ବୟସ ଆଗରେ ହାର୍ ମାନିଛି କୌଳିକ ବୃତ୍ତି, ପରିଣତ ବୟସରେ ଜୀବିକା ପାଇଁ ସଂଘର୍ଷ କରୁଛନ୍ତି ରାମ କମାର ଓ ସୁନାମଣି

ଲକ୍ଷ୍ମୀପୁର: କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ବୁର୍ଜା ଗ୍ରାମପଂଚାୟତ କୁଟୁଣି ପଦର ଗାଁର ଦମ୍ପତି ରାମ କମାର ଓ ସୁନାମଣି କମାର ପରିଣତ ବୟସରେ ମଧ୍ୟ ଜିବିକା ପାଇଁ ଆଜି ମଧ୍ୟ ହାର୍ ମାନି ନାହାଁନ୍ତି। ସେମାନଙ୍କ କୌଳିକ ବୃତ୍ତି ଆପଣାଇବା ସହ ଲକ୍ଷ୍ମୀପୁରର  ଶନିବାର ଦିନର ସାପ୍ତାହିକି ହାଟରେ ଆସି ସେମାନେ ବେସ୍ ଦିପଇସା ରୋଜଗାର କରି ସଂଧ୍ୟା ହେଲେ ଘରକୁ ଫେରନ୍ତି। ଗତ ୪ମାସ ହେଲା କରୋନା କଟକଣା ଯୋଗୁଁ ସାପ୍ତାହିକି ହାଟ ବନ୍ଦ ହୋଇଯାଇଥିବା ସମୟରେ ସରକାରଙ୍କ ଦ୍ବାରା ଦିଆଯାଇଥିବା ଟଙ୍କିକିଆ ଚାଉଳ ସହ ସ୍ବତନ୍ତ୍ର ଭତ୍ତା ଟଙ୍କା ମିଳିବାରୁ ୪ମାସ କଷ୍ଟେମଷ୍ଟେ ଚଳିଗଲେ । ବର୍ତମାନ ହାଟ ଆରମ୍ଭ ହୋଇଥିବା ଖବର ପାଇ ଉଭୟ ଦମ୍ପତି ସେମାନଙ୍କ ଲୁହା ସାମଗ୍ରୀ ଧାର କରିବା ପଙ୍କା, କୋଇଲା, ଚିମୁଟା ଭଳି ହତିଆର ଧରି ହାଟରେ ପହଞ୍ଚିଥିଲେ।

ପ୍ରତ୍ୟକ ସପ୍ତାହ ଭଳି ଯେଉଁ ଆମ୍ବ ଗଛ ମୂଳେ ଆଗରୁ ବସି ଚାଷବାଷ କାର୍ଯ୍ୟରେ ବ୍ୟବହୃତ ସାମଗ୍ରୀ ଧାରୁଆ କରନ୍ତି। ଆଜି ମଧ୍ୟ ସେହି କାର୍ଯ୍ୟରେ ବସି ରହି କାର୍ଯ୍ୟକରୁଥିଲେ। ପରିଣତ ବୟସରେ ସ୍ତ୍ରୀଙ୍କ ସହାୟତାରେ ଏପରି କାର୍ଯ୍ୟ କରୁଥିବା ଦେଖି ଆମ ପ୍ରତିନିଧି ତାଙ୍କ ସହ କିଛି ସମୟ ପାଇଁ ଆଲୋଚନା କରିଥିଲେ।

ରାମ କମାରଙ୍କ କହିବା ପ୍ରକାରେ ସେ ଯେତେବେଳେ ଛୋଟ ଥିଲେ ତାଙ୍କ ପିତା ମାତାଙ୍କ ମୃତ୍ୟୁ ହୋଇଯିବା ପରେ କାଶିପୁର ବ୍ଲକର ଖଜୁରିଗୁଡା ଗାଁରୁ ଚାଲି ଆସି ମାମୁଁ ଘର ଭୁଇଁ ପାଟଣାରେ ରହିଗଲେ। ବଡ ହୋଇ ବାହାସାହା ହୋଇ ସେମାନଙ୍କ କମାର ବୃତ୍ତିରେ ପିଲା ଦିନ ଠାରୁ ସେ ଲାଗି ପଡିଛନ୍ତି। ପ୍ରାୟ ୬୫ ବର୍ଷରୁ ଉର୍ଧ ହେଲାଣି ତାଙ୍କୁ କିନ୍ତୁ ନିଜର ବୋଲି ଗାଁରେ କିଛି ନାହିଁ ତାଙ୍କର, ଗାଁର ଜଣେ ଆଦିବାସୀ ସଂମ୍ପ୍ରଦାୟର ସହୃଦୟ ବ୍ୟକ୍ତି ପୁରଟା ପ୍ରେପେକା ମୁଣ୍ଡ ଗୁଞ୍ଜିବା ସକାଶେ ଜମି ଖଣ୍ଡିଏ ପ୍ରଦାନ କରିଥିବା ବେଳେ ଛୋଟିଆ କୁଡିଆ ଟିଏ କରି ରହିଛନ୍ତି। ପରିବାର କହିଲେ ୩ ପୁଅ ଓ ଦୁଇ ଝିଅ। ସେମାନଙ୍କ ମଧ୍ୟରୁ ଗୋଟିଏ ଝିଅକୁ ବାହା ଦେଇଥିବା ବେଳେ ବଡ ପୁଅ ବାହା ହୋଇ ଅଲଗା ରହୁଛି। ମଝିଆ ପୁଅ ବାହା ହୋଇ ତାଙ୍କ ନିଜ ପାଖରେ ହିଁ ରହିଛନ୍ତି। ବର୍ତମାନ ଘରେ ମଝିଆ ପୁଅ, ବୋହୂ, ଗୋଟିଏ ଝିଅ, ଗୋଟିଏ ପୁଅ, ନାତି ଓ ତାଙ୍କ ସ୍ତ୍ରୀ ସହ ମିଳିମିଶି ୭ ଜଣ ରହୁଛନ୍ତି।

 

ସମ୍ବନ୍ଧିତ ଖବର