ଖୋର୍ଦ୍ଧା ଗଡ଼ର ପୁନରୁଦ୍ଧାର ପାଇଁ ପାଇକ ଶୋଭାଯାତ୍ରା

ଖୋର୍ଦ୍ଧା: ଐତିହାସିକ ଖୋର୍ଦ୍ଧା ଗଡ଼ ଓ ବରୁଣେଇ କ୍ଷେତ୍ରର ବିକାଶ ପାଇଁ ଆଜି ବିଭିନ୍ନ ପାଇକ ସଂଗଠନର ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଖୋର୍ଦ୍ଧା ଗଡ଼ ଠାରେ ବରୁଣେଇ ଓ ଖୋର୍ଦ୍ଧା ଗଡ଼ ବିକାଶ ପରିଷଦ ପକ୍ଷରୁ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ପରିଷଦର ସଭାପତି ତଥା ପୂର୍ବତନ ବିଧାୟକ ଡଃ. ଦିଲ୍ଲୀପ ଶ୍ରୀଚନ୍ଦନ ସଂଯୋଜନା କରିଥିଲେ। ଖୋର୍ଦ୍ଧା ଗଡ଼ ନିକଟରେ ବରୁଣେଇ ଓ ଖୋର୍ଦ୍ଧା ଗଡ଼ର ସୁରକ୍ଷା ପାଇଁ ଶପଥ ନେଇଥିଲେ। କଳିଙ୍ଗ ପାଇକ କି୍ରଏସନ୍, ଗଜପତି ରାମଚନ୍ଦ୍ର ଦେବ ପାଇକ ଆଖଡ଼ାର ସଦସ୍ୟମାନଙ୍କ ସହ ପରିଷଦର କର୍ମକର୍ତା ଓ ସହରର ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶୋଭାଯାତ୍ରାରେ ଖୋର୍ଦ୍ଧା ଗଡ଼ଠାରୁ ପଞ୍ଚ ପାଇକ ସ୍ମାରକୀ ନିକଟରେ ପହଞ୍ଚିଥିଲେ। କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଶ୍ରୀଚନ୍ଦନ କହିଛନ୍ତି ଯେ ରାଜ୍ୟ ସରକାର ୫-ଟି ଯୋଜନାରେ ଓଡ଼ିଶାର ଅନେକ ପର୍ଯ୍ୟଟନସ୍ଥଳୀ, ଧାର୍ମିକସ୍ଥଳୀ, ବିଦ୍ୟାଳୟ ଆଦିର ବିକାଶ କରୁଥିବା ବେଳେ ବରୁଣେଇ ଓ ଖୋର୍ଦ୍ଧା ଗଡ଼ ପ୍ରତି ଅବହେଳା ପ୍ରଦର୍ଶନ କରିବା ଅତ୍ୟନ୍ତ ଦୁଃଖଦାୟକ।

ଏହାର ଉନ୍ନତି ପାଇଁ ଆଜି ଠାରୁ ଅଭିଯାନ ଆରମ୍ଭ ହୋଇଛି। ବିକାଶ ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉପରେ ଧାରଣା, ପ୍ରତିବାଦ ଶୋଭାଯାତ୍ରା ଆଦି ମାଧ୍ୟରେ ଚାପ ପକାଯିବ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଖୋର୍ଦ୍ଧା ବିକାଶ ମଞ୍ଚର ସଭାପତି ନରେନ୍ଦ୍ର ପୃଷ୍ଟି, ଖୋର୍ଦ୍ଧା ଜିଲ୍ଲା ଓକିଲ ସଂଘର ସଭାପତି ବିଜୟ ସାମନ୍ତସିଂହାର, ଉପସଭାପତି ପ୍ରଭାତ ବେହେରା, ବିକ୍ରମ ଚମ୍ପତ୍ତି ବାଲାଜୀ ପାତ୍ର, ଶତୃଘ୍ନ ପ୍ରଧାନ, ପ୍ରକାଶ ପରିଡ଼ା, ଗିରିଜା ଦାସ, ବିକାଶ ମଞ୍ଚର ସଂଯୋଜିକା ଶର୍ମିଷ୍ଠା ପଟ୍ଟନାୟକ, ଗାୟତ୍ରୀ ବୋଷ, ମାମିନା ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର