ଝୋଟି ଓ ମୁରୁଜ ପ୍ରତିଯୋଗିତା, ପାରମ୍ପରିକ କଳା ବଞ୍ଚିଲେ କଳାକାର ବଞ୍ଚିବ: ପଦ୍ମଶ୍ରୀ ସୁଦର୍ଶନ

କୋରାପୁଟ: ସ୍ଥାନୀୟ ପଦ୍ମପୁର ଗାଁରେ ଆଜି ଓଡିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ଲଲିତ କଳା ଏକାଡ଼େମୀ ମାଧ୍ୟମରେ ଝୋଟି ଓ ମୁରୁଜ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ଯୋଗଦେଇ କଳା ଓ କଳାକାରଙ୍କୁ କଳାକୃତି ସମ୍ପନ୍ଧରେ ପରାମର୍ଶ ଦେଇଥିଲେ। ଏବଂ କୋରାପୁଟ ଜିଲ୍ଲାର ପାରମ୍ପାରିକ କଳା ବଞ୍ଚିଲେ କଳାକାର ମୁହଁରେ ଦାନା ମିଳିବ ବୋଲି ସେ କହିଥିଲେ। କୋରାପୁଟ ଜିଲ୍ଲାର ପଦ୍ମପୁର ଗ୍ରାମରେ ଏକ ଝୋଟି ଓ ମୁରୁଜ ପ୍ରତିଯୋଗିତା ଜିଲ୍ଲା ପ୍ରଶାସନ ସହଯୋଗରେ ଅନୁଷ୍ଠିତ ହୋଇଥିବାବେଳେ ରାଜ୍ୟରେ ଝୋଟି ଚିତ୍ର ଦିନକୁ ଦିନ ଅବଲୁପ୍ତ ହୋଇଯାଉଥିବାରୁ ଏହାକୁ ଉଦ୍‌ଜୀବିତ କରି ରଖିବା ପାଇଁ ଏକାଡ଼େମୀ ତରଫରୁ ଏକ ପ୍ରୟାସ କରାଯାଇଥିଲା ଓ ଏହି ପ୍ରତିଯୋଗିତାରେ ପଦ୍ମପୁର ଗ୍ରାମର ୧୦୮ ଜଣ ମହିଳା ଶିଳ୍ପୀ ନିଜ ଘର ସମୁଖ ବାରଣ୍ଡାରେ ସୁନ୍ଦର ସୁନ୍ଦର ଝୋଟି ଓ ମୁରୁଜରେ ଚିତ୍ର ଅଙ୍କନ କରିଥିଲେ ଓ ଏକ ବିଚାରକ ମଣ୍ଡଳୀ ଦ୍ଵାରା ୩ ଜଣ ନାରୀ ଶିଳ୍ପୀଙ୍କୁ ତାଙ୍କର ସର୍ବକୃଷ୍ଟ କୃତି ନିମନ୍ତେ ପୁରସ୍କୃତ କରାଯିବା ସହ ୩ ଜଣଙ୍କୁ ସାନ୍ତ୍ଵନା ମୂଳକ ପୁରସ୍କାର ପ୍ରଦ‌ାନ କରଯାଇଥିଲା।

Sambad

ଯଶସ୍ଵିନୀ ହନ୍ତାଳ, ଶାନ୍ତିଲତା ଖେମୁଣ୍ଡି ଓ ଅନ୍ନପୂର୍ଣ୍ଣା ଖେମୁଣ୍ଡିଙ୍କୁ ଶ୍ରେଷ୍ଠକୃତ୍ତି ଶିଳ୍ପୀ ଓ ଆରତୀ ମହାନ୍ତି, ଶିବାନୀ ମହାନ୍ତି ଓ ରିନା ଉପାଡିଆଙ୍କୁ ସାନ୍ତ୍ଵନାମୂଳକ ପୁରସ୍କାର ପ୍ରଦାନ କରାଯାଇଥିଲା ଓ ପୁରସ୍କାର ପ୍ରଦାନ ଉତ୍ସବରେ ଓଡ଼ିଶା ଲଲିତ କଳା ଏକାଡ଼େମୀର ସଭାପତି ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ତଥା ପଦ୍ମଶ୍ରୀ ଡକ୍ଟର ସୁଦର୍ଶନ ପଟ୍ଟନାୟକ, କୋରାପୁଟ କାର୍ଯ୍ୟ ନିର୍ବାହୀ ଅଧିକାରୀ ବେଦ ଭୂଷଣ, ଜିଲ୍ଲା ସଂସ୍କୃତି ଅଧିକାରୀ ମାଧବ ପାଙ୍ଗି, ଗୋଷ୍ଠୀ ଉନ୍ନୟନ ଅଧିକାରୀ ନରେନ୍ଦ୍ର ନାୟକ, ଓଡ଼ିଶା ଲଲିତ କଳା ଏକାଡ଼େମୀ ସଚିବ ପଞ୍ଚାନନ ସାମଲ ଓ ପଦ୍ମପୁର ସରପଞ୍ଚ ଲକ୍ଷ୍ମୀ ଅଞ୍ଜରୀୟା ପ୍ରମୁଖ ଉପସ୍ଥିତ ରହି ପୁରସ୍କାର ପ୍ରଦାନ କରିଥିଲେ ଓ ଏହି କାର୍ଯ୍ୟକ୍ରମଟି ଜନସାଧାରଣଙ୍କ ଦ୍ୱାରା ବେଶ ଆଦୃତ ହେବା ସହ ଲୋକପ୍ରିୟ ହୋଇପାରିଛି।

ସମ୍ବନ୍ଧିତ ଖବର