ଗରିବ ପରିବାରକୁ ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ

ଯାଜପୁର: ଆଜି ଅଂଶୁମାନ ମେମୋରିଆଲ ଟ୍ରଷ୍ଟର ସଦସ୍ୟମାନେ ଟ୍ରଷ୍ଟର ସମ୍ପାଦକ ହିମାଂଶୁ ଶେଖର ସାହୁଙ୍କ ପରାମର୍ଶ କ୍ରମେ ଟ୍ରଷ୍ଟ ଦ୍ୱାରା ଖୋଲାଯାଇଥିବା ଅନଲାଇନ ଅଭିଯୋଗ ପ୍ରକୋଷ୍ଠକୁ ଆଧାର କରି ବିଭିନ୍ନ ସ୍ଥାନରେ ରାସନ ସାମଗ୍ରୀ ଓ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। ସଂସ୍ଥା ତରଫରୁ ଗରିବ, ଅସହାୟ, କ୍ୟାନ୍ସର ରୋଗୀ ଓ କୀଡ଼ନି ରୋଗୀଙ୍କୁ ଏହି ସୟାହତା ଦିଆଯାଇଛି। ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ପଂଚାୟତ ଜେନାପୁର ଗ୍ରାମରେ ଏକ କ୍ୟାନସର ପୀଡିତ ପରିବାରକୁ ସଂସ୍ଥା ତରଫରୁ ଦୁଇ ମାସର ରାସନ ସାମଗ୍ରୀ ଦେବା ସହ କିଛି ଆର୍ଥିକ ସହାୟତା କରାଯାଇଛି। ଏହି ପରିବାରରେ ମହିଳା ଜଣକ କ୍ୟାନସର ପୀଡିତା ହୋଇଥିବା ବେଳେ ଘରେ ଛୋଟ ଛୋଟ ଝିଅ ଏବଂ ପତ୍ନୀ, ସ୍ୱାମୀ ରୋଗରେ ପୀଡିତ ଅଛନ୍ତି। ଫଳରେ ରୋଜଗାର ବାଟ ବନ୍ଦ ହୋଇଯିବା ଯୋଗୁଁ ପରିବାର ପ୍ରତିପୋଷଣ ଏବଂ ନିଜର ଚିକିତ୍ସା ପାଇଁ ବହୁତ ଅସୂବିଧା ହେଉଛି। ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଂଚି ତାଙ୍କ ଭଲ ମନ୍ଦ ବୁଝିଛନ୍ତି।

ଗଡ଼ମଧୁପୁର ପଂଚାୟତ ପନ୍ତୁରି ଗ୍ରାମର ଏକ ପରିବାର ଯାହା କି ସ୍ୱାମୀ କିଛି ବର୍ଷ ପୂର୍ବେ ମୃତ୍ୟୁବରଣ କରିଥିଲେ। ଘରେ ଛୋଟ ଛୁଆ ଏବଂ ବିଧବା ପତ୍ନୀ ତାଙ୍କର ମଧ୍ୟ ଘର ନାଇଁ ଗାଁର ଏକ ପରିତ୍ୟକ୍ତ ଘରେ ରହୁଥିବାର ଖବର ପାଇ ଟ୍ରଷ୍ଟ ସଦସ୍ୟମାନେ ସେଠାରେ ପହଂଚି ତାଙ୍କୁ ଦୁଇ ମାସର ରାସନ ସାମଗ୍ରୀ ଦେବା ସହ କିଛି ଆର୍ଥିକ ସହାୟତା କରିଥିଲେ।

ସେହିପରି ମଙ୍ଗଳପୁର ପଂଚାୟତ ମଙ୍ଗଳପୁର ଗ୍ରାମର ଏକ ଅସହାୟ ପରିବାର ତାଙ୍କୁ ଟ୍ରଷ୍ଟ ତରଫରୁ ପୂର୍ବରୁ କିଛି ସାହାଯ୍ୟର ହାତ ବଢ଼ାଯାଇଥିଲା। କିନ୍ତୁ ଏହି କିଛି ଦିନ ହେବା ପରିବାରର ବୃଦ୍ଧା ଜଣକର ମୃତ୍ୟୁ ହୋଇଯାଇଛି। ଘରେ ଅବିବାହିତ ଝିଅ ଛଡା କେହି ନାହାନ୍ତି। ଶୁଦ୍ଧିକ୍ରିୟା ପାଇଁ ବହୁତ ଅସୁବିଧା ହେଉଥିବା ଖବର ପାଇ ଟ୍ରଷ୍ଟର ସଦସ୍ୟମାନେ ସେଠାରେ ପହଂଚି ତାଙ୍କୁ କିଛି ଆର୍ଥିକ ସହାୟତା କରିବା ସହ ଶୁଦ୍ଧିକ୍ରିୟା ପାଇଁ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

ସମ୍ବନ୍ଧିତ ଖବର