୨ୟ ମହଲାରୁ ଖସି ରାଜମିସ୍ତ୍ରୀଙ୍କ ମୃତ୍ୟୁ

ଜୟପୁର: ଆଜି ଦିନ ୧୧ଟା ବେଳେ ସ୍ଥାନୀୟ ବାଲିପଟା ସାହିର ନନ୍ଦରାଣୀ ନାୟକଙ୍କ ନିର୍ମାଣଧୀନ ୨ୟ ମହଲା ଘର କାମ କରୁଥିବା ରାଜମିସ୍ତ୍ରୀ ଅର୍ଜୁନ ହରିଜନ(୩୫) ଉପରୁ ଖସି ପଡ଼ି ମୃତ୍ୟୁ ବରଣ କରିଛନ୍ତି। ଜୟପୁର ଟାଉନ ପୁଲିସ ଏ ନେଇ ଏକ ଅପମୃତ ମାମଲା ରୁଜୁ କରିଛି। ମୃତ ମିସ୍ତ୍ରୀଙ୍କ ଘର ଜୟପୁର ସଦରଥାନା ଅନ୍ତର୍ଗତ ଡୁମୁରୀଗୁଡା ଗାଁରେ । ମୃତ ଅର୍ଜୁନ ଦ୍ବିତୀୟ ମହଲାରେ ନିର୍ମାଣ କାମ କରୁଥିବା ବେଳେ ଭାରସାମ୍ୟ ହରାଇ ଖସି ପଡ଼ିଥିବା କହିଛନ୍ତି ତଦନ୍ତକାରୀ ଏଏସଆଇ ଟି.ଅହମ୍ମଦ। ତଳେ ପଡ଼ିବା ପରେ ସେଠାରେ କାମ କରୁଥିବା ଅନ୍ୟ ସହ ମିସ୍ତ୍ରୀ ଓ ଶ୍ରମିକ ମାନେ ତାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟଚିକିତ୍ସାଳୟକୁ ନେଇକି ଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ସୂଚନା ପାଇ ମରଶରୀରକୁ ପଂଚାନାମା କରି  ବ୍ୟାବଛେଦ କରାଇ ପରିବାରବର୍ଗକୁ ହସ୍ତାନ୍ତର କରିଥିଲେ। ଏ ନେଇ ଜୟପୁର ଟାଉନଥାନାରେ ଏକ ଅପମୃତ ମାମଲା ରୁଜୁ ହୋଇଥିବା କହିଛନ୍ତି ଏଏସଆଇ ଅହମ୍ମଦ।

ସମ୍ବନ୍ଧିତ ଖବର