କୋରାପୁଟ: କଥା ଦେଇ କଥା ରଖିଲେ ଓଡ଼ିଶାର ପୁଲିସ ଡିଜି। ଆତ୍ମସମର୍ପଣ କରିଥିବା ଏସିଏମ କ୍ୟାଡର ନକ୍ସଲ ରାମେ ମାଡକାମି ଓ ତୁଲସା ହୁଇକାଙ୍କୁ ପୁଲିସ ଡିଜି ଅଭୟଙ୍କ ନିର୍ଦ୍ଦେଶରେ କୋରାପୁଟ ଏସପିଙ୍କ ପକ୍ଷରୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ରାମେ ଓ ତୁଲସାଙ୍କୁ ଅଢେଇ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଓ ୯୮ ହଜାର ଟଙ୍କାର ଘର, ଶିକ୍ଷା ଓ ବୈବାହିକ ଜୀବନ ପାଇଁ ପ୍ରଦାନ କରାଯାଇଛି। ଏହି ଅର୍ଥ ସେମାନେ ୬ ମାସ, ୧୨ ମାସ ଓ ୩ ବର୍ଷ ବିନିମୟରେ ଟଙ୍କାକୁ ଉଠାଇ ପାରିବେ।
ରାମେ ଗତବର୍ଷ ଡିସେମ୍ବର ମାସରେ ପୁଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ୭ବର୍ଷ ପରେ ଫେବ୍ରୁଆରି ମାସରେ ପରିବାରବର୍ଗଙ୍କ ନିକଟକୁ ଫେରିଥିଲେ ରାମେ। କୋରାପୁଟ ଏସ୍ପି ବରୁଣ ଗୁଣ୍ଟୁପାଲ୍ଲିଙ୍କ ପକ୍ଷରୁୂ ଏକ ସାମ୍ବାଦିକ ସମ୍ମିଳନୀ କରି ବାପା ଶୁକ୍ରା ମାଡକାମୀ, ମା’ ବୀରେ ମାଡକାମୀ, ଭଉଣୀ ପାଙ୍ଗତି ମାଡକାମୀଙ୍କ ଉପସ୍ଥିତିରେ ରାମେ ଘରକୁ ଯାଇଥିଲେ।
ଗତବର୍ଷ ଆନ୍ଧ୍ରପ୍ରଦେଶ ପେଡା ବାଇଲୁ ଅଧୀନରେ ରହିଥିବା ଲାଣ୍ଡୁଲ ଗାଁରେ ପୁଲିସ-ମାଓବାଦୀଙ୍କ ଗୁଳି ବିନିମୟ ବେଳେ ରାମେଙ୍କ ଦେହରେ ଗୁଳି ବାଜିଥିଲା। ଏହି ସମୟରେ ମେଡିକାଲ ସହାୟତା ଦେଇ ନ ଥିଲେ ତାଙ୍କ ଟିମ୍। କୋରାପୁଟ ଜିଲ୍ଲା ପୁଲିସ ସହାୟତାରେ ତାଙ୍କୁ ଅସ୍ତ୍ରୋପଚାର କରାଯାଇଥିଲା। ଓଡ଼ିଶା, ଆନ୍ଧ୍ର ଓ ଛତିଶଗଡରେ ବହୁ ହିଂଶାକାଣ୍ଡରେ ଜଡିତ ରାମେ ମାଡକାମୀ ଟପ ମାଓନେତା ଆରକେର ସୁରକ୍ଷା ମଣ୍ଡଳୀରେ କାମ କରୁଥିଲେ। ମାଲକାନଗିରି ଜିଲ୍ଲା କାଲିମେଳା ଥାନା କୁରୁବ ଗାଁର ରାମେ ୭ ବର୍ଷ ତଳେ ମାଓ ସଂଗଠନରେ ଯୋଗ ଦେଇଥିଲେ। ମାତ୍ର ୧୬ ବର୍ଷ ବୟସରେ ସେ ମାଓବାଦୀଙ୍କ ସାଂସ୍କୃତିକ ଗଣନାଟ୍ୟ ମଣ୍ଡଳୀରେ ଯୋଗ ଦେଇଥିଲାବେଳେ ପରେ ବନ୍ଧୁକ ଚାଳନା ନେଇ ତାଲିମ ନେଇଥିଲେ। ଅଳ୍ପଦିନ ଭିତରେ ତାଙ୍କୁ ଏରିଆ କମିଟି ମେମ୍ବରକୁ ପଦୋନ୍ନତି ଦିଆଯାଇଥିଲା।
କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ ସେ କାମ କରୁଥିଲେ। ଏରିଆ କମିଟି ମେମ୍ବର ମହିଳା ମାଓବାଦୀ ରାମେ ମାଡକାମି ଡିସେମ୍ବରରେ ତତ୍କାଳନୀ କୋରାପୁଟ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଥିଲେ। ସେ ବହୁ ହିଂଶାକାଣ୍ଡରେ ସମ୍ପୃକ୍ତି ଥିଲାବେଳେ ତାଙ୍କ ନାମରେ ୧୦ରୁ ଅଧିକ ମାମଲା ରହିଥିଲା।
Sambadମାଓନେତା ଆରକେର ସୁରକ୍ଷା ଦାୟିତ୍ବରେ ରହିଥିବା ରାମେଙ୍କ ନାମରେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯାଇଥିଲା। ସେ ଆତ୍ମସମର୍ପଣ କରିବା ପରେ ତାଙ୍କୁ ରାଜ୍ୟ ସରକାରଙ୍କ ଆତ୍ମ ସମପର୍ଣ ନୀତି ଅନୁସାରେ ବିଭିନ୍ନ ସୁବିଧା ସୁଯୋଗ ଯୋଗାଇ ଦିଆଯାଯାଇଛି।
ଅନ୍ୟପକ୍ଷରେ ମାଓବାଦୀଙ୍କ ସହ ଦୀର୍ଘ ୭ ବର୍ଷର ସଂପର୍କ ତୁଟାଇଥିବା ତୁଲାସେଙ୍କୁ ମଧ୍ୟ ଆର୍ଥିକ ସହଯୋଗ ଯୋଗାଇଛି ଓଡ଼ିଶା ସରକାର। ସେ ଡିଜିପି ଅଭୟଙ୍କ ନିକଟରେ ବୈପାରିଗୁଡା ଏରିଆ କମିଟି କ୍ୟାଡର ମାଓବାଦୀ ତୁଲାସେ ହୁଇକା ଓରଫ ତୁଲସୋ ଆତ୍ମସମର୍ପଣ କରିଥିଲେ। ତୁଲସେ ମାଓ ସଂଗଠନରେ ୨୦୧୨ ମସିହାରେ ଯୋଗ ଦେଇଥିଲେ। ସେହି ସମୟରେ ତାଙ୍କୁ ୧୩ ବର୍ଷ ବୟସ ହୋଇଥିଲା। ପାଠ ଛାଡି ସେ ସଂଗଠନ ଦ୍ୱାରା ତାଲିମ ନେବା ଓ ବନ୍ଧୁକ ଚଲାଇବା ଶିକ୍ଷା କରିଥିଲେ। ସେଡଟ୍ ୩୩୩ ରାଇଫଲ ଚଳାଉଥିବାବେଳେ ଥାର୍ଡ ସିଆରସି ଓ ଆରକେର ସୁରକ୍ଷା ଦାୟିତ୍ବରେ ୨୦୧୫ ପର୍ଯ୍ୟନ୍ତ ରହିଥିଲେ।
୨୦୧୫ରେ ସେ ପଦୋନ୍ନତି ପାଇ ଏରିଆ କମିଟିରେ ଯୋଗ ଦେବା ପରେ ସେ ଇନସାକ୍ ରାଇଫଲ ଚଳାଇବା ଶିକ୍ଷା କରିଥିଲେ। ସେ ପେଡାବାଇଲୁ ଏରିଆ କମିଟି, ଗୁମ୍ମା ଏରିଆ କମିଟିର କଟ୍ ଅଫ୍ ଏଲଓଏସରେ ମେ ମାସ ୨୦୨୧ ଯାଏ ରହିଥିଲେ। ଏହାପରେ ସେ ବୈପାରିଗୁଡା ଏରିଆ କମିଟି, ଆନ୍ଧ୍ର ଓ ଛତିଶଗଡ ସମୀନ୍ତରେ ଥିବା ବହୁ କମିଟିରେ କାମ କରିଥିଲେ। ତେବେ ତୁଲସା ୨୦୧୬ ମାଲକାନଗିରି ଚିତ୍ରକୋଣ୍ଡା ଥାନ୍ତା ଅନ୍ତର୍ଗତ ରାମଗୁଡା ଗୁଳିବିନିମୟରେ ରହିଥିବାବେଳେ ୨୦୧୮ ପନପଦର ଗୁଳିବିନିମୟ ଓ ସେହିବର୍ଷ ଯୋଡାଆମ୍ବ ଗୁଳିବିନିୟମ ଘଟଣାରେ ରହିଥିଲେ। ସେହିପରି ୨୦୨୧ ମାଥିଲି ଥାନା ଅନ୍ତର୍ଗତ ନଚନଖାରି ଗୁଳିବିନିମୟ ଓ ଦଲଦାଲି ଗୁଲିବିନିମୟରେ ସାମିଲ ରହିଥିଲେ। ୨୦୧୫ରେ ଇନସାଫ ରାଇଫଲ ଚଳାଇବା ଶିଖିବା ପରେ ପେଡାବାଇଲୁ ଏରିଆ କମିଟି ପାଇଁ କାମ କରିଥିଲେ। ଗତ ମେ’ ମାସରେ ତାଙ୍କୁ ବୈପାରୀଗୁଡ଼ା ଏରିଆ କମିଟିକୁ ବଦଳି କରାଯାଇଥିଲା। ସେ କୋରାପୁଟ ଓ ମାଲକାନଗିରି ଜିଲ୍ଲାର ବିଭିନ୍ନ ଅଂଚଳରେ କାମ କରିଥିଲେ। ସେହିପରି ଓଡ଼ିଶା ସୀମାନ୍ତ ଆନ୍ଧ୍ରପ୍ରଦେଶ ଓ ଛତିଶଗଡ଼ ଅଂଚଳରେ ମଧ୍ୟ କାମ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/07/kpt-tulsa-huika.jpg)