ଜୟପୁର : ଆଜି ସ୍ଥାନୀୟ ଲିଙ୍ଗରାଜ ନଗର ସ୍ଥିତ ସନ୍ତୋଷ ସାହୁଙ୍କ ଘର ଛାତ ଉପରେ ଗୋଟିଏ ବିରଳ ଧଳା ରଂଗର ପେଚା ଆହତ ଅବସ୍ଥାରେ ଉଦ୍ଧାର କରାଯାଇଛି। ପେଚାଟି ପାଣି ଟାଙ୍କି ମଧ୍ୟରେ ପଡ଼ିଥିବା ବେଳେ ସନ୍ତୋଷଙ୍କ ନଜରକୁ ଆସିଥିଲା। ସେ ସମାଜସେବୀ ସତୀଶ ନନ୍ଦ, ସହକାର ଆଲ୍ଲୀଙ୍କୁ ସୂଚନା ଦେଇଥିଲେ। ପେଚାଟିକୁ ବାହାରକୁ କାଡ଼ି ଏମାନେ ରଖିବା ସହ ବନବିଭାଗର ଅଧିକାରୀଙ୍କୁ ସୂଚନା ଦେଇଥିଲେ।
ଜୟପୁର ରେଂଜର ବନବିଭାଗକୁ ପରେ ଏମାନେ ହସ୍ତାନ୍ତର କରିଥିଲେ। ବନବିଭାଗ ପକ୍ଷରୁ ଏହାର ଚିକିତ୍ସା କରି ଜଙ୍ଗଲରେ ଛାଡିଥିବା ସୂଚନା ମିଳିଛି। ଧଳା ରଂଗର ପେଚାକୁ ଲକ୍ଷ୍ମୀଙ୍କ ବାହନ ତଥା ଶୁଭ ମାନୁଛନ୍ତି। ବିଦେଶରେ ଏହି ପେଚାର ଚାହିଦା ଓ ଦର ଅଧିକା ରହିଥିବା ବେଳେ ଏହା କିଭଳି ସହର ମଧ୍ୟକୁ ଆହତ ଅବସ୍ଥାରେ ଆସିଲା ତାହାକୁ ନେଇ ସାଧାରଣରେ ଚର୍ଚ୍ଚା ଆରମ୍ଭ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/06/1264db03-9794-44b7-8bbd-f898517477c8.jpg)