ନାବାଳିକାଙ୍କୁ ବୁଲାଇବାକୁ ନେଇ ମୃଦୁପାନୀୟରେ ନିଶା ଦେଇ ଦୁଷ୍କର୍ମ ମାମଲା : ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର: ଗତ ୨୦୨୦ମସିହା ଫେବୃୟାରୀ ୨ତାରିଖ ଦିନ ଜୟପୁର ଟାଉନଥାନା ଅଂଚଳର ଜୈନେକା ନାବାଳିକାଙ୍କୁ ଅଭିଯୁକ୍ତ କେ.ଚନ୍ଦ୍ରଶେଖର ରାଓ ଜଗଦଲପୁର ବୁଲାଇବାକୁ ନେଇ ମୃଦୁପାନୀୟରେ ନିଶା ଦେଇ ଦୁଷ୍କର୍ମ କରିଥିଲେ। ଏହି ମାମଲାର ଶୁଣାଣି କରି ପ୍ରମାଣ ଅଭାବରୁ ଅଭିଯୁକ୍ତ ଜଣକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି ସ୍ବତନ୍ତ୍ର ଅତିରିକ୍ତ ଜଜ୍ ପୋକ୍ସ ରାଜେଶ ନାୟର। ମିଳିଥିବା ସୂଚନା ମୁତାବକ, ଅଭିଯୁକ୍ତ କେ.ଚନ୍ଦ୍ରଶେଖର ରାଓ ନାବାଳିକାଙ୍କୁ ଛତିଶଗଡ଼ର ଜଗଦଲପୁର ବୁଲାଇ ଆଣିବାକୁ ସାଙ୍ଗରେ ନେଇଥିଲେ।

ସେଠାକୁ ନେବା ପରେ ନାବାଳିକାଙ୍କୁ ମୃଦୁପାନୀୟରେ ନିଶା ମିଶାଇ ପିଇବାକୁ ଦେଇଥିଲେ। ନାବାଳିକା ଜଣକ ଏହା ପିଇବା ପରେ ଅଚେତ ହୋଇପଡ଼ିଥିଲେ। ଏହି ସମୟରେ ନାବାଳିକାଙ୍କୁ ଅଭିଯୁକ୍ତ ଦୁଷ୍କର୍ମ କରିଥିବାକୁ ନେଇ ନାବାଳିକା ଓ ତାଙ୍କ ପରିବାର ପକ୍ଷରୁ ୩ ତାରିଖ ଦିନ ଟାଉନଥାନାରେ ଅଭିଯୋଗ ହୋଇଥିଲା।

ସବଇନିସପେକ୍ଟର ଶୁକ୍ଲା ମଣ୍ଡଳ ମାମଲାର ତଦନ୍ତ କରି ଦଫା ୩୭୬,୩୬୩ ଆଇପିସି ସହ ୪ପୋକ୍ସ ଆକ୍ଟରେ ମାମଲା ରୁଜୁ କରି ଅଭିଯୁକ୍ତକୁ ଗିରଫ କରି କୋର୍ଟକୁ ଚାଲାଣ କରିଥିଲେ। ଉପଯୁକ୍ତ ପ୍ରମାଣ ଅଭାବରୁ ଆଜି ମାନ୍ୟବର କୋର୍ଟ ଅଭିଯୁକ୍ତକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

ସମ୍ବନ୍ଧିତ ଖବର