ଭଦ୍ରକ: ନାବାଳିକା ଝିଅକୁ ଧରମପୁଅ ଦୁଷ୍କର୍ମ କରୁଥିବା ଦେଖିପକାଇବାରୁ ନୃଶଂସ ହତ୍ୟାର ଶିକାର ହୋଇଛନ୍ତି ମହିଳା। ଭଦ୍ରକ ଜିଲ୍ଲା ଧାମନଗର ଥାନା ଅନ୍ତର୍ଗତ ଦହିପୁର ପଞ୍ଚାୟତର ତାଳସିଠା ଗାଁରେ ଗତକାଲି ରାତି ପ୍ରାୟ ସାଢ଼େ ୧୨ଟା ବେଳେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ନିଜର ନାବାଳିକା ଝିଅ ସହ ଧରମ ପୁଅର ସଂପର୍କ ଥିବା ନେଇ ଜାଣିବା ପରେ ଅସନ୍ତୋଷ ଜାହିର କରିଥିଲେ ମହିଳା। କିନ୍ତୁ ସେ କେବେ ବି ଭାବି ନ ଥିଲେ କି ଏହା ତାଙ୍କର ମୃତ୍ୟୁର କାରଣ ହେବ। ଝିଅକୁ ଧରମ ପୁଅ ଦୁଷ୍କର୍ମ କରୁଥିବା ଦେଖି ପକାଇଲେ ମହିଳା, ଧରମ ପୁଅ ଏହା ଜାଣିବା ପରେ ତାଙ୍କୁ ଶିଳପୁଆରେ ଛେଚି ହତ୍ୟା କରିଦେଲା। ପ୍ରଥମିକ ତଦନ୍ତରୁ ଏପରି ସନ୍ଦେହ ପ୍ରକାଶ କରିଛି ପୁଲିସ୍‌। ଏହି ଘଟଣା ପରେ ମୁଖ୍ୟ-ଅଭିଯୁକ୍ତ ଧରମପୁଅ ଗୋପୀନାଥ ମହାନ୍ତି ଫେରାର ଅଛି।

Advertisment

publive-image ଘଟଣାସ୍ଥଳକୁ ଜବତ ହୋଇଥିବା ଶିଳପୁଆ

ସୂଚନାଯୋଗ୍ୟ, ମା’ ଓ ଝିଅ ଶୋଇଥିବା ବେଳେ ଅତି ରହସ୍ୟଜନକ ଭାବେ ଝିଅର ଗୋଡ଼ହାତ ବାନ୍ଧିି ପକାଇ ଦେବା ପରେ ମାଆକୁ ଝିଅ ଆଖି ସାମ୍ନାରେ ଏକ ଶିଳପୁଆରେ ଛେଚିି ହତ୍ୟା କରିଛି ଦୁର୍ବୃତ୍ତ। ତେବେ ଏହି ଘଟଣା ପରଠାରୁ ମୃତ ମହିଳାଙ୍କ ସ୍ୱାମୀଙ୍କର କୌଣସି ପତ୍ତା ମିଳୁ ନ ଥିବାରୁ ତାଙ୍କୁ ଅପହରଣ କିମ୍ବା ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ହତ୍ୟାାକାରୀ ସନ୍ଦେହରେ ମୃତ ମହିଳାଙ୍କର ଜଣେ ପଡ଼ୋଶୀଙ୍କୁ ଖୋଜୁଛି। ତେବେ ଏହି ରହସ୍ୟମୟ ହତ୍ୟାକାଣ୍ଡକୁ ୨ଟି ଫୋନ କଲ ଅଧିକ ରହସ୍ୟମୟ କରିଛି ବୋଲି ପୁଲିସ କହିଛି। ଘଟଣାସ୍ଥଳରେ ଭଦ୍ରକ ଏସ୍‌ପି ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।

publive-image ଅଭିଯୁକ୍ତ ଗୋପୀନାଥ ମହାନ୍ତି

ପୀଡ଼ିତା ଏହି ଘଟଣାକୁ ନେଇ ତାଙ୍କ ସହ ଦୁଷ୍କର୍ମ ହୋଇଥିବା ବୟାନ ଦେଇଛି। ଏଥିସହ ପୁଲିସ୍‌ ପୀଡ଼ିତାଙ୍କୁ ଡାକ୍ତରୀ ମାଇନା ଲାଗି ଭଦ୍ରକ ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି।

