ମୁରିବାହାଲ: ମୁରିବାହାଲ ଥାନା ଚଲକୀ ନିକଟ ହୀରାପୁର ଗାଁର ଜଣେ ଗର୍ଭବତୀ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଏନେଇ ପୁଲିସ ସେହି ଗାଁର ସୁରଲୀ ବାଗ (୨୬ବର୍ଷ) ନାମକ ଜଣେ ଯୁବକଙ୍କ ବିରୋଧରେ ଆଟ୍ରୋସିଟି ଆକ୍ଟରେ ମାମଲା ରୁଜୁ କରିଛି।
ପୁଲିସର ସୂଚନା ଅନୁସାରେ, ପୀଡ଼ିତାଙ୍କ ସ୍ୱାମୀ ଆନ୍ଧ୍ରପ୍ରଦେଶକୁ ଦାଦନ ଖଟିବାକୁ ଯାଇଛନ୍ତି। ମହିଳା ଜଣଙ୍କ ଘରେ ଏକାଥିବା ବେଳେ ଗତ ମାସ ୨୯ ତାରିଖ ଅଭିଯୁକ୍ତ ତାଙ୍କ ଘରକୁ ପଶିଆସି ଦୁଷ୍କର୍ମ ଉଦ୍ୟମ କରିଥିଲେ। ପୀଡ଼ିତାଙ୍କ ଏତଲା ଆଧାରରେ ପୁଲିସ ପହଞ୍ଚି ପ୍ରାଥମିକ ତଦନ୍ତ କରି ଥାନା କେସ୍ ନଂ ୭୭/୨୩ରେ ମାମଲା ରୁଜୁ କରିଥିଲା। କଣ୍ଟାବାଞ୍ଜି ଏସଡିପିଓ ଏହାର ତଦନ୍ତ କରୁଛନ୍ତି।