ରାୟଗଡା: ଭାରତୀୟ ମଜୁଦୂର ସଙ୍ଘର ୪ଟି ଶ୍ରମ ଆଇନ ପ୍ରସ୍ତାବକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି। ଏହି ପରିପ୍ରେକ୍ଷୀରେ ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୁର ସଂଘର ସଭାପତି ମୋହନ ରାଓ ମାଝୀ, ଜିଲ୍ଲା ସମ୍ପାଦକ ଗଣେଶ କୁମାର ସାହୁ ଏବଂ ଜିଲ୍ଲା କାର୍ଯ୍ୟକାରୀ ସଭାପତି ଧର୍ମ ସିଂହ ନାଗଙ୍କ ନେତୃତ୍ୱରେ ସ୍ଥାନୀୟ ଗଜପତି ଛକରୁ ଏକ ବିରାଟ ସୋଭାଯାତ୍ରାରେ ବାହାରି ନଗର ପରିକ୍ରମା କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା। ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଯୋଗେଶ୍ଵର ଦାସଙ୍କ ଉପସ୍ଥିତିରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରାଙ୍କୁ ୪ ଦଫା ପ୍ରସ୍ତାବ ପତ୍ର ପ୍ରଦାନ କରାଯିବା ସହ ଓଡ଼ିଶାରେ ଆପୋଲୋ ହସ୍ପିଟାଲରେ ହେଉଥିବା ଦୁର୍ନୀତି ବିରୋଧରେ ଓଡ଼ିଶାର ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ୪ ଦଫା ଦାବି ପତ୍ର ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳଙ୍କୁ ପ୍ରଧାନ କରାଯାଇଥିଲା। ଦାବି ଗୁଡିକ ମଧ୍ୟରୁ ଦେଶର ସମସ୍ତ ଶ୍ରମିକ ବର୍ଗଙ୍କୁ ସାମାଜିକ ସୁରକ୍ଷା ଅନ୍ତର୍ଗତ ସମସ୍ତ ସୁବିଧା ଉପଲବ୍ଧ କରାଯାଉ।
ଠିକା ପ୍ରଥାର ଅନ୍ଧ ଅନୁକରଣକୁ ଉପରେ ନିୟନ୍ତ୍ରଣ ସହିତ ଠିକା ଶ୍ରମ ପ୍ରତିରୋଧ ଏବଂ ନିୟମିତ କରଣ ଅଧିନିୟମର ୧୯୭୦ର ଆବଶ୍ୟକ ସଂଶୋଧନ କରାଯାଉ। ଦେଶର ଆର୍ଥିକ ବିକାଶ ନିମିତ୍ତ ଜାତୀୟ ଶ୍ରମ ନୀତି ପ୍ରସ୍ତୁତ କରାଯାଉ। ସର୍ବନିମ୍ନ ମଜୁରୀ ବଦଳରେ ଜୀବିକା ଅଧିରିତ ମଜୁରୀ ନିର୍ଧାରଣ କରାଯାଉ। ଉପରୋକ୍ତ ପ୍ରସ୍ତାବ ସଂଗଠିତ ଏବଂ ଚୁକ୍ତିଭିତ୍ତିକ କର୍ମଚାରୀଙ୍କ କ୍ରମାଗତ ଦାବି ଉପରେ ଆଧାରିତ, ଯାହା ବାସ୍ତବରେ କମ୍ରଚାରୀଙ୍କ ଅଧିକାର ଅଟେ। ଏହି ପ୍ରସ୍ତାବକୁ ସର୍ବସମ୍ମତି କ୍ରମେ ପାରିତ କରାଯାଉଛି। ଏହା କୋଟି କୋଟି ଶ୍ରମିକଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଯଥାଶୀଘ୍ର ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଠାରେ ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘର ରାଜ୍ୟ ସମ୍ପାଦକ ଦାବି କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ପଦ୍ମନାଭ ଦାଶ, ବିଦ୍ୟାଭୁଷଣ ପଣ୍ଡା, ଶ୍ୟାମ କୁମାର ଦାସ, ପ୍ରଫୁଲ ପାତ୍ର ସହ ସଂଘର ସଂଲଗ୍ନ ସମସ୍ତ ସଂଗଠନର ପ୍ରାୟ ୧ ହଜାର କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ବେଳେ ଉକ୍ତ କାର୍ଯ୍ୟକ୍ରମକୁ ଭାରତୀୟ ମଜଦୁର ସଂଘର ଦୂର୍ଗା ମାଧବ ଘୋଷ, ଜୟନ୍ତୀ ପଦ୍ମାଳୟା ସାହୁ, ଉଷା ରାଣୀ ଦାସ, ନିରଞ୍ଜନ ସେନାପତି, ଗୀତାଞ୍ଜଳି ହିଆଲ, କେ ରାମ ବାବୁ, ଜୟଦେବ ସେଠ ପ୍ରମୁଖ ପରିଚାଳନା କରିଥିଲେ।