ନୂଆପଡ଼ା: ନୂଆପଡ଼ା ଜିଲ୍ଲା ମଙ୍ଗଳ ଅଧିକାରୀଙ୍କ ନାମରେ ଶୁକ୍ରବାର ନୂଆପଡ଼ା ଥାନାରେ ଜଣେ ଶିକ୍ଷୟିତ୍ରୀ ଦୁର୍ଷ୍କମ ଅଭିଯୋଗ କରିଛନ୍ତି। ୨୦୧୬ ମସିହାରେ ଏକ ସ୍କୁଲର ଶିକ୍ଷୟିତ୍ରୀଙ୍କୁ ମଙ୍ଗଳ ଅଧିକାରୀ ନନ୍ଦକିଶୋର ତାଣ୍ଡି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଅଭିଯୋଗ ପରେ ଥାନାରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି ବୋଲି ନୂଆପଡ଼ା ଥାନା ଏସ୍ଆଇ ଚରଣ ସିଂହ ମାଝୀ ସୂଚନା ଦେଇଛନ୍ତି। ଅନ୍ୟପଟରେ ଘଟଣା ନେଇ ସଂପୃକ୍ତ ଅଧିକାରୀଙ୍କର ପ୍ରତିକ୍ରିୟା ମିଳିପାରି ନାହିଁ।
ଯଦି ଘଟଣା ସତ ତା’ହେଲେ ଶିକ୍ଷୟିତ୍ରୀ ୬ ବର୍ଷ ପର୍ଯ୍ୟନ୍ତ ଚୁପ୍ ରହିଥିଲେ କାହିଁକି? ଅନ୍ୟପଟରେ ସେତେବେଳେ ଲୋକଲଜ୍ଜାକୁ ଦୃଷ୍ଟିରେ ରଖି ଶିକ୍ଷୟିତ୍ରୀ ଘଟଣା ନେଇ ପୁଲିସ ଆଗରେ ମୁହଁ ଖୋଲି ନ ଥାଇ ପାରନ୍ତି। କିନ୍ତୁ ଏବେ ହଠାତ ପୁରୁଣା ମାମଲା ନେଇ ଥାନାରେ ଏତଲା ଦିଆପଛରେ ଷଡ଼ଯନ୍ତ୍ର ଥାଇପାରେ କି? ପୁଲିସ ସମସ୍ତ ପାରିପାର୍ଶ୍ବିକ ପରିସ୍ଥିତିକୁ ପୁଲିସ ଘଟଣାର ଅଧିକ ତଦନ୍ତ କରୁଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/440228aa-434a-46b1-8cb2-b6bff7d61dd0.jpg)