ବାରିପଦା: କରୋନା କଟକଣା ସତ୍ତ୍ବେ ୨ୟ ଶ୍ରୀକ୍ଷେତ୍ର ବାରିପଦାରେ ଆରମ୍ଭ ହୋଇଛି ମହାପ୍ରଭୂଙ୍କ ରଥ ନିର୍ମାଣ କାର୍ଯ୍ୟ। ଦେବୋତ୍ତର ବିଭାଗ ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳଙ୍କ ପତ୍ର ଅନୁସାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ କରିବାକୁ ରଥ ମହାପାତ୍ର ମୃତ୍ୟୁଞ୍ଜୟ ମହାପାତ୍ରଙ୍କ ସହିତ ସମସ୍ତ ରଥ ମହାରଣାମାନଙ୍କୁ କୁହାଯାଇଛି। ଚଳିତ ବର୍ଷ ଶ୍ରୀଶ୍ରୀ ହରିବଳଦେବ ଜୀଉ ମହାପ୍ରଭୂ ବିଜେ ବାରିପଦାଙ୍କ ଅକ୍ଷୟ ତୃତୀୟା ଆସନ୍ତା ୨୬ରେ ପାଳନ ହେବାକୁ ଯାଉଛି। ଜୁନ୍ ୨୦ ସୁଦ୍ଧା ରଥ ନିର୍ମାଣ କାର୍ଯ୍ୟ ସମାପ୍ତ କରିବାକୁ କୁହାଯାଇଛି ।
୨୩ ଜୁନ୍ରେ ପହଣ୍ଡି ବିଜେ ଅନୁଷ୍ଠିତ ହେବ। ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ନିର୍ମାଣ କାର୍ଯ୍ୟ ଆବଶ୍ୟକ ହେଉଥିବା ରଥ ବାର୍ଚ୍ଛିଆ, ପୋଟଳ ଚିରା, ବିନ୍ଧାଣି ଓ ଦଉଡ଼ି ବଳାମାନଙ୍କୁ ନେଇ ଆରମ୍ଭ କରାଯାଇଛି। ଗ୍ରୀଷ୍ମକୁ ଦୃଷ୍ଟିରେ ରଖି ରଥ ନିର୍ମାଣ କାର୍ଯ୍ୟ ପ୍ରତ୍ୟେକ ଦିନ ପୂର୍ବାହ୍ନ ୧୧ରୁ ଅପରାହ୍ନ ୩ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ପରାମର୍ଶ ଦିଆଯାଇଛି ।
/sambad/media/post_attachments/wp-content/uploads/2020/04/IMG_20200416_164446_2-1024x745.jpg)
ତେବେ ଏହି ସମୟରେ ମୁଖ୍ୟତଃ ନିର୍ମାଣରେ ଆବଶ୍ୟକ ହେଉଥିବା ନୂତନ କାଠ ଓ ଚକ ଉପରେ ଲାଗୁଥିବା ଲୁହା ହାଲକୁ ନେଇ ଦେଖାଦେଇଛି ସମସ୍ୟା । ଶ୍ରୀକ୍ଷେତ୍ର ପୁରୀରେ ପ୍ରତ୍ୟେକ ବର୍ଷ ରଥ ନିର୍ମାଣରେ ନୂତନ କାଠ ବ୍ୟବହାର କରାଯାଉଥିବା ବେଳେ ଦ୍ୱିତୀୟ ଶ୍ରୀକ୍ଷେତ୍ର ବାରିପଦାରେ ପୁରୁଣା କାଠକୁ ବ୍ୟବହାର କରାଯାଇଥାଏ ।
ଚଳିତ ମାସ ୨୬ରେ ପଡ଼ୁଥିବା ପବିତ୍ର ଅକ୍ଷୟ ତୃତୀୟାରେ ବିଧି ବ୍ୟବସ୍ଥା ଓ ମନ୍ଦିରର ନୀତିକାନ୍ତି ମଧ୍ୟରେ ନନ୍ଦିଘୋଷ, ତାଳଧ୍ୱଜ ଓ ଦର୍ପଦଳନ ରଥର ଅଖରେ ଚକ ଲାଗି କାର୍ଯ୍ୟ ସମ୍ପନ୍ନ ହେବାକୁ ଯାଉଥିବା ବେଳେ ରଥ ଚକର ହାଣ୍ଡି ନଷ୍ଟ ହୋଇଯାଇଥିବାରୁ ଏହାର ନିର୍ମାଣ ନିମନ୍ତେ ଆବଶ୍ୟକ ମୋଟେଇର ନୂତନ କାଠ ମିଳିପାରି ନାହିଁ ।
ଏନେଇ ଦେବୋତ୍ତର ନିର୍ବାହୀ ଅଧିକାରୀ ତଥା ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱରେ ଥିବା ବାରିପଦା ପିଏ ଆଇଟିଡିଏ ବସନ୍ତ କୁମାର ସେଠୀ ଆସନ୍ତା କାଲି ରଥ ନିର୍ମାଣ କାର୍ଯ୍ୟ ପରିଦର୍ଶନରେ ଯିବେ, ସେହି ସମୟରେ ରଥ ମହାପାତ୍ରଙ୍କ ସୁବିଧା ଅସୁବିଧା ବୁଝି ତାର ସମାଧାନ ନିମନ୍ତେ ବିହିତ ପଦକ୍ଷେପ ଗ୍ରହଣ କରିବେ ବୋଲି ନିଜ ପ୍ରତିକ୍ରିୟାରେ ସୂଚନା ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/04/IMG_20200417_094031.jpg)