃତୀୟ ସ୍ଥାନ ଅଧିକାର କରିଥିଲେ। ମେହେନ୍ଦୀ ପ୍ରତିଯୋଗିତାରେ ଶୁଭଶ୍ରୀ ନାୟକ ପ୍ରଥମ ହୋଇଥିବା ବେଳେ ଉଦିତା ପୂଜାରୀ ଦ୍ବିତୀୟ ଏବଂ ଭବାନୀ ଗହିରା ତୃତୀୟ। ସେହିପରି ବାଳିକା ଵାନ ମିନଟ ଗେମରେ ଗୀତାଞ୍ଜଳି ପାଢ଼ୀ ପ୍ରଥମ ହୋଇଥିବା ବେଳେ ଜୟଶ୍ରୀ ମାଝି ଦ୍ବିତୀୟ ଏବଂ ଅର୍ଚ୍ଚିତା ଦେଓ ତୃତୀୟ। ମହିଳା ୱାନ ମିନଟ ଗେମରେ ସସ୍ମିତା ଚକ୍ରବର୍ତ୍ତୀ ଓ ରିଙ୍କି ବେହେରା ପ୍ରଥମ, ଜେ ଗଙ୍ଗା ଓ ଉଦିତା ପୂଜାରୀ ଦ୍ବିତୀୟ ଏବଂ ପ୍ରଚୀ ଅଗ୍ରୱାଲ ଓ ଇତିଶ୍ରୀ ପ୍ରଧାନ ତୃତୀୟ ହୋଇଥିଲେ। ସଂସ୍କୃତି ସଭ୍ୟାଙ୍କ ୱାନ ମିନଟ ଗେମରେ ଅରୁଣା ବେହେରା ପ୍ରଥମ, ପି.ରୋଜା ଦ୍ବିତୀୟ ଏବଂ ଅରୁଣା ପଟ୍ଟନାୟକ ତୃତୀୟ। ପିଠା ପ୍ରତିଯୋଗିତାରେ ରିଙ୍କି ବେହେରା ପ୍ରଥମ, ଜୟଶ୍ରୀ ମାଝି ଦ୍ବିତୀୟ ଏବଂ ଇତିଶ୍ରୀ ପ୍ରଧାନ ତୃତୀୟ ସ୍ଥାନ ଅଧିକାର କରିଥିଲେ। ଆଜିର ଉଦଯାପନୀ ଉତ୍ସବରେ ସମସ୍ତ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।