ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ଗହ୍ମା ପୂର୍ଣ୍ଣିମା ଓ ରକ୍ଷା ବନ୍ଧନ ଉତ୍ସବ ପାଳିତ

ଆସନ୍ତା ୧୮ରେ ସମ୍ବାଦ ସାହିତ୍ୟଘର- ଆମଓଡ଼ିଶାର ରକ୍ତଦାନ ଶିବିର

ଖୋର୍ଦ୍ଧା : ଖୋର୍ଦ୍ଧା ସମ୍ବାଦ ସାହିତ୍ୟଘର ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗହ୍ମା ଉତ୍ସବ ଓ ରକ୍ଷାବନ୍ଧନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ସ୍ଥାନୀୟ ବିଡିଏ କଲୋନି ଗାୟତ୍ରୀ ମନ୍ଦିର ପରିସରରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଖୋର୍ଦ୍ଧା ସାହିତ୍ୟଘରର ସଭାପତି ସତ୍ୟବାଦୀ ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ପ୍ରଥମ ପର୍ଯ୍ୟାୟରେ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ମହାରଣାଙ୍କ ସଂଯୋଜନାରେ ଏକ କବିତା ପାଠ ଉତ୍ସବ ହୋଇଥିଲା । ଏଥିରେ କବି ଜ୍ୟୋତ୍ସ୍ନାରାଣୀ ମହାରଣା, ବିକ୍ରମ କେଶରୀ ଚମ୍ପତ୍ତି, କୈଳାସ ଚନ୍ଦ୍ର ପୃଷ୍ଟି, ଜ୍ୟୋତିପ୍ରଭା ପଟ୍ଟନାୟକ, ନାରାୟଣ ଦାସ, ଗୟାପ୍ରସାଦ ମିଶ୍ର, ରାଜ କିଶୋର କେଇ, ବାସୁଦେବ ସାହୁ, ସୁବାସ ପାଟ୍ଟଷାଣୀ, ଡ ନୀଳାଦ୍ରିନାଥ ଜଗଦେ୍ଦବ, ସୌଭାଗ୍ୟ କୁମାର କର, ଦିବ୍ୟ ଲୋଚନ ଭାରିମଲ୍ଲ, ରୋହିତ କୁମାର ଚମ୍ପତ୍ତି, ଡ ଚପଳା ପଣ୍ଡା, ସମରଜିତ ପଟ୍ଟନାୟକ, ସୁବାସିନୀ ପଟ୍ଟନାୟକ, ବାସନ୍ତୀ କେଇ, ଶାନ୍ତିଲତା ଦେବୀ, ତାପସ ରାୟସିଂହ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ ।

ଦ୍ୱିତୀୟ ପର୍ଯ୍ୟାୟ କାର୍ଯ୍ୟକ୍ରମରେ ଗହ୍ମା ପୂର୍ଣ୍ଣମୀ ଓ ରକ୍ଷା ବନ୍ଧନର ସାଂସ୍କୃତିକ ବିଶେଷତ୍ୱ ସମ୍ପର୍କରେ ଆଲୋଚନା ହୋଇଥିଲା । ଏଥିରେ ବୈକୁଣ୍ଠନାଥ ରାଜଗୁରୁ, ସାହିତ୍ୟଘର ଉପସଭାଗପତି ପ୍ରଫୁଲ୍ଲ କୁମାର ସାମନ୍ତରାୟ, ଜଗନ୍ନାଥ ସାହିତ୍ୟ ସଂସଦର ସଭାପତି ଶିବ ସୁନ୍ଦର ପଟ୍ଟନାୟ, ଡ ପରୀକ୍ଷିତ ସାହୁ, ଡ ବୃନ୍ଦାବନ ପଣ୍ଡା, ଦୟାନିଧି ସାହୁ, ବିଜୟ ଚନ୍ଦ୍ର ମହାପାତ୍ର ପ୍ରମୁଖ ନିଜ ବକ୍ତବ୍ୟ ରଖିଥିଲେ । ମୁଖ୍ୟଅତିଥି ଭାବେ ଡ ନନ୍ଦକିଶୋର ପଟ୍ଟନାୟକ, ମୁଖ୍ୟବକ୍ତା ଭାବେ ଡ.ଶରତ ଚନ୍ଦ୍ର ମହାପାତ୍ର ଯୋଗ ଦେଇ ଦିବସର ସାଂସ୍କୃତିକ ଓ ଧାର୍ମିକ ପରମ୍ପରା ସମ୍ପର୍କରେ କହିଥିଲେ । ଆଜି ବିଶିଷ୍ଟ କବିି ଗଙ୍ଗାଧର ମେହେରଙ୍କ ଜନ୍ମତିଥି ହୋଇଥିବାରୁ ତାଙ୍କୁ ଶ୍ରଦ୍ଧାଂଜଳି ଜ୍ଞାପନ କରାଯିବା ସହ ତାଙ୍କର ସାହିତ୍ୟକୃତି ସମ୍ପର୍କରେ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମକୁ ଉଲ୍ଲାସ ପୃଷ୍ଟି, ଜ୍ୟୋତିରଂଜନ ସାହୁ ପ୍ରମୁଖ ପରିଚାଳନା କରିଥିଲେ ।

ଏହି ଅବସରରେ ସାହିତ୍ୟଘରର ନୂତନ ସଦସ୍ୟଙ୍କୁ ସଦସ୍ୟତା ପ୍ରଦାନ ଓ ସମ୍ବର୍ଦ୍ଧିତ କରାଯାଇଥିଲା । ନୂତନ ସଦସ୍ୟମାନେ ହେଲେ- ଭଗବାନ ପଶ୍ଚିମକବାଟ, ଅଧ୍ୟାପକ ମନୋରଂଜନ ଦାଶ, ଆଇନଜୀବୀ ବ୍ରଜକିଶୋର ସାହୁ, ଇଂ ପ୍ରମୋଦ କୁମାର ପୃଷ୍ଟି, ଡ ପରୀକ୍ଷିତ ସାହୁ, ବିଜୟ ଚନ୍ଦ୍ର ମହାପାତ୍ର । ଏହା ସହ ଆସନ୍ତା ୧୮ ତାରିଖ ଯୁବ ସ୍ୱାଭିମାନ ଦିବସ ଅବସରରେ ଏକ ରକ୍ତଦାନ ଶିବିର ଆୟୋଜନ କରିବାକୁ ସ୍ଥିର ହୋଇଥିଲା । ଏଥିରେ କୌଣସି ସ୍ୱେଚ୍ଛାସେବୀ ରକ୍ତଦାନ କରିବାକୁ ଇଚ୍ଛୁକ ଥିଲେ ୯୬୫୮୮୨୭୯୪୩, ୯୪୩୮୭୩୪୬୪୪ ଓ ୯୨୩୭୦୮୯୫୦୯ରେ ଯୋଗାଯୋଗ କରିବାକୁ ସାହିତ୍ୟଘରର କୋଷାଧ୍ୟକ୍ଷା ଇତିଶ୍ରୀ ସାହୁ ଅନୁରୋଧ କରିଛନ୍ତି ।

ସମ୍ବନ୍ଧିତ ଖବର