ଘଟଗାଁ: ଗ୍ରାମ୍ୟ କମିଟି ପକ୍ଷରୁ ଅନୁଷ୍ଠିତ ଶ୍ରୀ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପ୍ରତ୍ୟୁଷରୁ ଘଟଗାଁ ଜଗନ୍ନାଥ ମନ୍ଦିରରେ ବଡଭାଇ ବଳଦେବ, ଦେବୀ ସୁଭଦ୍ରା ଓ ଜଗନ୍ନାଥ, ସୁଦର୍ଶନଙ୍କର ସମସ୍ତ ନୀତିକାନ୍ତି ଗ୍ରାମ୍ୟ କମିଟି ପକ୍ଷରୁ ନିଦ୍ଧାର୍ରିତ ସମୟରେ କରାଯାଇଥିଲା। ଗ୍ରାମ୍ୟ କମିଟିର କାର୍ଯ୍ୟକାରୀ ସଭାପତି ଗଣେଶ୍ବର ରାଉତ ସଂକଳ୍ପ ପୂଜା କରିଥିଲେ।

Advertisment

ମଧ୍ୟାହ୍ନରେ ମା’ ତାରିଣୀଙ୍କ ଠାରୁ ଆଢାମାଳ ଅଣାଯାଇ ଅପରାହ୍ଣରେ ଧାଡ଼ିପହଣ୍ତି କରଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ରଥାରୂଢ଼ କରାଯଇଥିଲା। ପ୍ରଥା ଅନୁଯାୟୀ ପ୍ରମୋଦ କୁମାର ଦେହୁରୀ ଛେରାପହଁରା କରିଥିଲେ। ଅପରାହ୍ଣ ୫ ଟାରେ ରଥ ଟଣା ଆରମ୍ଭ ହୋଇଥିଲା। ସାଢ଼େ ୬ଟାରେ ରଥ ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରୀ ତାରିଣି ମନ୍ଦିରରେ ପହଞ୍ଚିଥିଲା।

କାର୍ଯ୍ୟକ୍ରମରେ ଗ୍ରାମ୍ୟକମିଟିର ସଭାପତି ପ୍ରମୋଦ କୁମାର ଦେହୁରୀ, ସଂପାଦକ ଜଗବନ୍ଧୁ ଶା, ବରିଷ୍ଠ ସଦସ୍ୟ ଧରଣୀଧର ଖୁଂଟିଆ, କ୍ଷୀରୋଦ ପ୍ରସାଦ ଦାସ, କେଶବ ଚନ୍ଦ୍ର ମହାନ୍ତି, ହିମାଂଶୁ ଦେହୁରୀ, ମଙ୍ଗୁଳୁ ନାଏକ, ରଂଜନ କୁମାର ସିଂହ, ଗୁରୁଚରଣ ନାଏକ, ଗୋଲବାସ ଦେହୁରୀ, ଶରତ ଦେହୁରୀ, ସୁରେଶ ଦେହୁରୀ, ସୁନୀଲ ଦେହୁରୀ, ମନୋଜ ନାଏକ, ହୃଦାନନ୍ଦ ସିଂହ, ନିଗମ ନାଏକ, ଅନିଲ ଦେହୁରୀ, ଦିଲୀପ ନାଏକ, ଅମିତ ଦେହୁରୀ, ଆଲୋକ ଦେହୁରୀ, ଅମିୟ ସିଂହ ପ୍ରଭୃତି ଗ୍ରାମ୍ୟ କମିଟିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ସ୍ଥାନୀୟ ପୁଲିସ ଓ ସ୍ବେଚ୍ଛାସେବୀ ଉପସ୍ଥିତ ରହି ରଥ ଟଣାରେ ସହ ଯୋଗ କରିଥିଲେ। ରଥ ମାଉସୀ ମା’ ମନ୍ଦିରରେ ପହଞ୍ଚିବା ପରେ ତାରିଣୀ ମନ୍ଦିର ଟ୍ରଷ୍ଟ ପକ୍ଷରୁ କର୍ମଚାରୀ ସ୍ବାଗତ କରିଥିଲେ। ରାତି ୭ ଟା ପରେ ରଥ ଉପରୁ ଚତୁର୍ଦ୍ଧା ବିଗ୍ରହଙ୍କୁ ବ୍ରାହ୍ମଣ ସମାଜ ରଥରୁ ଓହ୍ଲାଇ ଠାକୁରଙ୍କୁ ଧାଡି ପହଣ୍ତିରେ ଗୁଣ୍ତିଚା ମନ୍ଦିରକୁ ନେଇଥିଲେ।ଏହି ଘୋଷଯାତ୍ରାରେ ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିବା ଅନୁମାନ କରାଯାଉଛି।