ଚଢ଼େଇଧରା: ଜେନାପୁର ଥାନା ମଧୁପୁରଗଡ଼ସ୍ଥିତ ପୁରାତନ ଶ୍ରୀଜଗନ୍ନାଥ ମନ୍ଦିରରେ ରଥଯାତ୍ରା ସଂପନ୍ନ ହୋଇଛି। ରାଜବାଟିରୁ ରାଣୀ ଅପର୍ଣ୍ଣା ଧୀରସିଂହ ଭରଦ୍ୱାଜ ଶ୍ରୀମନ୍ଦିରକୁ ଆସି ପୂଜାର୍ଚ୍ଚନା କରିବା ପରେ ପହଣ୍ଡି ଆରମ୍ଭ ହୋଇଥିଲା। ମନ୍ଦିର ଭିତରୁ ଠାକୁରଙ୍କୁ ପୂର୍ବଦିଗ ସିଂହଦ୍ୱାରା ବାଟଦେଇ ଧାଡ଼ି ପହଣ୍ଡି ଓ ଗୋଟି ପହଣ୍ଡି କରି ବାଇଶି ପାହାଚ ଦେଇ ରଥ ଚାରିପାଖରେ ପରିକ୍ରମା କରାଯାଇଥିଲା। ପରେ ମହାପ୍ରଭୁଙ୍କୁ ରଥାରୂଢ଼ କରାଯାଇଥିଲା। ପ୍ରଥମେ ଶ୍ରୀ ବଳଦେବ, ଦେବୀ ସୁଭଦ୍ରା ଓ ଶ୍ରୀ ଜଗନ୍ନାଥଙ୍କୁ ରଥ ଉପରେ ବିଜେ କାରାଯାଇ, ରାଜପୁରୋହିତ ପଣ୍ଡିତ ନୀଳାମ୍ବର ପତିଶର୍ମାଙ୍କ ଦ୍ୱାରା ରଥ ମାର୍ଜନା ଦେବ ଧ୍ୟାନ, ନୈବେଦ୍ୟ ଓ ଆଳତି କରାଯାଇଥିଲା। ପରମ୍ପରା ଅନୁସାରେ ରାଣୀ ଅପର୍ଣ୍ଣl ଧୀର ସିଂହ ଭରଦ୍ୱାଜ ପ୍ରଥମେ ମହାପ୍ରଭୁଙ୍କ ପୂଜା କରି ପୁଷ୍ପାଞ୍ଜଳି ଓ ଆଳତି କରିବା ପରେ ଛେରାପହଁରା କରିଥିଲେ। ଏଠାରେ ପ୍ରଥମ କରି ୨୦୦୯ ରୁ ଜଣେ ମହିଳା ସେବିକା ଭାବେ ରାଣୀ ମହାପ୍ରଭୁଙ୍କ ସେବାକାର୍ଯ୍ୟ କରିଆସୁଛନ୍ତି।
ରାଣୀଙ୍କୁ ମହାପ୍ରଭୁଙ୍କ ସେବାରେ ସ୍ୱାମୀ ବିନୀତ ଭରଦ୍ୱାଜ, ରାଜମାତା ଦୀପ୍ତିଦେବୀ ପାଟ ମହାଦେଇ, ସାନ ଭଉଣୀ ଅନସୂୟା ଧୀର ସିଂହ ଓ ଦୁଇ ଝିଅ ସହଯୋଗ କରିଆସୁଛନ୍ତି। ଶ୍ରୀ ଜଗନ୍ନାଥ ମନ୍ଦିରର ନିତିଦିନ ପୂଜା ଅର୍ଚନା ଓ ରଥଯାତ୍ରା ପରିଚାଳନାରେ ମଧୁପୁରଗଡ଼ ଗ୍ରାମବାସୀଙ୍କର ପୂର୍ଣ୍ଣ ସହଯୋଗ ରହିଆସିଛି। ଜେନାପୁର ପୁଲିସ ଓ ଯୁବକମାନଙ୍କ ଦ୍ୱାରା ଶାନ୍ତିଶୃଙ୍ଖଳା ରକ୍ଷା କରାଯାଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/26-14.jpg)