ନାବାଳିକା ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଜୟପୁର: ଗତ ୨୦୧୪ମସିହାରେ ନନ୍ଦପୁର ଥାନା ଅଂଚଳରେ ଜୈନେକା ନାବାଳିକାକୁ ଦୁଷ୍କର୍ମ ମାମଲାରେ ପାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସେସନସ୍ ଜଜ୍ ପ୍ରଦୀପ କୁମାର ସାସମଲ ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ଲକ୍ଷ୍ମଣ ପାଙ୍ଗୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦଣ୍ଡ ଦେଇଛନ୍ତି। ଏହା ସହ ଅଭିଯୁକ୍ତ ଲକ୍ଷ୍ମଣ ୨୦ହଜାର ଓ ଅନ୍ୟ ସହ ଅଭିଯୁକ୍ତ ୪ଜଣ ସଦସ୍ୟଙ୍କୁ ହଜାର ଲେଖାଏଁ ୪ହଜାର ଏଭଳି ୨୪ହଜାର ଟଙ୍କାର ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଆଦାୟ କରାଯାଇଥିବା ଜରିମାନା ୨୪ହଜାର ଟଙ୍କା ସହ ଜିଲ୍ଲା ଆଇନସେବା ପ୍ରାଧିକରଣରୁ ଆଉ ଦୁଇ ଲକ୍ଷ ଟଙ୍କା ସହାୟତା ପୀଡିତାଙ୍କୁ ଦିଆଯିବାକୁ ରାୟ ପ୍ରକାଶ କରିଛନ୍ତି।

ସୂଚନା ମୁତାବକ, ନନ୍ଦପୁର ଥାନା ଅଂଚଳର ଜଣେ ନାବାଳିକା ସହ ଅଭିଯୁକ୍ତ ଲକ୍ଷ୍ମଣର ପ୍ରେମ ସଂପର୍କ ସ୍ଥାପନ ହୋଇଥିଲା। ୨୦୧୪ ମସିହା ଜୁଲାଇ ୨ତାରିଖ ଦିନ ପ୍ରେମବିବାହ କରିବାକୁ ପ୍ରତିଶ୍ରୁତି ଦେଇ ଘରକୁ ଧରି ଆସୁଥିଲା। ବାଟରେ ଏକ ଜଙ୍ଗଲ ମଧ୍ୟରେ ନବାଳିକାକୁ ଲକ୍ଷ୍ମଣ ଡରାଇ ଜୋର ଜବରଦସ୍ତ ଦୁଷ୍କର୍ମ କରିଥିଳା। ଏହା ପରେ  ପାଳିବା ପାଇଁ ତାଙ୍କ ଘରକୁ ନେବା ପରେ ଅଭିଯୁକ୍ତଙ୍କ ବାପା, ମା ଓ ଅନ୍ୟ ପରିବାର ସଦସ୍ୟ ତାଙ୍କୁ ମାଡ଼ ମାରିଥିଲେ। ସେ ଅଚେତ ହୋଇ ପଡ଼ିଯିବା ପରେ ନାବାଳିକାଙ୍କ ଘରକୁ ନେଇ ସେଠାରେ ଛାଡ଼ି ପଳାଇ ଯାଇଥିଲା। ନାବାଳିକା ଜଣକ ସମସ୍ତ ଘଟଣା ପରିବାର ନିକଟରେ କହିଥିଲା। ପରିବାରବର୍ଗ ସବୁ ଜାଣିବା ପରେ ନାବାଳିକାକୁ ନେଇ ନନ୍ଦପୁର ଥାନାରେ ୨ତାରିଖ ଦିନ ଏତଲା ଦେଇଥିଲେ।

ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଲକ୍ଷ୍ମଣକୁ ଗିରଫ କରିଥିଲା। ପୁଲିସ ପୀଡ଼ିତା ନାବାଳିକା ଓ ଅପହରଣକାରୀଙ୍କର ଡାକ୍ତରୀ ମାଇନା କରାଇଥିଲା। ପୁଲିସ ଅଭିଯୁକ୍ତ ବିପିନଙ୍କ ବିରୋଧରେ ଦଫା ୪୧୭, ୩୬୩ ଓ ୬ପକ୍ସୋ ଆଇନରେ ଗିରଫ କରି କୋର୍ଟ ଚାଳାଣ କରିଥିଲା। ଏହି ମାମଲାର ବିଚାର ଚାଳିଥିବା ବେଳେ ୧୨ଜଣ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଆଜି ମାନ୍ୟବର କୋର୍ଟ ରାୟ ପ୍ରକାଶ କରି ଅଭିଯୁକ୍ତ ଲକ୍ଷ୍ମଣକୁ ଦଫା ୪୧୭ରେ ୫ହଜାର ଜରିମାନା, ଜରିମାନା ଅନାଦେୟ ୩ମାସ ସଶ୍ରମ କାରାଦଣ୍ଡାଦେଶର ରାୟ ଦେଇଛନ୍ତି। ଏହା ସହ ୬ପକ୍ସୋ ଆଇନରେ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୧୦ହଜାର ଜରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଏହି ଜରିମାନା ଅନାଦେୟ ଆଉ ୬ମାସ ସଶ୍ରମ କାରାଦଣ୍ଡାଦେଶ ଭୋଗିବାକୁ ନିର୍ଦେଶ ଦେଇଛନ୍ତି। ଏହା ସହ ଦଫା ୩୬୩ରେ ୩ବର୍ଷ ସଶ୍ରମକାରାଦଣ୍ଡାଦେଶ ଏବଂ ଜରିମାନା ୫ହଜାର ଦେବାକୁ ନିର୍ଦେଶ ଦେଇଛନ୍ତି। ପରିବାରର ଅନ୍ୟ ୪ସଦସ୍ୟଙ୍କୁ ଏକ ହଜାର ଲେଖାଏଁ ଜୋରିମାନା ଦେବାକୁ ନିର୍ଦେଶ ଦେଇଛନ୍ତି। ଏହା ଅଭିଯୁକ୍ତ ଓତାଙ୍କ ପରିବାରବର୍ଗ ନିକଟରୁ ଆଦାୟ ହୋଇଥିବା ସମସ୍ତ ଜୋରିମାନା ୨୪ହଜାର ଟଙ୍କା ସହ ଜିଲ୍ଲା ଆଇନସେବା ପ୍ରାଧିକରଣ ପକ୍ଷରୁ ଦୁଇ ଲକ୍ଷ ଟଙ୍କା ସହାୟତା ପିଡ଼ୀତାଙ୍କୁ ଦିଆଯିବାକୁ ରାୟ ପ୍ରକାଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ଡ.ଭି.ଗାୟତ୍ରୀ ଦେବୀ ଓ ସୁଧିର ତ୍ରିପାଠୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର