ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ଅଭିଯୋଗରେ ଜଣେ ଗିରଫ

ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲା ଗୋରୁମହିଷାଣୀ ଥାନା ଅଂଚଳରେ ପୁଣି ଲଜ୍ଜା। ସପ୍ତାହେ ମଧ୍ୟରେ ଦୁଇଟି ଘଟଣା ଘଟିଲାଣି। ଜଣେ ୧୫ ବର୍ଷର ଦିବ୍ୟାଙ୍ଗ ନାବାଳିକାକୁ ଦୁଷ୍କର୍ମ ହୋଇଥିବା ନେଇ ଆଜି ଥାନାରେ ଅଭିଯୋଗ ହୋଇଛି। ସୂଚନା ମୁତାବକ, ଗତ ମକର ସଂକ୍ରାନ୍ତି ଦିନ ଦ୍ବିପ୍ରହର ସମୟରେ ଗୋରୁମହିଷାଣୀ ମାର୍କେଟ ହାଟିଂ ଅଂଚଳର ମିର୍ଜା ହାଁସଦା(୩୦) ଦିବ୍ୟାଙ୍ଗ ନାବାଳିକା ଜଣକୁ ଏକୁଟିଆ ପାଇ ଦୁଷ୍କର୍ମ କରିଥିଲା।

ଏ ସମ୍ପର୍କରେ କାହାକୁ ନ ଜଣାଇବାକୁ ପୀଡ଼ିତାଙ୍କୁ ଯୁବକ ଜଣକ ଧମକ ଦେଇଥିଲା। ତେବେ ଘଟଣା ସଂପର୍କରେ ନାବାଳିକା ଜଣକ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ପରେ ଆଜି ତାଙ୍କ ବାପା ଗୋରୁମହିଷାଣୀ ଥାନାରେ ଅଭିଯୋଗ କରିଥିଲେ। ଥାନାଅଧିକାରୀ ପି କେ ସ୍ବାଇଁ ଘଟଣାର ତଦନ୍ତ କରି ଅଭିଯୁକ୍ତ ମିର୍ଜାକୁ ଗିରଫ କରିଛନ୍ତି।

ଉଭୟ ପୀଡ଼ିତା ଓ ଅଭିଯୁକ୍ତକୁ ଗୋରୁମହିଷାଣୀ ଡାକ୍ତରଖାନାରେ ଡାକ୍ତରୀ ମାଇନା କରାଯାଇଛି। ଏ ନେଇ ଥାନାରେ ୨୮/୨୧ନମ୍ବରରେ ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତକୁ ଆସନ୍ତାକାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର