ଏବିଭିପିର ବିଶାଳ ଛାତ୍ର ସମାବେଶ ଓ ଶୋଭାଯାତ୍ରା

ରାଇରଙ୍ଗପୁର: ରାଇରଙ୍ଗପୁର ଠାରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲାରୁ ୨୫ଟି ମହାବିଦ୍ୟାଳୟର ବିଭିନ୍ନ ଛାତ୍ର ନେତା ଓ ଛାତ୍ରୀ ନେତ୍ରୀମାନେ କଲେଜର ବିଭିନ୍ନ ସମସ୍ୟା ଏବଂ ଶିକ୍ଷା, ସୁରକ୍ଷା ଓ ରୋଜଗାରକୁ ନେଇ ରଣହୁଙ୍କାର ଦେଇଥିଲେ। ପ୍ରଥମେ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରୁ ଏକ ବିଶାଳ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରିବା ପରେ ଦୂର୍ଗା ମଣ୍ଡପ ନିକଟରେ ଏକ ସମାବେଶ ବସିଥିଲା। ଏହି ସମ୍ବିଳନୀରେ ହଜାର ହାଜର ସଂଖ୍ୟାରେ ଛାତ୍ରଛାତ୍ରଛାତ୍ରୀ ମାନେ ଯୋଗ ଦେଇଥିଲେ। ଏହି ସମ୍ମିଳନୀରେ ବିଭିନ୍ନ କଲେଜ କ୍ୟାମ୍ପସର ଛାତ୍ର ନେତା ଓ ଛାତ୍ରୀ ନେତ୍ରୀ ମାନେ ନିଜ ନିଜ କଲେଜ କ୍ୟାମ୍ପସର ସମସ୍ୟାକୁ ନେଇ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ରଣହୁଙ୍କାର ଦେଇ ଥିଲେ।

କଲେଜରେ ଥିବା ବିଭିନ୍ନ ସମସ୍ୟା ଯଥା ଶୀଘ୍ର ସମାଧାନ ନକରାଯାଏ ତାହାଲେ ବିଦ୍ୟାର୍ଥୀ ପରିଷଦ ସମସ୍ୟକୁ ନେଇ ରାଜଧାନୀର ରାଜରାସ୍ତାରେ ରଣହୁଙ୍କାର ଦେବା ନେଇ କାର୍ଯ୍ୟକ୍ରମରେ ଲିଙ୍ଗରାଜ ସେଠୀ ନିଜର ଅଭିଭାଷଣ ରଖିଥିଲେ। ଏଥିରେ ମୂଖ୍ୟ ଅତିଥି ଭାବେ ବିଦ୍ୟାର୍ଥୀ ପରିଷଦର ପୂର୍ବତନ କାର୍ଯ୍ୟକର୍ତ୍ତା ଦେବାଶିଷ ରାଉତ ରାଜ୍ୟ ସରକାରଙ୍କ ଅପାରଗତା ବିଷୟରେ ନିଜ ଅଭିଭାଷଣ ରଖିଥିଲେ। ଏହି କାର୍ଯ୍ୟକ୍ରମକୁ ପରମେଶ୍ବର ବେହେରା, ଦେବାଶିଷ ଆଚାର୍ଯ୍ୟ, ଅମିତ ଗିରି, ଭବାନୀ ମହାନ୍ତ, ରାଜେଶ ଆଚାର୍ଯ୍ୟ, ଚିନ୍ମୟ ବାରିକ, ରାକେଶ ମହାନ୍ତି, ସଚିକାନ୍ତ ବାରିକ, ରୁଚିକା ସାମଲ, ଭାରତୀ ସି, ଖୁସି ସିଂହ, ଶ୍ୱେତା ପ୍ରଜ୍ଞା ଗିରି, ନମିତା ଗିରିଙ୍କ ସମେତ ବହୁ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର