ଦୁଷ୍କର୍ମ ପୀଡ଼ିତା ନାବାଳିକାଙ୍କର କଟକ ବଡ଼ ଡାକ୍ତରଖାନାରେ ମୃତ୍ୟୁ, ଅଭିଯୁକ୍ତ ଗିରଫ

କଟକ: ଦୁଷ୍କର୍ମର ଶିକାର ହୋଇଥିିବା ଜଣେ ନାବାଳିକା ଲୋକ ଲଜ୍ୟା ସହି ନ ପାରି ବେକରେ ଫାଶି ଳଗାଇ ଆତ୍ମହତ୍ୟା କରିଛନ୍ତି। ଗତ ୯ ତାରିଖ ଦିନ ଗୁରୁତର ଅବସ୍ଥାରେ ନାବାଳିକାଙ୍କୁ କଟକ୍‌ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଆଜି ସକାଳେ ସେଠାରେ ଚିକିତ୍ସିତ ଅବସ୍ଥାରେ ପୀଡ଼ିତା ନାବାଳିକାଙ୍କର ମୃତ୍ୟୁ ଘଟିଛି। ଅପରପକ୍ଷେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିବା ଅରୁଣ ବଶ୍ୱାଳ ନାମକ ଜଣେ ଯୁବକଙ୍କୁ ଆଜି ସାଲେପୁର ଥାନା ପୁଲିସ ଗିରଫ କରିଛି।


ମିଳିଥିବା ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ନାରଦା ପଞ୍ଚାୟତର ତୁଣପୁର ଗାଁର ଜଣେ ନାବାଳିକାଙ୍କୁ ସେହି ଗ୍ରାମର ଅରୁଣ ବିଶ୍ୱାଳ ନାମକ ଜଣେ ଯୁବକ ଗତ ୯ ତାରିଖ ଦିନ ଦୁଷ୍କର୍ମ କରିଥିଲେ। ଏ ନେଇ ନାବାଳିକାଙ୍କ ପରିବାର ପକ୍ଷରୁ ସାଲେପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଥିଲା। ତେବେ ଏହି ଦୁଷ୍କର୍ମ ଘଟଣା ପରେ ମାନସିକ ସନ୍ତୁଳନ ହରାଇ ନାବାଳିକା ଜଣକ ସେହି ୯ ତାରିଖରେ ବେକରେ ଫାଶିି ଳଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ। ଗୁରୁତର ଅବସ୍ଥାରେ ଉଦ୍ଧାର କରି ପରିବାର ଲୋକେ ନାବାଳିକାଙ୍କୁ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଆଜି ସକାଳେ ଚିକିତ୍ସିତ ଅବସ୍ଥାରେ ନାବାଳିକାଙ୍କର ମୃତ୍ୟୁ ଘଟିଛି। ଏହି ଘଟଣା ନେଇ ସାଲେପୁର ଅଞ୍ଚଳରେ ଉତ୍ତେଜନା ଲାଗି ରହିଥିବା ବେଳେ ପୁଲିସ ଆଜି ଅଭିଯୁକ୍ତ ଅରୁଣ ବିଶ୍ୱାଳଙ୍କୁ ଗିରଫ କରିଛି ।
ସୂଚନାଯୋଗ୍ୟ ଯେ କଟକ ଜିଲ୍ଲା ଗୋବିନ୍ଦପୁର ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ୪ ଜଣ ଯୁବକ ୧୭ ଦିନ ଧରି ଗଣ ଦୁଷ୍କର୍ମ କରିବା ପରେ ତାଙ୍କୁ ହତ୍ୟା କରି ବାଇଗଣ କିଆରିରେ ପୋତି ଦେଇଥିଲେ। ଗତ ୨ ଦିନ ତଳେ ନାବାଳିକାଙ୍କ ଗଳିତ ମୃତଦେହ ପୁଲିସ ଜବତ କରି ଏହି ଘଟଣାରେ ୩ ଜଣଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର