ଜୟପୁର: ବହୁ ଚର୍ଚ୍ଚିତ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନାରେ ରୁଜୁ ହୋଇଥିବା ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି ଶେଷ ହୋଇଛି। ୨୦୨୦ମସିହାର ଏହି ଘଟଣାରେ ସ୍ବତନ୍ତ୍ର ପକ୍ସୋ କୋର୍ଟ ଅଭିଯୁକ୍ତ ରମେଶ ଡଙ୍ଗାୟତଙ୍କୁ ଦୋଷୀ ସାବ୍ୟସ୍ତ କରି ଐତିହାସିକ ରାୟ ଦେଇଛନ୍ତି। ଅଜୀବନ କାରାଦଣ୍ଡାଦେଶ ସହ ଜରିମାନା ୪୦ହଜାର ଟଙ୍କା ଜରିମାନା ଦେବାକୁ ରାୟ ପ୍ରକାଶ କରିଛନ୍ତି। ମୃତ ନାବାଳିକାଙ୍କ ପରିବାରବର୍ଗକୁ ୧୭ଲକ୍ଷ ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନିମନ୍ତେ ନିର୍ଦ୍ଦେଶ ଦେଇଛନ୍ତି। ଜିଲ୍ଲା ପ୍ରଶାସନ ୮ଲକ୍ଷ ୨୫ହଜାର ଟଙ୍କା ଅନୁମୋଦିତ ହୋଇଥିବା ବେଳେ ବଳକା ୮ଲକ୍ଷ ୭୫ହଜାର ଟଙ୍କା ଆଇନସେବା ପ୍ରାଧିକରଣ ପକ୍ଷରୁ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛି କୋର୍ଟ।
ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅନ୍ତର୍ଗତ ଦେଉଳପାଡ଼ିଆ ଗାଁର ଅଭିଯୁକ୍ତ ରମେଶ ଡଙ୍ଗାୟତ ରାଜମିସ୍ତ୍ରୀ କାମ କରିବାକୁ ଆସିଥିଲେ। ୮ବର୍ଷର ନାବାଳିକା ଓ ତାଙ୍କ ସାଙ୍ଗକୁ ଗତ ୨୦୨୦ମସିହା ମାର୍ଚ୍ଚ ୨୧ତାରିଖ ଦିନ ବିଦ୍ୟୁତ ସରବରାହ ନଥିବା ବେଳେ ଡାକିଥିଲେ। ଗୋଟିଏ ପରିତ୍ୟକ୍ତ କାର ମଧ୍ୟକୁ ଡାକିକି ନେଇଥିଲେ। ଜଣେ ନାବାଳିକାଙ୍କୁ ପଛ ସିଟରେ ବସାଇଥିବା ବେଳେ ଆଉ ଜଣଙ୍କୁ ଆଗ ସିଟରେ ବସିବାକୁ କହିଥିଲେ ଅଭିଯୁକ୍ତ। ପଛ ସିଟରେ ବସିଥିବା ନାବାଳିକାଙ୍କ ପିନ୍ଧିଥିବା ପେଣ୍ଟ ଜୋର ଜବରଦସ୍ତ ଖୋଲିବା ସହ ହାତରେ ଧରିଥିବା ମାରାଣାସ୍ତ୍ରରେ ଉଭୟଙ୍କୁ ଭୟଭୀତ କରିଥିଲେ।
କୌଶଳକ୍ରମେ ସମ୍ମୁଖରେ ବସିଥିବା ନାବାଳିକା ଜଣକ ଖସି ଘରକୁ ଯାଇ ଅନ୍ୟ ନାବାଳିକାଙ୍କ ପରିବାରବର୍ଗକୁ ସବୁ କହିଥିଲେ। ପରିବାରବର୍ଗ କାର ନିକଟରେ ପହଚିଂବା ବେଳେ ଅଭିଯୁକ୍ତ ଜଣକ ମାରଣାସ୍ତ୍ରରେ ନାବାଳିକାକୁ ହତ୍ୟା କରି ଫେରାର ହୋଇଥିଲା। ନାବାଳିକାଙ୍କ ମା’ ନନ୍ଦପୁର ଥାନାରେ ଏତଲା ଦେଇଥିଲେ। ଡାକ୍ତରଖାନାକୁ ନେଇ ଶବ ବ୍ୟବଛେଦ କରିବାରେ ନାବାଳିକାଙ୍କ ସହ ଦୁଷ୍କର୍ମ କରିବା ସହ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିବା ଡାକ୍ତର ରିପୋର୍ଟ ଦେଇଥିଲେ।
ଅଭିଯୁକ୍ତ ରମେଶ ହତ୍ୟାରେ ବ୍ୟବହାର କରାଯାଇଥିବା ଧାରୁଆ ଅସ୍ତ୍ରକୁ ତଦନ୍ତକାରୀ ପୁଲିସକୁ ଦେଇଥିଲେ ତତ୍କାଳୀନ ମାଛକୁଣ୍ଡ ଥାନା ଅଧିକାରୀ ପ୍ରପୁଲ୍ଲ କୁମାର ଲାକ୍ରା, ଏଏସପି ବିମଳକାନ୍ତ ବ୍ରହ୍ମା ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ଏବଂ ପରେ ମାମଲାର ଚାର୍ଜସିଟ୍ ବି ଦାଖଲ କରିଥଲେ। ମାମଲାର ବିଚାର ଚାଳିଥିବା ସମୟରେ ୧୭ଜଣ ସାକ୍ଷି ପ୍ରମାଣଓ ୨୮ଟି ଦସ୍ତାବିଜକୁ ଭିତ୍ତି କରି ଆଇପିସିର ଧାରା ୩୭୬(୨)(ଭି),ରେ ଦୋଷୀ ସାବ୍ୟସ୍ତ କରାଯାଇଛି। ଆଇପିସିର ୩୦୨, ଏସସି/ଏସଟି ଆକ୍ଟ (ପିଓଏ) ଆକ୍ଟର ଧାରା ୩(୨)(ଭି)ରେ ଆଜୀବନ କାରାଦଣ୍ଡ ଓ ୨୦ହଜାର ଜରିମାନା, ଏବଂ ପକ୍ସୋ ଆକ୍ଟର ଧାରା ୬ରେ ସାଧାରଣ ଜୀବନର ଶେଷ ପର୍ଯ୍ୟନ୍ତ ଆଜୀବନ କାରାଦଣ୍ଡ ସହ ୨୦ହଜାର ଟଙ୍କାର ଜରିମାନ ଦେବାକୁ ମାନ୍ୟବର ସ୍ବତନ୍ତ୍ର ପକ୍ସୋ କୋର୍ଟର ବିଚାରପତି ଏହି ରାୟ ଦେଇଛନ୍ତି। ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ସରକାରୀ ଓକିଲ ଡ. ବି.ଗାୟତ୍ରୀ ଦେବୀ ମାମଲାକୁ ପରିଚାଳନା କରୁଥିଲେ।