ପଣ୍ଡାପଡ଼ା:  ବକ୍ସିବାରିଗାଁ ଓ ହୁଣ୍ଡାରେ  ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଅପରାହ୍ଣ ୪ଟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କର ପହଣ୍ଡି ବିଜେ କରାଯାଇଥିଲା। ବକ୍ସିବାରିଗାଁରେ ଅଭିମନ୍ୟୁ ତିଓ୍ବାରି ଓ ସାଈ ଶଙ୍କର ତିଓ୍ବାରି ରଥାରୂଢ ଶ୍ରୀଜଗନ୍ନାଥ, ଶ୍ରୀବଳଭଦ୍ର, ଦେବୀ ସୁଭଦ୍ରା ଓ  ସୁଦର୍ଶନ ବିଗ୍ରହଙ୍କୁ  ପୂଜାର୍ଚ୍ଚନା କରିଥିଲେ। ଗ୍ରାମର ପ୍ରଧାନ ଫକିର ମୋହନ ରାଉଳ ରଥରେ ଛେରା ପହଁରା କରିଥିଲେ । ଭାସ୍କରଚନ୍ଦ୍ର ନାଏକ ସାରଥି ଦାୟିତ୍ବ ନିର୍ବାହ କରିଥିଲେ। ରବୀନ୍ଦ୍ର ବେହେରା, ଅକ୍ଷୟ ରଣା, ଦୁଃଶାସନ ସାହୁ, ରାଜକିଶୋର ବାରିକ, ବୃନ୍ଦାବନ ନାଏକ, ମଙ୍ଗୁଳୁ ବେହେରା, ଭୀମସେନ ବାରିକ, ଶରଣ ବାରିକ, ସଞ୍ଜୟକୁମାର ରାଉଳ, ସନ୍ତୋଷ ବାରିକ, ନିତ୍ୟାନନ୍ଦ ଦେହୁରୀ, କୁଞ୍ଜ ବେହେରା, ନିରଞ୍ଜନ ପାତ୍ର, କୁଳମଣି ଦେହୁରୀ, ଅଭିମନ୍ୟୁ ବେହେରା, ହୁନ୍ଦର ବାରିକ, ରମାକାନ୍ତ ସାହୁ , ଯଶୋବନ୍ତ ବାରିକଙ୍କ ସମେତ ରଥ କମିଟିର ସମସ୍ତ ସଦସ୍ୟ ସହଯୋଗ କରିଥିଲେ।

Advertisment

ହୁଣ୍ଡାରେ ରଥରେ ସୁନିଆଁ ନାଏକ ସାରଥି ଦାୟିତ୍ବ ତୁଲାଇ ଥିଲେ। ପଣ୍ଡିତ ଶଶଧର ଶତପଥୀ  ରଥାରୂଢ ଦିଅଁଙ୍କ ପୂଜାର୍ଚ୍ଚନା କରିଥିଲେ। ହେମନ୍ତ କୁମାର ଭଞ୍ଜ ଛେରାପହଁରା କରିଥିଲେ । ରଥ କମିଟିର ସେବକ ମନୋଜ କୁମାର ନାଏକ, ଜାକେଶ୍ୱର ନାଏକ, ପ୍ରମୋଦ ପାତ୍ର, ଆର୍ତ୍ତତ୍ରାଣ ଅମାନ୍ତ, ପ୍ରମୋଦରଞ୍ଜନ ବେହେରା, ପାରେଶ୍ବର ବେହେରା, ମାର୍କଣ୍ଡ ବେହେରା, ଦାଶରଥି ବେହେରା, ଟିକିଆ ବେହେରା, ନିତ୍ୟାନନ୍ଦ ବେହେରା, ଜିତୁ ପ୍ରଧାନ, ବିନୋଦ ଗିରି, ବିପିନ ନାଏକ, ବିଦ୍ୟାଧର ମହାରଣା, ପ୍ରଶାନ୍ତ ପ୍ରଧାନ ପ୍ରମୁଖ ରଥଯାତ୍ରା ପରିଚାଳନା କରିଥିଲେ।