ନାତୁଣୀକୁ ଦୁଷ୍କର୍ମ ମାମଲା: ନିର୍ଦ୍ଦୋଷରେ ଖଲାସ ହେଲେ ଅଜା

ବ୍ରହ୍ମପୁର: ଅସ୍ଥାୟୀ ପୋକ୍ସ ବିଚାରପତି ଗଣେଶ୍ବର ପତି ଏକ ଦୁଷ୍କର୍ମ ମାମଲାର ଶୁଣାଣି କରି ଅଭିଯୁକ୍ତ ଭଜମନ ଡାକୁଆକୁ ପ୍ରମାଣ ଅଭାବରୁ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଘଟଣାଟି ଗତ ୪ ତାରିଖରେ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ଅନ୍ତର୍ଗତ ଗେଛାବାଡି ଗ୍ରାମର ଏକ ୧୦ବର୍ଷର ଝିଅକୁ ଘରେ କେହି ନଥିବା ବେଳେ ପୀଡିତାର ଅଜାର ବଡଭାଇ ଦୁଷ୍କର୍ମ କରିଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ ତଦନ୍ତ କରି ମାମଲା ରୁଜୁକରି ଅଭିଯୁକ୍ତକୁ ଅଦାଲତକୁ ବିଚାରଣା ପାଇଁ ପଠାଇଥିଲା। ପୁଲିସ ଥାନା କେସ ନମ୍ବର ୨୩୪/୨୦, ଦଫା ୩୭୬, ଆଇପିସି ୬ ଅଫ ପୋସ୍କ ଆକ୍ଟରେ ମାମଲା ରୁଜୁ କରିଥିଲା।

୧୦ଜଣଙ୍କ ସାକ୍ଷୀ ବିଚାରଣା ସମୟରେ ପାରିବାରିକ ଜମି ବିବାଦ ଓ ଏତଲା ଦରଜରେ ବିଳମ୍ବ ନେଇ ସଠିକ ପ୍ରମାଣ ଅଭାବରୁ ଅଭିଯୁକ୍ତ ଭଜମନ ଡାକୁଆକୁ ମାନ୍ୟବର ଅଦାଲତ ନିର୍ଦ୍ଦୋଶରେ ଖଲାସ କରିଛନ୍ତି। ଅଭିଯୁକ୍ତ ପକ୍ଷରୁ ଆଇନଜୀବୀ ମନୋଜ ପଟ୍ଟନାୟକ ମକଦ୍ଦମା ପରିଚାଳନା କରୁଥିବା ବେଳେ ସରକାରଙ୍କ ପକ୍ଷରୁ ଆଇନଜୀବୀ ମାହନ ସିଂଘାରୀ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର