ବାଣପୁର: ଦୁଷ୍କର୍ମ ପୀଡ଼ିତାଙ୍କ ଆତ୍ମହତ୍ୟା ପରେ ଅଭିଯୁକ୍ତଙ୍କୁ ଗିରଫ କଲା ପୁଲିସ

ବାଣପୁର: ଖୋର୍ଦ୍ଧା ଜିଲ୍ଲା ବାଣପୁର ସୁଆଁପଡ଼ିଆରେ ଜଣେ ନାବାଳିକା ଦୁଷ୍ମର୍ମର ଶିକାର ହୋଇ ଆତ୍ମହତ୍ୟା କରିବା ପରେ ପୁଲିସର ନିଦ ଭାଙ୍ଗିଛି। ପୁଲିସ ମୁଖ୍ୟ ଅଭିଯୁକ୍ତ ନିମାଇଁ ପଲେଇଙ୍କୁ କୁହୁଡ଼ି ନିକଟସ୍ଥ କୁଞ୍ଜୁରୀ ଗାଁ ରୁ ଗିରଫ କରଛିି।
ସୂଚନା ଯୋଗ୍ୟ ଯେ ବାଣପୁର ସୁଆଁପଡ଼ିଆ ଗାଁରେ ଜଣେ ନାବାଳିକାଙ୍କୁ ନିମାଇଁ ଦୁଷ୍କର୍ମ କରିଥିଲେ। ଏ ନେଇ ଗାଁରେ ବୈଠକ ବସିବା ପରେ ପରିବାର ପକ୍ଷରୁ ବାଣପୁର ଥାନାରେ ଦୁଷ୍କର୍ମ ନେଇ ନିମାଇର୍ଙ୍କ ନାମରେ ଲିଖିତ ଅଭିଯୋଗ କରାଯାଇଥିଲା। ମାତ୍ର ପୁଲିସ ଏ ନେଇ ଉଦାସୀନ ରହିବାରୁ ଶେଷରେ ଦୁଷ୍କର୍ମର ଶିକାର ନାବାଳିକା ଜଣକ ଘଟଣାର ୨୨ ଦିନ ପରେ ନିନ୍ଦା ଓ ଅପବାଦରେ ମିୟମାଣ ହୋଇ ବିଷ ପିଇ ଆତ୍ମହତ୍ୟା କରି ଦେଇଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହିତ ଥାନା ଅଧିକାରୀଙ୍କ ବଦଳି ସହିତ ଅଭିଯୁକ୍ତଙ୍କୁ ଗିରଫ କରିବା ଦାବିରେ ଲୋକେ ଥାନା ଆଗରେ ମୃତଦେହ ରଖି ପ୍ରତିବାଦ କରିଥିଲେ। ତେବେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବରିଷ୍ଠ ପୁଲିସ ଅଧିକାରୀମାନଙ୍କ ପ୍ରତିଶ୍ରୁତି ଦେବା ପରେ ଆନ୍ଦୋଳନ ପ୍ରତ୍ୟାହାର ହୋଇଥିଲା। ଗତକାଲି ମୁଖ୍ୟ ଅଭିଯୁକ୍ତ ନିମାଇଙ୍କ ଭାଇକୁ ପୁଲିସ ଗିରଫ କରିଥିବା ବେଳେ ଆଜି କୁହୁଡ଼ି ଫାଣ୍ଡି ଅନ୍ତର୍ଗତ କୁଞ୍ଜୁରି ଗ୍ରାମରୁ ନିମାଇଁଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର