ବାଲେଶ୍ୱର: ଘରେ ପଶି ନାବାଳିକାକୁ ଦୁଷ୍କର୍ମ କଲା ପଡୋଶୀ, ଜେଜେ ମାଆ ପଶି ଆସିବାରୁ ଦୌଡ଼ି ପଳାଇଲା ଦୁଷ୍କର୍ମକାରୀ

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ଅଞ୍ଚଳରେ ୧୦ ବର୍ଷର ଦିବ୍ୟାଙ୍ଗ ଝିଅକୁ ଘରେ ପଶି ଦୁଷ୍କର୍ମ କରାଯାଇଥିବା ଘଟଣା ମଙ୍ଗଳବାର ପୀଡିତାଙ୍କ  ପିତା ଅଭିଯୋଗ କରିଛନ୍ତି। କିଛିଦିନ ତଳେ ରାଉରକେଲାରେ ଘର ଭିତରେ ନିଜର ଦୁଇ ଶିଶୁଙ୍କୁ ଧରି ଶୋଇଥିଲା ବେଳେ ଘରେ ଯୋର ଜବରଦସ୍ତ ପଶି ୪ ଜଣ ଦୁର୍ବୃତ୍ତ ମହିଳାଙ୍କୁ ଗଣଦୁଷ୍କର୍ମ କରିଥିବା ଘଟଣା ମନରୁ ଲିଭି ନଥିଲା ବେଳେ ଗୁରୁବାର ବାଲେଶ୍ୱରରୁ ଏଭଳି ଏକ ଦୁଷ୍କର୍ମ ଘଟଣା ସାମ୍ନାକୁ ଆସଛି।

ସୂଚନାଯୋଗ୍ୟ, ବୁଧବାର ନାବାଳିକାଙ୍କ ବାପା ଛୋଟ ପିଲାମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବାକୁ ନେଇଥିଲେ। ଘରେ ୧୦ ବର୍ଷର ନାବାଳିକା ଝିଅ ତାର ଜେଜେମାଆ ସହିତ ଥିଲା। ଏହାର ସୁଯୋଗ ନେଇ ଜଣେ ପଡୋଶୀ ଘରେ ପଶି ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲା। ଏହି ସମୟରେ ଜେଜେମାଆ ଚାଲିଆସିବାରୁ ଅଭିଯୁକ୍ତ ସେଠାରୁ ପଳାଇ ଯାଇଥିଲା। ପୀଡିତାଙ୍କ  ପିତା ଘରକୁ ଆସିବା ପରେ ଘଟଣା ସମ୍ପର୍କରେ ତାଙ୍କ ସବୁକିଛି କହିଥିଲେ। ଏ ନେଇ ନାବାଳିକାଙ୍କ ବାପା ଗୁରୁବାର ବାଲିଆପାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

କିଛିଦିନ ତଳେ ବାଲେଣ୍ଵର ସୋରରୁ ଦୁଇଟି ଦୁଷ୍କର୍ମ ଘଟଣାରେ ପୁଲିସ ତିନିଜଣଙ୍କୁ ଗିରଫ କରିଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର