ଲକ୍ଷ୍ମୀପ୍ରସାଦ: ବୌଦ୍ଧ ବ୍ଲକର ଲକ୍ଷ୍ମୀପ୍ରସାଦ ପଞ୍ଚାୟତ ଜଗତି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସଭାଗୃହ ଠାରେ ‘ରଞ୍ଜିତା ମହାନ୍ତି ସ୍ମୃତି ପ୍ରୋତ୍ସାହନ ବୃତ୍ତି ରାଶି’ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଥିଲା। ପ୍ରଧାନଶିକ୍ଷକ ଦେବେନ୍ଦ୍ର ଦେହୁରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସଭାରେ ବୌଦ୍ଧ ଜିଲ୍ଲା ଶିକ୍ଷା ଅଧିକାରୀ କେନ୍ଦରା କୁଜରୁ ମୁଖ୍ୟ ଅତିଥି ଭାବେ ଓ ବିଦ୍ୟାଳୟର ପୁରାତନ ଛାତ୍ର ଏବଂ ଛାତ୍ରବୃତ୍ତି ଯୋଜନାର ସଂଯୋଜକ ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀ ବିପ୍ର ଚରଣ ମହାନ୍ତି, ବିଦ୍ୟାଳୟର ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ଉତ୍ସବ ସାହୁ, ପୂର୍ବତନ ଅବସରପ୍ରାପ୍ତ ବିଡ଼ିଓ ଯାଦବ କର୍ଣ୍ଣ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ଶ୍ରୀ ମହାନ୍ତି ଏହି ବୃତ୍ତି ତାଙ୍କ ସ୍ବର୍ଗତ ପତ୍ନୀ ରଞ୍ଜିତାଙ୍କ ସ୍ମୃତିରେ ଆରମ୍ଭ କରିଥିବା କହିଥିଲେ। ଛାତ୍ରଛାତ୍ରୀମାନଙ୍କୁ ଭଲ ପାଠ ପଢ଼ିବା ସହିତ ଭଲ ମଣିଷ ହେବା ପାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ।

Advertisment

ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥିମାନେ ଭଲ ପାଠ ପଢ଼ତ ଭଲ ନମ୍ୱର୍ ରଖିବା ସହିତ, ଭଲ ମଣିଷ ହେବା ପାଇଁ ଉପସ୍ଥିତ ଛାତ୍ର ଛାତ୍ରୀମାନଙ୍କୁ ଉପଦେଶ ପ୍ରଦାନ କରିଥିଲେ । ୨୦୨୩-୨୪ ହାଇସ୍କୁଲ୍ ପରୀକ୍ଷାରେ ସର୍ବୋଚ୍ଚ ନମ୍ୱର୍ ରଖି ଥିବା ବାଳିକା ବର୍ଗରୁ କୁମାରୀ ଶର୍ମିଷ୍ଠା ରଣା ଓ ବାଳକ ବର୍ଗରୁ ଶ୍ରୀ ଦେବେନ୍ଦ୍ର ମେହେରଙ୍କୁ ଦଶ ହଜାର ଏକ ଟଙ୍କା ଲେଖାଏଁ ପୁରସ୍କାର ସହିତ ଉପଢ଼ଉକନ ଓ ମାନପତ୍ର, ମୁଖ୍ୟ ଅତିଥି ଶ୍ରୀ କୁଜୁର ପ୍ରଦାନ କରିଥିଲେ। ଶିକ୍ଷକ ପଦ୍ମଲୋଚନ ସାହୁ ଅତିଥି ପରିଚୟ ସହିତ ମଞ୍ଚ ପରିଚାଳନା କରିଥିବା ବେଳେ ଶିକ୍ଷକ ବିଶେଶ୍ୱର ପୁରୋହିତ ଧନ୍ୟବାଦ୍ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟତ୍ରୀମାନେ ଯୋଗ ଦେଇଥିଲେ। ଶେଷରେ ଅତିଥିମାନେ  ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କରିଥିଲେ।