ଖୋର୍ଦ୍ଧା: ଆଜି ଦଳୀୟ ପ୍ରାର୍ଥୀଙ୍କ ପ୍ରଚାର ପାଇଁ ରାଜ୍ୟ ମହିଳା କଂଗ୍ରେସ ପକ୍ଷରୁ ଖୋର୍ଦ୍ଧାର ବିଭିନ୍ନ ଜିଲ୍ଲା ପରିଷଦ ଜୋନ୍ରେ ପ୍ରଚାର ଅଭିଯାନ ଆରମ୍ଭ ହୋଇଛି। ଆଜି ୧୧ ନମ୍ବର ଜିଲ୍ଲା ପରିଷଦ ଜୋନ୍ରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଟାଙ୍ଗୀ ବ୍ଲକ କଂଗ୍ରେସ କମିଟିର ସୁକାନ୍ତ ରାଉତରାୟ ନେତୃତ୍ୱ ନେଇଥିଲେ। ଏଥିରେ ରାଜ୍ୟ ମହିଳା କଂଗ୍ରେସ ରାଜ୍ୟ ସମ୍ପାଦିକା ସୁଭଦ୍ରା ମିଶ୍ର, କାର୍ଯ୍ୟକାରିଣୀ ସଦସ୍ୟା ପ୍ରଭାବତୀ ପଟ୍ଟନାୟକ, କୁସୁମ ପ୍ରଧାନ ପ୍ରମୁଖଙ୍କ ସହ ଅନ୍ୟ ମହିଳା ସଦସ୍ୟ ଓ କର୍ମକର୍ତ୍ତା ଯୋଗ ଦେଇଥିଲେ। ସୁନ୍ଦରପୁର, ମଙ୍ଗଳାଯୋଡ଼ି, କନ୍ତଳବାଇ, ବାଲିପାଟପୁର, ଉଜୁଡ଼ା ଗୋପିନାଥପୁର ଆଦି ପଞ୍ଚାୟତରେ ଶୋଭାଯାତ୍ରା କରିଥିଲେ।

Advertisment

ରାଜ୍ୟରେ ମହିଳାଙ୍କ ପ୍ରତି ବଢ଼ି ଚାଲିଥିବା ଅନ୍ୟାୟ ଓ ଅତ୍ୟାଚାରର ପ୍ରତିବାଦ, କେନ୍ଦ୍ର ସରକାରଙ୍କ କୃଷକ ବିରୋଧୀ ନୀତି ଆଦିର ସମାଲୋଚନା କରିବା ସହ ଦଳୀୟ ପ୍ରାର୍ଥୀ ରେଣୁବାଳା ବେହେରାଙ୍କୁ ଜିତାଇବା ପାଇଁ ଅନୁରୋଧ କରିଥିଲେ। ଏଥିରେ ଅନ୍ୟମାନଙ୍କ ମଧ୍ୟରେ ଜିତେନ୍ଦ୍ର ପ୍ରଧାନ, ସର୍ବେଶ୍ୱର ମଲ୍ଲିକ, କାର୍ତ୍ତିକ ସ୍ୱାଇଁ ପ୍ରମୁଖଙ୍କ ସହ ଛାତ୍ର, ଯୁବ କଂଗ୍ରେସର ସଦସ୍ୟ ଯୋଗ ଦେଇଥିଲେ।