ରାଇରଙ୍ଗପୁର: ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ମହାଆଡ଼ମ୍ବରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇ-ଭଉଣୀଙ୍କ ସହ ମାଉସୀ ମା' ମନ୍ଦିରକୁ ଯାଉଛନ୍ତି। ଆଜି ଅଧା ବାଟରେ ଅଟକିଛନ୍ତି। ଦ୍ୱିତୀୟ ଦିନରେ କେବଳ ମହିଳା ମାନେ ରଥ ଟାଣିବେ।
ରାଇରଙ୍ଗପୁର ପ୍ରସିଦ୍ଧ ରଥଯାତ୍ରା ପ୍ରଥମ ଦିନରେ ମହାଆଡ଼ମ୍ବରେ ଅନୁଷ୍ଠିତ ହୋଇଛି। ମହାପ୍ରଭୁ ଭାଇ-ଭଉଣୀଙ୍କ ସହ ମାଉସୀ ମା' ମନ୍ଦିରକୁ ଯାଉଛନ୍ତି। ଆଜି ଅଧା ବାଟରେ ଅଟକିଛନ୍ତି। ଦ୍ୱିତୀୟ ଦିନରେ କେବଳ ମହିଳାମାନେ ରଥ ଟାଣିବେ। ମୁଖ୍ୟ ପୂଜକ ଦେବବ୍ରତ ରଥ ଶର୍ମାଙ୍କ ଦ୍ୱାରା ଠାକୁରଙ୍କ ରୀତି, ନୀତି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜାର୍ଚ୍ଚନା ସଂପନ୍ନ କରିବାପରେ ସେବାୟତଙ୍କ ଦ୍ୱାରା ଧାଡ଼ି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପରେ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ପୁରୀ ରଥଯାତ୍ରା ପରି ରାଇରଙ୍ଗପୁରରେ ମଧ୍ୟ ଏକ ସୁସଜ୍ଜିତ ଘଡା ଗାଡ଼ିରେ ରାଇରଙ୍ଗପୁର ପୌରପରିଷଦର ଅଧକ୍ଷ ଅଭିଷେକ ପଟ୍ଟନାୟକ ଛେରା ପହଁରା କରିଥିଲେ। ଏଥିରେ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ପ୍ରମୁଖ ଯୋଗଦେଇ ରଥ ଟାଣିଥିଲେ। ଡାହୁକ କୃଷ୍ନବିହାରୀ ମହାନ୍ତି ଓ ଅଭିଷେକ ମହାନ୍ତିଙ୍କ ଦ୍ୱାରା ରଥ ଗଡ଼ିଥିଲା।
ମୁଖ୍ୟ ପୂଜକ ଦେବବ୍ରତ ରଥ ଶର୍ମାଙ୍କ ଦ୍ୱାରା ଠାକୁରଙ୍କ ରୀତି, ନୀତି, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଏବଂ ଅନ୍ୟାନ୍ୟ ପୂଜାର୍ଚନା ସଂପନ୍ନ କରିବାପରେ ସେବାୟତଙ୍କ ଦ୍ୱାରା ଗୋଟି ପହଣ୍ଡିରେ ଚକ୍ରରାଜ ଶ୍ରୀସୁଦର୍ଶନ, ପ୍ରଭୁ ଶ୍ରୀ ବଳଭଦ୍ର, ଦେବୀ ସୁଭଦ୍ରା ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ପୂଜାର୍ଚ୍ଚନା ସମ୍ପନ୍ନ ହୋଇଥିଲା। ପରେ ରଥାରୂଢ଼ ହୋଇଥିଲେ ଚତୁର୍ଦ୍ଧାମୂର୍ତ୍ତି । ପୁରୀ ରଥଯାତ୍ରା ପରି ରାଇରଙ୍ଗପୁରରେ ମଧ୍ୟ ଏକ ସୁସଜ୍ଜିତ ଘଡା ଗାଡ଼ିରେ ରାଇରଙ୍ଗପୁର ପୌରପରିଷଦର ଅଧକ୍ଷ ଅଭିଷେକ ପଟ୍ଟନାୟକ ଛେରା ପହଁରା କରିଥିଲେ। ଏଥିରେ ଅତିଥି ଭାବେ ମୟୂରଭଞ୍ଜ ଲୋକସଭା ସାଂସଦ ନବ ଚରଣ ମାଝୀ, ରାଇରଙ୍ଗପୁର ବିଧାୟକ ଜଲେନ୍ ନାଏକ ପ୍ରମୁଖ ଯୋଗଦେଇ ରଥ ଟାଣିଥିଲେ। ଡାହୁକ କୃଷ୍ନବିହାରୀ ମହାନ୍ତି ଓ ଅଭିଷେକ ମହାନ୍ତିଙ୍କ ଦ୍ୱାରା ରଥ ଗଡ଼ିଥିଲା।
ହଜାର ହଜାର ଭକ୍ତ ରଥଟାଣି ମହାପ୍ରଭୁଙ୍କ ପ୍ରଥମ ଦିନର ଦିବ୍ୟ ଯାତ୍ରା ସଂପନ୍ନ ହୋଇଥିଲା। ରଥଯାତ୍ରା କମିଟିର ଉପଜିଲ୍ଲାପାଳ ସୌମ୍ୟ ରଞ୍ଜନ ପ୍ରଧାନ,ଏସଡିପିଓ ଗୋକୁଳାନନ୍ଦ ସାହୁ, ନଗରପାଳ ଅଭିଷେକ ପଟ୍ଟନାୟକ, ତହସିଲଦାର ବିଶ୍ଵନାଥ ବିଶ୍ଵାଳ, ପୂର୍ବତନ ବିଧାୟକ ରାଜକିଶୋର ଦାସ, ଉପଖଣ୍ଡର ସମସ୍ତ ଥାନା ଅଧିକାରୀଙ୍କ ସମେତ ବହୁ ମାନ୍ୟଗଣ ବ୍ୟକ୍ତି ଉପସ୍ଥିତ ଥିଲେ। ସେହିପରି ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଧାରା ବିବରଣୀ ଡ଼.ଦିଗମ୍ବର ଗିରି, ରଞ୍ଜନ କୁମାର ନନ୍ଦ, ସଚ୍ଚିକାନ୍ତ କର, ତିମିର ରଂଜନ ପଣ୍ଡା, ପୁଷ୍ପାଞ୍ଜଳି ତ୍ରିପାଠୀ, ପୁଷ୍ପଲତା ମହାନ୍ତି, ଲଳିତ ମହାନ୍ତ, ଭୀମସେନ ପାତ୍ର, ନିଗମାନନ୍ଦ ପଟ୍ଟନାୟକ, ବିଜୟ ରାମ ପ୍ରମୂଖ ପ୍ରଦାନ କରିଥିଲେ। ତେବେ କଚେରୀ ପଡ଼ିଆ ବଦଳରେ ବ୍ଲକ ପଡ଼ିଆରେ ହେଉଥିବାରୁ ଭିଡ଼ ନିୟନ୍ତ୍ରଣ ହୋଇଥିଲା କିନ୍ତୁ ପୁର୍ବ ବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ଲୋକଙ୍କ ସମାଗମ ହୋଇଥିଲା। ଏହା ବ୍ୟତୀତ ଦର୍ଶକଙ୍କ ଆକର୍ଷଣ ପାଲଟିଛି ଅଜନ୍ତା ସର୍କସ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/09/2025-07-09t140418003z-303a0e67-a2aa-4acf-8f08-768d7ad5fbb9-2025-07-09-19-34-16.jpg)
/sambad/media/media_files/2025/06/27/8a7fa2a2-9153-405f-badc-582b2a8869ad-2025-06-27-20-29-55.jpg)