ବାମରା: ସମ୍ବଲପୁର ଜିଲ୍ଲା ଗୋବିନ୍ଦପୁର ଥାନା ବାମରା ବ୍ଲକ ଗଡ଼ପୋଷ ଅଞ୍ଚଳରେ ବୁଧବାର ଘଟିଥିବା ଦୁଷ୍କର୍ମ ଘଟଣାରେ ଗୋବିନ୍ଦପୁର ପୁଲିସ ଏଥିରେ ସଂପୃକ୍ତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ଗଡ଼ପୋଷ ଦେହୁରୀପଡ଼ାର ଇନ୍ଦ୍ର ଛଛାନ (୩୮) ଓ ସୁରଜ ଗନ୍ଧା ଓରଫ ଛୋଟୁ (୩୫) ଓ ନୂଆପାଲି ଗ୍ରାମର ଜୀବନଦାନ ଲୁଗୁନ (୩୨)।

Advertisment

ଅଭିଯୋଗ ଅନୁସାରେ, ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ଯୁବତୀ ବୁଧବାର ଟାଙ୍ଗରମୁଣ୍ଡାରୁ ବଡ଼ଗାଁ ଅଭିମୁଖେ ଯିବାକୁ ବାହାରିଥିଲେ। ମାତ୍ର ଗାଡ଼ି ଫେଲ ହୋଇଯିବା କାରଣରୁ ସେ ଟାଙ୍ଗରମୁଣ୍ଡା ଠାରୁ ପିଚୁ ରୋଡ୍‌ରେ ଚାଲି ଚାଲି ଏକୁଟିଆ ବାମରାକୁ ଯାଉଥିଲେ। ଏହି ସମୟରେ ବାମରା ପଟୁ ୨ ଜଣ ଯୁବକ ଏକ ବାଇକରେ ଆସି ତାଙ୍କୁ ବଡ଼ଗାଁରେ ଛାଡ଼ି ଦେବ‌େ ବୋଲି କହିଥିଲେ। ଏହି ଦୁଇ ଜଣ ଯୁବକ ରାସ୍ତାରେ ତାଙ୍କୁ ଏକାଧିକ ଥର ଦୁଷ୍କର୍ମ କରିଥିଲେ। ବାଟରେ ଆଉ ଜଣେ ଯୁବକ ମଧ୍ୟ ଦୁଷ୍କର୍ମ କରିଥିଲେ। ପୀଡ଼ିତାଙ୍କ ଅଭିଯୋଗ ଆଧାରରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିଲା। ଶୁକ୍ରବାର ୩ ଅଭିଯୁକ୍ତ ଇନ୍ଦ୍ର, ସୁରଜ ଓ ଜୀବନଦାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ନାମଞ୍ଜୁର ହେବାରୁ ସେମାନଙ୍କୁ ଜେଲ ହାଜତକୁ ପଠାଇ ଦିଆଯାଇଛି।ଗୋବିନ୍ଦପୁର ଥାନା ଅଧିକାରୀ ବାସୁଦେବ ସେଠ ପ୍ରାଥମିକ ତଦନ୍ତ କରୁଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ସମ୍ବଲପୁରର ଡିଏସ୍‌ପି ପ୍ରଭା ଧାନଙ୍କୁ ତଦନ୍ତ ଦାୟିତ୍ବ ନେଇଥିବା ପୁଲିସ ସୂତ୍ରରୁ ପ୍ରକାଶ।