ରାଉରକେଲା: ରାଉରକେଲାସ୍ଥିତ କୁଆଁରମୁଣ୍ଡା ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ଯୁବତୀଙ୍କୁ କୁଆଁରମୁଣ୍ଡା ଜଙ୍ଗଲରେ ରାତି ସାରା ଗଣଦୁଷ୍କର୍ମ କରିବା ପରେ ଦୁଷ୍କର୍ମକାରୀ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ଏହି ଘଟଣାରେ ସମ୍ପୃକ୍ତ ଥିବା ନେଇ ୩ଜଣ ଅଭିଯୁକ୍ତଙ୍କୁ କୁଆଁରମୁଣ୍ଡର ପୁଲିସ  ଗିରଫ କରିଛି ।

Advertisment

ସୂଚନାଯୋଗ୍ୟ, ଗତ ଅକ୍ଟୋବର ୨୯ ତାରିଖ ରାତିରେ ଜଣେ ଯୁବକ ଦୁଇଜଣ ଯୁବତୀଙ୍କୁ ବୁଲାଇ ନେବାର ବାହାନା କରି କୁଆଁରମୁଣ୍ଡା ଜଙ୍ଗଲକୁ ନେଇ ଆସିଥିଲା। ପୂର୍ବରୁ ଏଠାରେ ସେ ଅନ୍ୟ ଦୁଇଜଣ ଯୁବକଙ୍କୁ ଫୋନ୍‌ କରି ଡକାଇ ଦେଇଥିଲା। ଏହାପରେ ତିନିଜଣ ଯୁବକ ଦୁଇଜଣ ଯୁବତୀଙ୍କୁ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ବେଳେ ଜଣେ ଯୁବତୀ ସେଠାରୁ ଖସି ଆସିଥିବା ବେଳେ ଅନ୍ୟ ଜଣେ ଦୁଷ୍କର୍ମର ଶିକାର ହୋଇଥିଲେ।

publive-image

ଆଶ୍ଚର୍ଯ୍ୟର କଥା ହେଉଛି ଉକ୍ତ ଯୁବକମାନେ ଜଙ୍ଗଲରେ ରାତି ସାରା ଯୁବତୀଙ୍କୁ ଅଟକ ରଖି ତାଙ୍କ ସହିତ ଜୋରଜବରଦସ୍ତ ଦୁଷ୍କର୍ମ କରିଥିଲେ। ଏହାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ। ସକାଳ ହେବ ପରେ ଯୁବତୀ ଘରକୁ ଫେରି ପରିବାର ଲୋକଙ୍କୁ ଏହି ଘଟଣା ବିଷୟରେ ଜଣାଇବା ପରେ  ପୀଡିତା କୁଆଁରମୁଣ୍ଡା ଫାଣ୍ଡିରେ ଲିଖିତ ଅଭିଯୋଗ କରିଥିଲେ।

ପୀଡିତାଙ୍କ ଅଭିଯୋଗ କ୍ରମେ ପୁଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଏହି ଘଟଣାରେ ସମ୍ପୃକ୍ତ ଥିବା ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି।