ନାବାଳିକା ଦୁଷ୍କର୍ମ ଅଭିଯୋଗରେ ଯୁବକ ଗିରଫ

ବିଂଝାରପୁର : ନାବାଳିକା ଦୁଷ୍କର୍ମ ଅଭିଯୋଗରେ ବିଂଝାରପୁର ଥାନା ଫତେପୁର ପଞ୍ଚାୟତ ମଲିଆ ଗ୍ରାମର ହୃଷୀକେଶ ସେଠୀ(୨୫)ଙ୍କୁ ଜେଲ୍ ଯିବାକୁ ପଡିଛି । ଫତେପୁର ପଞ୍ଚାୟତ ଅଞ୍ଚଳର ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଥିଲା। ଏ ନେଇ ଆଇଆଇସି ନିରଂଜନ ଶବର ୪୧୩/୨୦ରେ ଏକ ମାମଲା ରୁଜୁ କରିଥିଲେ। ମାମଲାର ତଦନ୍ତ ଏସଆଇ କଣ୍ଡୁରିଚରଣ ଦାସଙ୍କୁ ହସ୍ତାନ୍ତର କରିଥିଲେ । ଏସଆଇ ଶ୍ରୀ ଦାସ ଗତକାଲି ଅଭିଯୁକ୍ତକୁ ଗିରଫ କରିବା ସହ ଡାକ୍ତରୀ ମଇନା କରାଇଥିଲେ । ଆଜି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛନ୍ତି । ଅନ୍ୟପକ୍ଷରେ ନାବାଳିକାଙ୍କ ବୟାନ ରେକର୍ଡ କରାଯାଇଥିବା ଏସଆଇ ଶ୍ରୀ ଦାସ କହିଛନ୍ତି।

ସମ୍ବନ୍ଧିତ ଖବର