କ୍ଲବ ସମ୍ମୁଖରେ ଦୁଷ୍କର୍ମ ଅଭିଯୁକ୍ତଙ୍କୁ ବାନ୍ଧିଲେ ଗ୍ରାମବାସୀ

ପାଟଣା: ପାଟଣା ବ୍ଲକ୍‌ ମୁରୁସୁଆଁ ପଞ୍ଚାୟତରେ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗରେ ପୁୁଲିସ ଅଭିଯୁକ୍ତ ଯୁୁବକକୁ ଗିରଫ କରିଛି। ଅଭିଯୁକ୍ତ ଜଣକ ହେଲା ଛୋଟରାୟ ମୁଣ୍ଡା (୩୫)। ପ୍ରାପ୍ତ ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୮ଟାବେଳେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା ଜଣେ ଆଦିବାସୀ ନାବାଳିକା ପଡ଼ୋଶୀ ଘରୁ ଫେରୁଥିଲେ। ଛୋଟରାୟ ନାବାଳିକାଙ୍କ ମୁହଁକୁ ଚାପି ଧରି ନିକଟସ୍ଥ ହୁଡ଼ାକୁ ଟେକି ନେଇଥିଲା। ସେଠାରେ ତାଙ୍କୁ ଦୁଷ୍କର୍ମ କରିବା ପରେ ଛାଡ଼ି ଚାଲିଯାଇଥିଲା।

ନାବାଳିକା ଜଣଙ୍କ ଘରକୁ ଆସି ଘଟଣା ସମ୍ପର୍କରେ ପରିବାର ଲୋକଙ୍କୁ ଜଣାଇଥିଲେ। ଘଟଣା ପ୍ରଘଟ ହେବା ପରେ ଉତ୍ତ୍ୟକ୍ତ ଲୋକେ ରାତିସାରା ଅଭିଯୁକ୍ତର ଘରକୁ ଘେରାଉ କରିଥିଲେ। ଆଜି ସକାଳୁ ଲୋକେ ଅଭିଯୁକ୍ତ ଛୋଟରାୟକୁ କାବୁ କରି ଗ୍ରାମର କ୍ଲବ୍‌ ଘର ବାରଣ୍ଡାରେ ବାନ୍ଧି ଦେଇଥିଲେ।

ନାବାଳିକାଙ୍କ ବାପା ଏନେଇ ତୁରୁମୁଙ୍ଗା ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିିଯୁକ୍ତକୁୁ ଗିିରଫ କରିଛି। ଏନେଇ କେସ୍‌ ନମ୍ବର ୨୦/୨୧ ଦଫା ୩୭୬, ୪ ପୋକ୍ସୋ ଆକ୍ଟରେ ମାମଲା ରୁଜୁ ହୋଇଛି। ଆସନ୍ତାକାଲି ଅଭିଯୁକ୍ତକୁ କୋର୍ଟଚାଲାଣ କରାଯିବ ବୋଲି ତୁରୁମୁଙ୍ଗା ଥାନା ଅଧିକାରୀ ସୁଶାନ୍ତମଣି ମହାନ୍ତି ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର