ନାବାଳିକାକୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଅଟକ

ବିନିକା : ସୁବର୍ଣ୍ଣପୁର ଜିଲ୍ଲା ବିନିକା ଥାନା ଅଞ୍ଚଳରେ ଦୁଇ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି । ଅଭିଯୋଗକୁ ଭିତ୍ତି କରି ପୁଲିସ ଅଭଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି । ପୁଲିସ ସୂଚନା ଅନୁଯାୟୀ ୧୨ ତାରିଖ ମଙ୍ଗଳବାର ଦିନ ଦୁଇ ନାବାଳିକାଙ୍କୁ ସେମାନଙ୍କ ପଡ଼ୋଶୀ ହରିଶ୍ଚନ୍ଦ୍ର ପଣ୍ଡା ଡାକିଥିଲେ। ପରେ ନାବାଳିକା ଦ୍ୱୟ ଘରକୁ ଯାଇ ଘରେ ଝାଡୁ ମାରିବା ସହ ବାସନକୁସନ ସଫା କରୁଥିଲେ ।

ସେଠାରେ ଶ୍ରୀ ପଣ୍ଡା ନାବାଳିକାଦ୍ୱୟଙ୍କୁ ଅସଦ୍‌ ବ୍ୟବହାର କରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିବା ନାବାଳିକା ଜଣକ ପ୍ରକାଶ କରିଛନ୍ତି । ଘରେ କହିଲେ ଉଭୟଙ୍କୁ ପୋଖରୀକୁ ଫିଙ୍ଗି ଦେବାକୁ ଧମକ ଦେଇଥିବା ନାବାଳିକା ଦ୍ବୟ ପରିବାର ଲୋକଙ୍କୁ କହିଛନ୍ତି । ଆଜି ନାବାଳିକାର ଆଈ ଓ ବଡ଼ ଭାଇଙ୍କ ସହ ନାବାଳିକା ଦ୍ୱୟ ବିନିକା ଥାନାକୁ ଆସି ଲିଖିତ ଅଭିଯୋଗ କରିଛନ୍ତି । ଏନେଇ ଅଭିଯୁକ୍ତ ଶ୍ରୀ ପଣ୍ଡାଙ୍କୁ ପଚାରିବାରୁ ଏହା ମିଛ କଥା ବୋଲି କହିଛନ୍ତି । ଥାନାରେ ଲିଖିତ ଅଭିଯୋଗ ହେଲା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ଘରୁ ଆଜି ଭୋରରୁ ନାବାଳିକାର ବଡ଼ଭାଇ ମୋବାଇଲ ଚୋରି କରି ଫେରାର ମାରିଥିବା ଶ୍ରୀ ପଣ୍ଡାଙ୍କ ସ୍ତ୍ରୀ ବିନିକା ଥାନାରେ ଏକ ଲିଖିତ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର