ଭଦ୍ରକ : ଅଙ୍ଗନଓ୍ଵାଡି କର୍ମୀମାନେ ସେମାନଙ୍କର ବିଭିନ୍ନ ମୌଳିକ ଦାବୀ ନେଇ ଦୀର୍ଘ ୧ ମାସରୁ ଉଦ୍ଧ୍ଵର୍ ରାଜଧାନୀରେ ଆନ୍ଦୋଳନ ଜାରି ରଖିଛନ୍ତି । ଆଜି ଜିଲ୍ଲାର ହଜାରେରୁ ଅଧିକ ଅଙ୍ଗନଓ୍ଵାଡି କର୍ମୀ ଓ ସହାୟିକା ଅଭିଭାବକମାନଙ୍କ ଦସ୍ତଖତ ସମ୍ବଳିତ ୮ ଦଫା ଦାବି ନେଇ ଏକ ଦାବିପତ୍ର ଜିଲ୍ଳାପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରିଛନ୍ତି।
ଅଙ୍ଗନଓ୍ଵାଡି କର୍ମଚାରୀଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରିବା, କର୍ମୀଙ୍କୁ ସର୍ବନିମ୍ନ ମାସିକ ୧୮ ହଜାର ଟଙ୍କା ଏବଂ ସହାୟିକାଙ୍କୁ ମାସିକ ସର୍ବନିମ୍ନ ୯ ହଜାର ଟଙ୍କା ପ୍ରଦାନ କରିବା, ବହିଷ୍କୃତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ମିନି ଅଙ୍ଗନଓ୍ଵାଡି ଉଚ୍ଛେଦ କରି ସେଥିରେ କାର୍ଯ୍ୟରତ କର୍ମଚାରୀଙ୍କୁ ମୁଖ୍ୟ ଅଙ୍ଗନଓ୍ଵାଡ଼ି କର୍ମଚାରୀ ମାନ୍ୟତା ପ୍ରଦାନ, କର୍ମଚାରୀଙ୍କୁ ଅବସରକାରୀନ ସହାୟତା ୫ ଲକ୍ଷ ଓ ମାସିକ ପେନ୍ସନ ୫ହଜାର ଟଙ୍କା ପ୍ରଦାନ, କାର୍ଯ୍ୟରତ ଅବସ୍ଥାରେ ମୃତୁ୍ୟ ବରଣ କଲେ କର୍ମଚାରୀଙ୍କୁ ସହାୟତା ରାଶି ୫ ଲକ୍ଷ ଦେବା ସହିତ ପରିବାରରୁ ଜଣଙ୍କୁ ଚାକିରି ଦେବା, ଗାଁ କଲ୍ୟାଣ ସମିତିରୁ ଅଙ୍ଗନଓ୍ଵାଡି କର୍ମଚାରୀଙ୍କୁ ବାଦ୍ ଦେବା, ୫୦ ପ୍ରତିଶତ ଅଙ୍ଗନଓ୍ଵାଡି କର୍ମୀଙ୍କୁ ପଦୋନ୍ନତି ଦିଆଯାଉଥିବା ବେଳେ ଆଉ ୫୦ ପ୍ରତିଶତ ସ୍ନାତକ ଓ ତଦୁର୍ଦ୍ଧ ଅଙ୍ଗନଓ୍ଵାଡି କର୍ମୀଙ୍କୁ ସୁପରଭାଇଜର ପଦବିରେ ପଦୋନ୍ନତି ଦେବା ଭଳି ଦାବୀ ଉକ୍ତ ଦାବୀପତ୍ରରେ ଉଲ୍ଲେଖ କରାଯାଇଥିଲା।
ପ୍ରଥମେ ଶହଶହ ସଂଖ୍ୟାରେ ଅଙ୍ଗନଓ୍ଵାଡି କର୍ମଚାରୀ ଗାନ୍ଧି ପଡ଼ିଆରୁ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସେଠାରେ ଅଲ୍ ଓଡ଼ିଶା ଅଙ୍ଗନଓ୍ଵାଡି ଲେଡ଼ିଜ୍ ଓ୍ଵାର୍କର୍ସ ଆସୋସିଏସନର ଜିଲ୍ଲା ସଭାନେତ୍ରୀ ଜୟନ୍ତୀ ଜେନାଙ୍କ ସଭାପତିତ୍ଵ ଏବଂ ଜିଲ୍ଳା ସଂଯୋଜିକା ଅନ୍ନପୂର୍ଣ୍ଣା ବିଶ୍ଵାଳଙ୍କ ସଂଯୋଜନାରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ଏଥିରେ ଭାରତୀୟ ମଜଦୁର ସଂଘ ଜିଲ୍ଲା ସଭାପତି ମନୋଜ ବସନ୍ତରାୟ, ସମ୍ପାଦକ ପରେଶ ନାଥ ଧଳ, ରାଜ୍ୟ ଆଶା ସହପ୍ରଭାରୀ ମୁକ୍ତିକାନ୍ତ ସାହୁ, ଧାମନଗର ବ୍ଲକରୁ ଅଙ୍ଗନଓ୍ଵାଡି ବ୍ଲକ ସଭାନେତ୍ରୀ ଜାନକୀ ଦାସ, ରୀନା ସାହୁ, ମଧୁସ୍ମିତା ନାୟକ, ଇନ୍ଦ୍ରମଣି ଧନୀ, ଭଣ୍ଡାରିପୋଖରୀ ବ୍ଲକରୁ ତପସ୍ବିନୀ ମହାନ୍ତି, ପଦ୍ମାବତୀ ବେହେରା, ବାସୁଦେବପୁର ବ୍ଲକରୁ ସୁଲୋଚନା ନାୟକ, ଶକୁନ୍ତଳା ନାୟକ, ଉର୍ବଶୀ ନାୟକ, କମଳିନୀ ମହାଳିକ, ତିହିଡ଼ି ବ୍ଲକରୁ ନମିତା ବସନ୍ତରାୟ, ସୁଜାତା ଜେନା, ବନ୍ତ ବ୍ଲକରୁ ସନ୍ଧ୍ୟା ପହି, ବିନତୀ ସାହୁ, ସ୍ବର୍ଣ୍ଣଲତା ଘଡେ଼ଇ, ସ୍ବର୍ଣ୍ଣ ନାୟକ, ଭଦ୍ରକ ବ୍ଲକରୁ ସଫିକା ସେରାଓ୍ଵତ, ରଞ୍ଜିତା ମହାନ୍ତି, ମିନତୀ ବାରିକ, ଚାନ୍ଦବାଲି ବ୍ଳକରୁ ଛବିରାଣୀ ନାୟକ, ମାଧବୀ ନାୟକ, ଦିପ୍ତୀ ମିଶ୍ର ପ୍ରମୁଖ ଭାଷଣ ମାଧ୍ୟମରେ ରାଜ୍ୟ ସରକାର ଏବଂ କେନ୍ଦ୍ର ସରକାରଙ୍କୁ ତୀବ୍ର ସମାଲୋଚନା କରିବା ସହିତ ଦାବୀ ପୂରଣ ପାଇଁ ଅନୁରୋଧ କରିଥିଲେ। ଏହି କାର୍ଯ୍ୟକ୍ରମକୁ ମଧୁସୂଦନ ପତି, ଅମୂଲ୍ୟ ଭୋଇ, ଅଶୋକ ନାୟକ, ବିଶ୍ଵନାଥ ଜେନା, ନିରାକାର ନାୟକ, ଜଗନ୍ନାଥ ପାତ୍ର, କମଳାକାନ୍ତ ସାହୁ ପ୍ରମୁଖ ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/IMG-20221228-WA0013.jpg)