ରଥଖଳାରେ ଆଜି ସନ୍ଧ୍ୟାରେ ଆରମ୍ଭ ହେଲା ଚାଳି ନିର୍ମାଣ କାର୍ଯ୍ୟ

ପୁରୀ: ମେ ୧୫ ତାରିଖ ପବିତ୍ର ଅକ୍ଷୟ ତୃତୀୟା ତିଥି ପରମ୍ପରା ମୁତବକ ରଥ ଅନୁକୂଳ ପର୍ବ। ସେଥିପାଇଁ ଶ୍ରୀନଅର ରଥଖଳାରେ ଆଜି ସନ୍ଧ୍ୟାରେ ଆରମ୍ଭ ହୋଇଛି ଚାଳି ନିର୍ମାଣ କାର୍ଯ୍ୟ। ଚଳିତ ବର୍ଷ କରୋନା କଟକଣାରେ ରଥ ନିର୍ମାଣ ହେବ। ପୂର୍ବ ରୁ ୧୬୦ଫୁଟ ଲମ୍ବ ଚାଳି କରାଯାଉଥିବା ବେଳେ ଗତ ବର୍ଷ ଠାରୁ ୬୦ ଫୁଟ ବଢାଯାଇ ୨୨୦ ଫୁଟ କରାଯାଇଛି। ଏହି ମାପରେ ପ୍ରଶାସନ ପକ୍ଷରୁ ଚାଳି ନିର୍ମାଣ ଆରମ୍ଭ ହୋଇଛି।

ଏହି ଚାଳିରେ କରୋନା କଟକଣା ପାଳନ ମୁତାବକ ନିର୍ମାଣ ସେବକ ରଥ ନିର୍ମାଣ କରିବେ। ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କର୍ମଚାରୀ ନିୟୋଜିତ କରାଯାଇ ବଡଦାଣ୍ଡକୁ ଖୋଳି ସେଥିରେ ଲୁହା ପାଇପ ଦେଇ ଚାଳି କରାଯାଉଛି । ତା ପରେ ତା ଉପରେ ଭୋଇ ସେବାକମାନେ ଚଢି ଚାଂଚ ପକାଇବେ । ସେହିଭଳି ଚନ୍ଦନ ଯାତ୍ରା ପାଇଁ ଠାକୁର ଯିବା ପାଇଁ ବଡଦାଣ୍ଡରେ ଛାମୁଣ୍ଡିଆ କରାଯିବାର ବ୍ୟବସ୍ଥା କରାଯାଉଛି।

ସମ୍ବନ୍ଧିତ ଖବର