ଭଞ୍ଜନଗରରେ ବିଶାଳ ଶୋଭାଯାତ୍ରାରେ ଅହିଂସା ରଥଙ୍କୁ ଭବ୍ୟ ସ୍ବାଗତ

ଭଞ୍ଜନଗର: ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ଜିଲ୍ଲାରେ ବୁଲୁଥିବା ଅହିଂସା ରଥ ପରିକ୍ରମାକୁ ଆଜି ଭଞ୍ଜନଗର ଠାରେ ଏକ ବିଶାଳ ଶୋଭାଯାତ୍ରାରେ ଭବ୍ୟ ସ୍ବାଗତ କରାଯାଇଛି। ସ୍ୱାଧୀନତା ସଂଗ୍ରାମରେ ଓଡ଼ିଶାର ଅବଦାନ ଓ ଗାନ୍ଧୀ ବାର୍ତ୍ତାର ପ୍ରଚାର ପ୍ରସାର ସହ ଅହିଂସା ବାର୍ତ୍ତା ଲୋକଙ୍କ ନିକଟରେ ପହଞ୍ଚାଇବା ଉଦ୍ଦେଶ୍ୟରେ ପରିକ୍ରମା କରୁଥିବା ଏହି ରଥକୁ ଆଜି ବଳଭଦ୍ର କୃଷକ ବଜାର ଠାରେ ପ୍ରଶାସନିକ ଅଧିକାରୀ, ଜନପ୍ରତିନିଧିଙ୍କ ଠାରୁ ଆରମ୍ଭ କରି ଅଙ୍ଗନବାଡି କର୍ମୀ, ସ୍ବଚ୍ଛସାଥୀ ସ୍କୁଲ କଲେଜର ଛାତ୍ରଛାତ୍ରୀ ମାନେ ସହର ପରିକ୍ରମା କରିଥିଲେ। ବିପଦର ବନ୍ଧୁ ଅନୁଷ୍ଠାନ ପକ୍ଷରୁ ଏକ ୭୫ ମିଟର ଜାତୀୟ ପତକା ସହ ଘୁମୁସର ମାଟିର ପଶୁମୁଖା ନୃତ୍ୟ, ଯୋଡି ଶଙ୍ଖ ପ୍ରମୁଖ ଆର୍କଷଣର କେନ୍ଦ୍ରବିନ୍ଦୁ ପାଲଟିଥିଲା। ଅହିଂସା ରଥ ସହ ସ୍କୁଲ ଛାତ୍ରଛାତ୍ରୀ ମାନେ ନିଜକୁ ବିଭିନ୍ନ ସଂଗ୍ରାମୀଙ୍କ ପୋଷକ ପରିଧାନ କରି ସହର ପରିକ୍ରମା କରିଥିଲେ।

Sambad

ଏହାପରେ ଟାଉନ ହଲ୍‌ରେ ଠାରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଉପଜିଲ୍ଲାପାଳ ଜ୍ୟୋତି ଶଙ୍କର ରାୟ, ବିଡ଼ିଓ ଶଶୀ ଭୂଷଣ ମହାପାତ୍ର, ଅତିରିକ୍ତ ତହସିଲଦାର ନିହାର ରଞ୍ଜନ ବେହେରା, ଏନ୍‌ଏସି ନଗରପାଳ ଗୋପବନ୍ଧୁ ମହାପାତ୍ର, ବ୍ଳକ୍‌ ଅଧ୍ୟକ୍ଷ ନରୀସଭା ନାୟକ, ଉପାଧ୍ୟକ୍ଷା ରାଜଲକ୍ଷ୍ମୀ ପ୍ରଧାନ, ଏନ୍‌ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଆ‌ଶୁତୋଷ ଗୌରବ କର, ସିଡ଼ିପିଓ ବିଷ୍ଣୁପ୍ରିୟା ସେଠୀ, ସାଂସଦ ପ୍ରତିନିଧି ପଞ୍ଚାନନ ପାଳ ପ୍ରମୁଖ ମଞ୍ଚାସୀନ ରହିଥ‌ିଲେ। ସୂଚନା ଓ ଲୋକ ସଂର୍ପକ ଅଧିକାରୀ ଗୌରୀଶଙ୍କର ଶତପଥୀଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ସ୍କୁଲ ଛାତ୍ରଛାତ୍ରୀଙ୍କ ଦ୍ବାରା ଦେଶାତ୍ମକ ବୋଧକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଏହାକୁ ଶୂଳପାଣି ଶତପଥୀ ସଂଯୋଜନା କରିଥିବା ‌ବେଳେ ଏନ୍‌ଏସି କାଉନସିଲର ବହୁ ସରପଞ୍ଚ ସମିତିସଭ୍ୟ ଓ ସ୍ବେଚ୍ଛାସ‌େବୀ ଅନୁଷ୍ଠାନ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର