ଜୟପୁର: ଗତ ୨୦୧୫ ମସିହାରେ କୋରାପୁଟ ଜିଲ୍ଲା କୋଟପାଡ ଥାନା ଅଂଚଳରେ ଜଣେ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ମାମଲାରେ ପାଷ୍ଟଟ୍ରାକ୍ ସ୍ବତନ୍ତ୍ର କୋର୍ଟର ଆଡହକ୍ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ତଥା ସେସନ୍ ଜଜ୍ ପ୍ରଦୀପ କୁମାର ସାସମଲ ବିଚାର କରିଛନ୍ତି। ଏହି ମାମଲାର ଅଭିଯୁକ୍ତ ଜଗା ବିଷୋଇଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦଣ୍ଡ ଦେଇଛନ୍ତି। ମିଳିଥିବା ସୂଚନା ମୁତାବକ, ଗତ ୨୦୧୫ ମସିହା ଜାନୁଆରୀ ୨୧ ତାରିଖ ଦିନ ଅଭିଯୁକ୍ତ ଜଗା କୋଟପାଡ଼ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ସେଓରେ ନିଶା ଦେଇଥିଲେ। ନାବାଳିକା ଅଚେତ୍ ଅବସ୍ଥାରେ ଥିବା ସମୟରେ ଅଭିଯୁକ୍ତ ଜଗା ଦୁଷ୍କର୍ମ କରିଥିଲେ। ନାବାଳିକାର ଅବସ୍ଥା ଗୁରୁତର ହେବାରୁ କୋରାପୁଟ ବଡ ଡାକ୍ତରଖାନାକୁ ନେଇ ଚିକିତ୍ସା କରାଯାଇଥିଲା। ଘଟଣାର ଦୁଇଦିନ ପରେ ନାବାଳିକାର ଚେତା ଫେରିଥିଲା। ଏହା ପରେ ନାବାଳିକା ଏ ନେଇ କୋଟପାଡ଼ ଥାନାରେ ଅଭିଯୋଗ କରିଥିଲେ।
ଅଭିଯୁକ୍ତଙ୍କ ବିରୋଧରେ ପୁଲିସ ଦଫା ୩୭୬(୨)(ଆଇ), ୩୨୮ ଓ ୪ ପକ୍ସ ଆକ୍ଟରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାରେ ୧୪ଜଣଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଅଭିଯୁକ୍ତ ଜଗାଙ୍କୁ ଦଫା ୩୭୬(୨)(ଆଇ)ରେ ୧୦ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ହଜାର ଜୋରିମାନା ଅନାଦେୟ ଆଉ ୬ମାସ ସଶ୍ରମ କାରାଦଣ୍ଡାଦେଶ, ଦଫା ୩୨୮ରେ ୩ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ହଜାର ଜୋରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି। ତେବେ ଉଭୟ ଦଣ୍ଡାଦେଶ ମିଳିତ ଭାବେ ଲାଗୁ ହେବ ବୋଲି ସୂଚନା ମିଳିଛି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ସୁଧୀର ତ୍ରିପାଠୀ ମାମଲା ପରିଚାଳନା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)