ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲା ଜଟଣୀ ଥାନା ଅଞ୍ଚଳରେ ଘର ଭିତରୁ ସୋମବାର ଜଣେ ନବମ ଶ୍ରେଣୀ ଛାତ୍ରୀର ମୃତଦେହକୁ ପୁଲିସ ଉଦ୍ଧାର କରିଛି। ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ପୀଡିତା ମା’ ଅଭିଯୋଗ ଆଣିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି।

Advertisment

publive-image

ମୃତ ପୀଡିତା ମା’ଙ୍କ ଅଭିଯୋଗ ମୁତାବକ, ଝିଅ ଆଜି ସ୍କୁଲ ନ ଯାଇ ଘରେ ଏକୁଟିଆ ଥିଲା। ଏହାର ସୁଯୋଗ ନେଇ ତାଙ୍କ ଘର ପାଖରେ ଭଡ଼ାରେ ରହୁଥିବା ଶରଧାପୁର ଗାଁର ଜଣେ ଯୁବକ ଗଜାନନ ବେହେରା ତାକୁ ଦୁଷ୍କର୍ମ କରିବା ପରେ ତଣ୍ଟି ଚିପି ହତ୍ୟା କରି ଝୁଲାଇ ଦେଇଛି। ଆଜି ସେ ଅଙ୍ଗନବାଡ଼ିରୁ କାମ ସାରି ଫେରିଲା ବେଳେ ଦେଖିଲେ ଗଜାନନ ବେହେରା ତାଙ୍କ ଘରୁ ବାହାରି ଚାଲି ଯାଉଥିଲା। ଏହାପରେ ସେ ଘରେ ପହଞ୍ଚି ଦେଖିବାକୁ ପାଇଲେ ଯେ ଝିଅର ଉଲଗ୍ନ ଅବସ୍ଥାରେ ଶବ ଝୁଲୁଥିଲା। ତେଣୁ ଝିଅକୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ମାଆ ଅଭିଯୋଗ କରିଛନ୍ତି। ଘଟଣା ପରଠାରୁ ଗଜାନନ ବେହେରା ଫେରାର ଅଛି।