ଧାମନଗର ଥାନା ପୁଲିସ ସୂତ୍ରରୁ ପ୍ରକାଶ ଯେ, ତାଳସଠା ଗ୍ରାମର ରବୀନ୍ଦ୍ର ବେହୁରିଆ ଜଣେ କାଠମିସ୍ତ୍ରୀ ଭାବେ କାର୍ଯ୍ୟ କରନ୍ତି` ଗତକାଲି ସେ କାଠ କାମ ପାଇଁ ବାହାରକୁ ଯାଇଥିଲେ` ବିଳମ୍ବିତ ରାତି ପର୍ଯ୍ୟନ୍ତ ରବୀନ୍ଦ୍ର ଫେରି ନ ଥିଲେ` ଘରେ ତାଙ୍କର ଯୁକ୍ତ ଦୁଇ ପୁଢ଼ୁଥିବା ୧୬ ବର୍ଷୀୟ ଝିଅ ଓ ପତ୍ନୀ ଭକ୍ତିଲତା(୪୦ ବର୍ଷ) ରୁହନ୍ତି।

publive-image

ପୁଲିସ ହେପାଜତରେ ଥିବା ରବୀନ୍ଦ୍ରଙ୍କ ନାବାଳିକା ଝିଅର କହିବା କଥା ହଉଛି ଗତକାଲି ରାତି ପ୍ରାୟ ୧୨ଟା ବେଳେ ବାପା ରବୀନ୍ଦ୍ରଙ୍କ ମୋବାଇଲ ଫୋନକୁ ଏକ ଫୋନ କଲ ଭକ୍ତିଲତାଙ୍କ ମୋବାଇଲକୁ ଆସିଥିଲା। ତାର କିଛି ସମୟ ପରେ ରବୀନ୍ଦ୍ରଙ୍କ ମୋଟରସାଇକେଲ ଆସି ଘର ଦୁଆର ମୁହଁରେ ରହିବା ଶବ୍ଦ ଶୁଣାଯିବା ସହିତ ପୁଣି ଥରେ ତାଙ୍କ ମୋବାଇଲରୁ ଫୋନ ଆସିଥିଲା। ରବୀନ୍ଦ୍ର ଆସିଲେ ବୋଲି ଭାବି ପତ୍ନୀ ଭକ୍ତିଲତା କବାଟ ଖୋଲି ଦେବାରୁ ସଙ୍ଗେସଙ୍ଗେ ଘର ଭିତରକୁ ପଶିଆସିଥିଲା ତାଙ୍କ ପଡୋଶୀ ଗୋପୀନାଥ ମହାନ୍ତି ଓରଫ ବାବୁଆ(୨୮ ବର୍ଷ)। ଘରେ ପଶିବା ସଙ୍ଗେ ସଙ୍ଗେ ବାବୁଆା ଭକ୍ତିଲତାଙ୍କ ଝିଅକୁ ବାନ୍ଧିି ଦୁଷ୍କର୍ମ କରିଥିଲା। ଏହା ଭକ୍ତିଲତା ଦେଖି ଦେବାରୁ ବାଡ଼ିରେ ଭକ୍ତିଲତାଙ୍କ ମୁଣ୍ଡକୁ ପିଟି ଦେଇଥିଲା ଗୋପୀନାଥ।  ଭକ୍ତିଲତା ପଡ଼ଯିବାରୁ ସେ ତାଙ୍କୁ ଘୋଷାଡିଘୋଷାଡ଼ି ନେଇ ନିକଟସ୍ଥ ଟ୍ୟୁବେଓ୍‌ଲ ପାଖକୁ ନେଇ ସେଠାରେ ଏକ ଶିଳପୁଆରେ ତାଙ୍କ ମୁଣ୍ଡକୁ ଛେଚି ଦେଇଥିିଲା। ପରେ ଏକ ବାଲିବସ୍ତା ଲଦି ସେଠାରୁ ଫେରାର ହୋଇ ଯାଇଥିଲା। ତେବେ ମାର ଏପରି ଅବସ୍ଥା ଦେଖି ଭକ୍ତିଲତାଙ୍କ ଝିଅ ବାହାରେ ରହୁଥିବା ତାଙ୍କ ଭାଇକୁ ଫୋନ କରି କାନ୍ଦି ଜଣାଉଥିବା ବେଳେ ଗୋପୀନାଥ ପୁଣି ଥରେ ଘରେ ପଶି ତାଙ୍କ ଠାରୁ ମୋବାଇଲ ଛଡ଼ାଇ ନେଇ ଭାଙ୍ଗି ଦେଇଥିଲା। ତେବେ ଭକ୍ତିଲତାଙ୍କ ପୁଅ ତାଙ୍କ ସାନବାପାଙ୍କ ଘରକୁ ଏ ସମ୍ପର୍କରେ ଫୋନ କରି ଜଣାଇବାରୁ ସେମାନେ ଘଟଣାସ୍ଥଳକୁ ଦୌଡ଼ିଆସିଥିଲେ। ସେତେବେଳକୁ ଗୋପୀନାଥ ସେ ସ୍ଥାନ ଛାଡ଼ି ପଳାଇ ଯାଇଥିଲେ। ଗୁରୁତର ଅବସ୍ଥାରେ ଭକ୍ତିଲତାଙ୍କୁ ଭଦ୍ରକ ଡାକ୍ତରଖାନା ଅଣାଯାଇଥିଲା, ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କରିିଥିଲେ। ସାଇଣ୍ଟିଫିକ୍‌ ଟିମ୍‌ ସହିତ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।