ବାଲେଶ୍ୱର: ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ମାମଲାରେ ବାଲେଶ୍ବର ଜିଲ୍ଲା ଦୌରାଜଜ ଗିରିଜା ପ୍ରସାଦ ମହାପାତ୍ର ଅଭିଯୁକ୍ତ ଅଗଷ୍ଟ ସିଂଙ୍କୁ ୨୦ବର୍ଷ ଜେଲ ଦଣ୍ଡ ପ୍ରଦାନ କରିବା ସହ ୩୦ହଜାର ଟଙ୍କା ଜରିମାନା କରିଛନ୍ତି। ଏହି ଜରିମାନା ଅନାଦେୟ ଅଧିକ ୧ବର୍ଷ ୧ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି ।
ସୂଚନାଯୋଗ୍ୟ, ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତି ରଘୁମଣି (ଛଦ୍ମନାମ)ତାଙ୍କ ପରିବାର ସହ ଦୀର୍ଘ ୧୯ବର୍ଷ ଧରି ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅର୍ନ୍ତଗତ ଶ୍ରମବଣା ଗ୍ରାମରେ ରହି ଆସୁଥିଲେ । ତେବେ ବୈଶିଙ୍ଗା ଥାନା ଅର୍ନ୍ତଗତ ରଘୁପୁର ଗ୍ରାମର ଅଗଷ୍ଟ ସିଂ ୨୦୧୭ମସିହା ଅଗଷ୍ଟ ମାସ ୧୫ତାରିଖରେ ରଘୁମଣିଙ୍କ ଘରକୁ ବୁଲିବାକୁ ଆସିଥିଲା। ପରିବାର ଲୋକେ ଶୋଇ ପଡ଼ିଥିବା ପରେ ଅଗଷ୍ଟ ରଘୁମଣିଙ୍କ ନାବାଳିକା ଝିଅ ଏବଂ ତାଙ୍କର ଜଣେ ଭାଣିଜୀଙ୍କୁ ତାଙ୍କ ଘରକୁ ଯିବା ପାଇଁ କହି ସାଙ୍ଗରେ ନେଇ ଯାଇଥିଲା। ସେ ରୁପସା ଷ୍ଟେସନ ନିକଟରୁ ସେମାନଙ୍କୁ ଏକ ମୋଟରସାଇକେଲରେ ବସାଇ ରାତି ପ୍ରାୟ ୧୨ଟା ବେଳେ ଏକ ନିର୍ଜନ ସ୍ଥାନରେ ବଳପୂର୍ବକ ଦୁଷ୍କର୍ମ କରିଥିଲା ।
ଏହି ଘଟଣା ପରେ ନାବାଳିକାଙ୍କ ପରିବାର ଲୋକେ ଚାଇଲଡ ଲାଇନ ସହାୟତା ନେଇଥିଲେ। ନାବାଳିକାଙ୍କ ଠାରୁ ସମସ୍ତ ଘଟଣା ସମ୍ପର୍କରେ ଜାଣିବା ପରେ ପରିବାରଲୋକ ଥାନାରେ ଏକ ଲିଖିତ ଅଭିଯୋଗ କରିଥିଲେ । ଏନେଇ ପୁଲିସ ଏକ ମାମଲା ରୁଜୁ କରି ଅଗଷ୍ଟକୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାକୁ ସରକାରୀ ଓକିଲ ପ୍ରଣବ ପଣ୍ଡା ପରିଚାଳନା କରୁଥିଲେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/02/download-1-5.jpg)