ଜୟପୁର: ଗ୍ରୀନ ଅର୍ମି କୋରାପୁଟ ଓ ପ୍ରେରଣା ଭୁବନେଶ୍ୱର ମିଳିତ ଆନୁକୁଲ୍ୟରେ ଜିଲ୍ଲାର ଜୟପୁର, କୋଟପାଡ଼, ବୈଇପାରୀଗୁଡା, କୋରାପୁଟ, କୁନ୍ଦ୍ରା ଆଦି ସ୍ଥାନରେ ବୃକ୍ଷକୁ ରାଖି ବାନ୍ଧି ଉତ୍ସବ ପାଳନ କରିଥିଲେ। ପ୍ରକୃତି ଓ ପରିବେଶକୁ ସୁରକ୍ଷିତ ରଖିବା, ବିଗଡ଼ିଯାଇଥିବା ସନ୍ତୁଳନକୁ ବଂଚାଇବା ପାଇଁ ବ୍ୟାପକ ପରିମାଣର ବୃକ୍ଷ ରୋପଣ କରିବାକୁ ପଡ଼ିବ। ଏହା ସହ ବିନା କାରଣରେ ଗଛ କାଟିବାକୁ ରୋକିବାକୁ ପଡ଼ିବ। ବୃକ୍ଷକୁ ସୁରକ୍ଷା ଦେଲେ ପ୍ରକୃତି ବଂଚିବ। ସୁସ୍ଥ ଓ ସବୁଜ ସୁନ୍ଦର ପରିବେଶ ସୃଷ୍ଟି ହେବା ସହ ମଣିଷ ମାନେ ଆରମରେ ଅମ୍ଲଜାନ ପାଇବେ। ବିଗଡ଼ିଯାଇଥିବା ଓଜେନସ୍ତର ମଧ୍ୟ ବୃଦ୍ଧି ପାଇବ। ସଂପ୍ରତି କୋରାନା ସମୟରେ ଗଛରୁ ମାଗଣା ମିଳୁଥିବା ଅମ୍ଳଜାନ ବି ବହୁତ୍ ମହଙ୍ଗା ପଡ଼ିଯାଇଥିଲା। ଠିକ୍ ସମୟରେ ଅମ୍ଳଜାନ ନ ମିଳିବାରୁ ବହୁ ମୂଲ୍ୟବାନ ଜୀବନ ମଧ୍ୟ ଚାଲି ଯାଇଥିଲା। ଅମ୍ଲଜାନ ନଥିଲେ ଲୋକେ ମରିଯିବେ ଏହାର ପ୍ରମାଣ ବି ମିଳି ସାରିଛି।ତେଣୁ ପବିତ୍ର ଗହ୍ମାପୁର୍ଣ୍ଣିମା ତଥା ରକ୍ଷା ବନ୍ଧନ ଭଳି ପବିତ୍ର ଦିନରେ ଗଛରେ ରାଖି ବାନ୍ଧି ତାକୁ ସୁରକ୍ଷା ଦେବାର ଶପଥ ନେଇଛନ୍ତି ଗ୍ରୀନ ଆର୍ମିର ସଦସ୍ୟ ମାନେ। ଏଥିରେ ଗ୍ରୀନ ଆର୍ମି କୋରାପୁଟ ର ହରେକୃଷ୍ଣ ମହାନ୍ତି, ତ୍ରିନାଥ ଦଳେଇ, ହର୍ଷିତା ପ୍ରିୟଦର୍ଶିନୀ, ସଦାନଦ ଅଧିକାରୀ, ପ୍ରଦୀପ ମହାନ୍ତି, ଉମେଶ ପଟ୍ଟନାୟକ,ଲଳିତ ଆଚରି, ପ୍ରୀତିନନ୍ଦିନି, ପ୍ରିୟଦର୍ଶିନୀ, କେନ୍ଦୁଗୁଡ଼ା ବନ ସୁରକ୍ଷା ସମିତି ର ସଭ୍ୟ ସଭ୍ୟା ଆଦି ଭାଗ ନେଇଥିଲେ।