୪ ଦଫା ଦାବି ନେଇ ଅବସରପ୍ରାପ୍ତ ସୈନିକଙ୍କ ବିଶାଳ ଶୋଭାଯାତ୍ରା

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ଅବସରପ୍ରାପ୍ତ ସୈନ୍ୟବାହିନୀମାନଙ୍କ ଦ୍ବାରା ୪ ଦଫା ଦାବି ନେଇ ବିଶାଳ ଶୋଭାଯାତ୍ରା ରାଇରଙ୍ଗପୁର ଜଗନ୍ନାଥ ମ୍ୟାକେର୍ଟ ଠାରୁ ମଙ୍ଗଳବାର ସକାଳ ୯ ଘଟିକା ବେଳେ ବାହାରି ସ୍ଥାନୀୟ ବସଷ୍ଟାଣ୍ଡ ନିକଟ ବୀର ସହିଦ ନାଏବ ସୁବେଦାର ନନ୍ଦୁରାମ ସୋରେନ ପ୍ରତିମୂର୍ତ୍ତୀରେ ପହଞ୍ଚି ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବା ପରେ କଚେରୀ ମ୍ୟାକେର୍ଟ ସ୍ଥିତ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ପହଞ୍ଚି ସେମାନଙ୍କର ୪ ଦଫା ଦାବିପତ୍ର ଉପଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ସହକାରୀ ଉପଜିଲ୍ଲାପାଳଙ୍କୁ ମହାମହିମ ରାଷ୍ଟ୍ରପତି ଉଦ୍ଦେଶ୍ୟରେ ପ୍ରଦାନ କରିଥିଲେ। ସେମାନଙ୍କର ଚାରି ଦଫା ଦାବି ଗୁଡିକ ହେଲା- ସମାନ ରାଙ୍କ ସମାନ ପେନସନ,( ସମସ୍ତଙ୍କୁ ସମାନ ପେନସନ), ଚାକିରି ସମୟରେ ଡିସାପାଲଟି ହୋଇଥିବା ସୈନିକଙ୍କୁ ସମାନ ପେନସନ, ସ୍ୱଇଛାରେ ଚାକିରି ଛାଡି ଥିବା ସୈନିକ ଓଆରଓପି-୨ ରେ ସାମିଲ କରାଯାଉ।

କ୍ୟାପଟେନ୍ ଗୁରୁଚରଣ ହେମ୍ବ୍ରମଙ୍କ ପରିଚାଳନାରେ କ୍ୟାପଟେନ୍ ଜୁଝାର ମୁର୍ମୁ, ପି.ଟି ଅଫିସର ଧୂସୁରୁ ଜେରାଇ, ନାଏବ ପ୍ରତାପ ଚନ୍ଦ୍ର ମୁର୍ମୁ, ସୁବେଦାର ଲକ୍ଷ୍ମୀଧର ବେହେରା, ହାବିଲଦାର କ୍ଷେତ୍ର ମୋହନ ଟୁଡୁ, ସୁବେଦାର ରାସିକା ହେମ୍ବ୍ରମ୍, ହାବିଲଦାର ସମାଇ ମୁର୍ମୁ, ନାଏବ ଜୟପାଲ ମୁର୍ମୁ, ହାବିଲଦାର ଭାରିଆଲ ଟୁଡୁ, ନାଏବ ହାବିଲଦାର ଦେବଦତ୍ତ ଦାସ, ଛୋଟରାୟ ମୁର୍ମୁ, ସହିଦ୍ ନନ୍ଦୁରାମ ସୋରେନ(ବୀର ଚକ୍ର)ଙ୍କ ସ୍ତ୍ରୀ, ବୀର ନାରୀ ରୁକମଣୀ ହାଁସଦାଃ, ସୀତାମଣି ଟୁଡୁ, ପୂଣ୍ଣିମା ସୋରେନ, ପୂଣ୍ଣିମା ଟୁଡୁ, ପାର୍ବତୀ ହେମ୍ବ୍ରମ୍, ଏଲ୍ ଟି ତୁଳସୀ ସୋରେନ, ସିମଲ ହେମ୍ବ୍ରମ୍, ସୁନ୍ଦର ମୋହନ ମୁର୍ମୁ ପ୍ରମୁଖ ସହ ଶତାଧିକ ଅବସର ପ୍ରାପ୍ତ ସୈନିକ ମାନେ (ଆର୍ମି,ଏୟାରଫ୍ରୋସ୍ ଓ ନେଭି) ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର