୫୦ଟି ପଂଚାୟତ ନିର୍ଭର କରୁଥିବା ନଦୀବନ୍ଧ ରାସ୍ତା ମରଣଯନ୍ତା, ୫୦ ଲକ୍ଷ ଟଙ୍କାର ମରାମତି କାର୍ଯ୍ୟ ବର୍ଷେ ଗଲାନି

ତାରପୁର: ୫ ଟି ପଂଚାୟତରୁ ଊର୍ଦ୍ଧ୍ୱ ପଞ୍ଚାୟତର ନଦୀ ବନ୍ଧରାସ୍ତାର ମହାନଦୀ ଉତ୍ତର ପାର୍ଶ୍ୱ ଜଳସମ୍ପଦ ବିଭାଗ ପୁନ୍ଦାଳ ସବ୍‌ଡିଭିଜନ୍, ଓରିକଂଟା କନିଷ୍ଠ ଯନ୍ତ୍ରୀଙ୍କ ଅଧୀନରେ ଥିବା ମହାନଦୀର ବାମ ପାର୍ଶ୍ୱ ବାବୁଜଙ୍ଗ ଠାରୁ ଦାନ ନୟନପୁର ପର୍ଯ୍ୟନ୍ତ ୧୦ କିମି ରାସ୍ତା ମରଣଯନ୍ତା ପାଲଟିଛି। ତେବେ ଏହି ରାସ୍ତାର ମାହାଳହାଟ ଠାରୁ ସାନ ନାୟନପୁର ପର୍ଯ୍ୟନ୍ତ ରାସ୍ତାକୁ ୫୦ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଗତବର୍ଷ ଜୁଲାଇ ମାସରେ ମରାମତି କରାଯାଇଥିଲା। ଗୋଟିଏ ବର୍ଷ ଯାଇନି ରାସ୍ତା ଅବସ୍ଥା ପୁଣି ଶୋଚନୀୟ ହୋଇ ପଡ଼ିଲା। ଏହି ରାସ୍ତା କଟକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର ଜିଲାର ସଂଯୋଗୀକରଣ ରାସ୍ତା ହୋଇଥିବାରୁ ଏହା ଉପରେ ଗରଦପୁର, ନିଶ୍ଚିନ୍ତକୋଇଲି, କଟକ ସଦର ଓ ତିର୍ତୋଲ ବ୍ଲକ୍‌ର ପ୍ରାୟ ୫୦ ଟି ପଞ୍ଚାୟତର ଲକ୍ଷାଧିକ ଲୋକ ପ୍ରତ୍ୟେକ ଦିନ ଯାତାୟତ କରିଥାନ୍ତି ।

ରାସ୍ତାରେ ବହୁ ସଂଖ୍ୟକ ଖାଲଖମା ଥିବାରୁ ପ୍ରତ୍ୟେକ ଦିନ ସ୍କୁଲ କଲେଜର ଛାତ୍ର ଛାତ୍ରୀ ଓ ବୃଦ୍ଧ ବୃଦ୍ଧାମାନେ ପଡ଼ି ଖଣ୍ଡିଆଖାବରା ହୁଅନ୍ତି। ଦମକଳ ଓ ଆମ୍ବୁଲାନ୍ସ ଗାଡ଼ି ପହଞ୍ଚିବାରେ ଘଂଟା ଘଂଟା ବିଳମ୍ବ ହେଉଛି । କିନ୍ତୁ ରାସ୍ତା ମରାମତି ନାମରେ ପ୍ରତି ବର୍ଷ ଲକ୍ଷାଧିକ ଟଙ୍କା‌ ଅପଚୟ ହେଉଥିବା ବେଳେ ସାଧାରଣ ଲୋକ ନାହିଁ ନଥିବା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏହି ରାସ୍ତାର ପ୍ରଶସ୍ତୀକରଣ କରାଯିବା ସହ ରାସ୍ତା ମରାମତି ଦିଗରେ ପଦକ୍ଷେପ ନିଆଯିବାକୁ ୪ ଗୋଟି ବ୍ଲକ୍‌ର ବୁଦ୍ଧିଜିବୀମାନେ କଟକ ଜିଲ୍ଲାପାଳ, ଜଳସମ୍ପଦ ବିଭାଗ ଶାସନ ସଚିବଙ୍କ ନିକଟରେ ଦାବି କରିଛନ୍ତି ।

ସମ୍ବନ୍ଧିତ ଖବର