ରାଇରଙ୍ଗପୁର/ବିଜାତଳା: ରାଜ୍ୟ ଓ କେନ୍ଦ୍ର ସରକାର ସାଧାରଣ ଲୋକଙ୍କ ପାଇଁ ବିଭିନ୍ନ ପ୍ରକାର ଯୋଜନା କରିଛନ୍ତି । ଏହି ଯୋଜନା ମଧ୍ୟରୁ ଲୋକଙ୍କ ଗମନାଗମନ ପାଇଁ ପକ୍କା,ପିଚୁ ରାସ୍ତା,ପାନୀୟ ପାଇଁ ବସୁଧା ଯୋଜନା, ଶିକ୍ଷାର ବିସ୍ତାର ପାଇଁ ୫-ଟି ଯୋଜନା ମାନ କରଛନ୍ତି। ଏହି ଗ୍ରାମ୍ୟ ରାସ୍ତା ମୁଖ୍ୟରାସ୍ତାକୁ ସଂଯୋଗ କରିବା ଫଳରେ ଲୋକେ ସୁବିଧାରେ ଜିଲ୍ଲା, ତହସିଲ,ଥାନା,ବ୍ଲକ ସମେତ ଅତି ଜରୁରୀ କାର୍ଯ୍ୟ ପାଇଁ ମୁଖ୍ୟ ସ୍ଥଳରେ ପହଂଚି ପାରିବେ। କିନ୍ତୁ ରାମଚନ୍ଦ୍ରପୁର ଦୁଃଖ କହିଲେ ନ ସରେ, ଏଠି ସବୁ ଓଲଟା, ବର୍ଷା ଦିନରେ ଗ୍ରାମବାସୀଙ୍କ ଦୁଃଖ ଦ୍ଵିଗୁଣିତ ହୋଇଯାଇଥାଏ | ମାଟି ରାସ୍ତାରେ ଆଣ୍ଠୁଏ କାଦୁଅ ସହିତ ପିଲା ସ୍କୁଲ ଯିବା ବନ୍ଦ ହୋଇଯିବା ଓ ଅତି ଜରୁରୀ ସେବା ଆମ୍ବୁଲାନ୍ସ ଓ ଦମକଳ ଗ୍ରାମକୁ ଆସି ପାରୁନାହିଁ। ଏମିତି ବି ଏହି ରାସ୍ତା ପାଇଁ ରୋଗୀ ଜୀବନ ବଂଚିବା ବଦଳରେ ମୃତ୍ୟୁ ମୁଖରେ ପଡିଥାନ୍ତି। ଏ ସମନ୍ଧରେ ସ୍ଥାନୀୟ ରାଜନେତାଠାରୁ ଆରମ୍ଭ କରି ପ୍ରଶାସନକୁ ଅବଗତ କରିଥିଲେ ମଧ୍ୟ କେହି ଶୁଣି ନାହାନ୍ତି।ତେବେ ଏହି ସବୁ ମୌଳିକ ସୁବିଧାରୁ ବହୁ ଦୂରରେ ଏବେ ମଧ୍ୟ ବଞ୍ଚିତ ଅଛନ୍ତି, ମୟୂରଭଞ୍ଜ ଜିଲ୍ଲା ବିଜାତାଳା ବ୍ଲକ ଅନ୍ତର୍ଗତ ଖନ୍ତ ପଞ୍ଚାୟତ ଖନ୍ତ ଗ୍ରାମର ରାମଚନ୍ଦ୍ରପୁର ସାହିର ବାସିନ୍ଦା।
ଯାହାକି ବର୍ତମାନ ଖନ୍ତ ପଞ୍ଚାୟତର ରାମଚନ୍ଦ୍ରପୁର ସାହି ନାମରେ ସରକାରଙ୍କ ରେକର୍ଡରେ ଅନ୍ତର୍ଭୁକ୍ତ। କିନ୍ତୁ ଦୁଃଖର ବିଷୟ ରାମଚନ୍ଦ୍ରପୁରବାସୀ ଗତ ୧୯୯୫ ମସିହାରୁ ଏହି ସାହିକୁ ସ୍ବତନ୍ତ୍ର ରାଜସ୍ୱ ଗ୍ରାମର ପାଇଁ ଦାବି କରି ଆସୁଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ମାନ୍ୟତା ପାଇ ପାରି ନାହିଁ। ଯାହା ଫଳରେ ସରକାରଙ୍କ ବିଭିନ୍ନ ମୌଳିକ ସୁବିଧାରୁ ବଂଚିତ ହୋଇରହିଛନ୍ତି। ଏହି ପରିପ୍ରେକ୍ଷୀରେ ଆଜି ଗାଁ ମୁଖିଆ ସୁନିଲ୍ କୁମାର୍ ହାଁସଦା ଓ ଜଗନ୍ନାଥ ପୂର୍ତ୍ତିଙ୍କ ନେତୃତ୍ବରେ ବିମଲ ସୋରେନ୍, ରାମେଶ୍ବର ଟୁଡୁ,ମଦନ ଟୁଡୁ,ଗୋବିନ୍ଦା ପୂର୍ତ୍ତି, ଧନଞ୍ଜୟ ମୁର୍ମୁ,ଜୟହରି ମହାକୁଡ଼,ମନୋଜ ଟୁଡୁ, ସୀତା ରାମ ସିଂ,ବୁଧୁ ରାୟ ଟୁଡୁ, ହୀରାବାଇ ନାଏକ, ପାର୍ବତୀ ହାଁସଦା, ଶ୍ରୀମତୀ ମହାନ୍ତ, ସୁକୁମା ଟୁଡୁ,ପାଣ୍ଡୁ ସିଂ ସମେତ ଶତାଧିକ ଗ୍ରାମବାସୀ ଉପସ୍ଥିତି ରହି,ନିଜ ସାହିର ରାଜସ୍ବ ଗ୍ରାମ ଦାବି ନେଇ ନାରାବାଜି କରିଥିଲେ ଏବଂ ଯଦି ସଧାରଣ ନିର୍ବାଚନ ପୂର୍ବରୁ ରାମଚନ୍ଦ୍ରପୁରକୁ ରାଜସ୍ବ ଗ୍ରାମର ମାନ୍ୟତା ନ ମିଳେ, ତାହେଲେ ସାହିରେ ଥିବା ୧୫୦୦ ରୁ ଅଧିକ ଭୋଟର ଭୋଟ ବର୍ଜନ କରିବେ ବୋଲି ଚେତାବନୀ ଦେଇଛନ୍ତି।