କେନ୍ଦୁଝର: କେନ୍ଦୁଝରର ସବୁ ପଥ ଥିଲା ଜଗନ୍ନାଥମୟ। ଯିଏ ଯେଉଁଠୁ ଆସୁଥିଲେ ବି ସମସ୍ତେ ଥିଲେ ବଡ଼ଦାଣ୍ଡ ମୁହାଁ। ପ୍ରଭୁ ବଦଳଦେବଜିଉ, ମହାପ୍ରଭୁ ଜଗନ୍ନାଥ, ଭଉଣୀ ସୁଭଦ୍ରାଙ୍କ ରଥ ଯାତ୍ରା ଦେଖିବାକୁ ସକାଳୁ ସକାଳୁ ଭକ୍ତଙ୍କର ସୁଅ ଛୁଟିଥିଲା। ସନ୍ଧ୍ୟା ବେଳକୁ ବଡ଼ଦାଣ୍ଡରେ ୫୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କ ଗହଳି ହୋଇଥିଲା। ଏହି ହଜାର ହଜାର ଭକ୍ତଙ୍କ ଗହଣରେ ସନ୍ଧ୍ୟା ପ୍ରାୟ ୫ଟା ୩୦ ମିନିଟରେ ଶ୍ରୀ ଜିଉଙ୍କର ରଥ ଯାତ୍ରା ଆରମ୍ଭ ହୋଇ ସନ୍ଧ୍ୟା ୬ଟା ୫୦ ମିନିଟରେ ଶ୍ରୀଗୁଣ୍ଡିଚା ନିକଟରେ ପହଞ୍ଚିଥିଲା।

Advertisment

ଶ୍ରୀଜିଉଙ୍କ ଅବକାଶ ନୀତି ଭୋର ୪ଟାରେ ଅନୁଷ୍ଠିତ ହୋଇଥିଲା। ଅବକାଶ ଶେଷ ହେବା ପରେ ୫ଟାରେ ଲୁଗା ଲାଗି ନୀତି , ୮ଟାରେ ଘଟିକା ଧୂପ ଏବଂ ୧୦ଟାରେ ପୁଷ୍ପାଞ୍ଜଳି ନୀତି ସଂପନ୍ନ ହୋଇଥିଲା। ଅପରାହ୍ଣ ୧ଟାରୁ ପହଣ୍ଡି ନୀତି ଆରମ୍ଭ ହେବା ପରେ ପ୍ରାୟ ୫ଟା ୩୦ ବେଳେ ରଥ ଟଣା ଆରମ୍ଭ ହୋଇଥିଲା।

publive-image

ଶ୍ରୀଜିଉଙ୍କ ପହଣ୍ଡି ବେଳେ ଘଣ୍ଟଘଣ୍ଟା, ଖୋଳକୀର୍ତ୍ତନ ଓ ଲୋକଙ୍କର ହରିବୋଲ ହୁଳହୁଳି ଧ୍ୱନିରେ ଧାଡି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ ପରେ ବଳଦେବଜିଉ, ମାତା ସୁଭଦ୍ରା ଓ ଶେଷରେ ଶ୍ରୀ ଜଗନ୍ନାଥଙ୍କୁ ରଥ ଚାରିପଟେ ସାତଥର ପ୍ରଦକ୍ଷିଣ କରିବା ପରେ ରଥାରୂଢ କରାଯାଇଥିଲା। ପହଣ୍ଡି ଶେଷ ହେବା ସହିତ ଚାର ମାଳ ଫିଟାଯାଇ ପ୍ରଭୁଙ୍କୁ ବେଶ କରାଯାଇଥିଲା। ଘୋଡାବନ୍ଧା ଓ ରଥ ଉପରେ ଚକାଭିଡା କାର୍ଯ୍ୟକ୍ରମ ଶେଷ ହେବାପରେ ରାଜା ଧନଞ୍ଜୟ ନାରାୟଣ ଭଞ୍ଜଙ୍କ ଦ୍ବାରା ଛେରାପହଁରା କାର୍ଯ୍ୟ ଶେଷ ହୋଇଥିଲା। ପ୍ରାୟ ଅପରାହ୍ଣ ୫ଟାରେ ରଥଟଣା ଆରମ୍ଭ ହୋଇଥିଲା।ବଡଦାଣ୍ଡର ମଧ୍ୟଭାଗରେ ଗଳଗଣ୍ଡି ଭୋଗ ଶେଷ ହେବା ସହ ସନ୍ଧ୍ୟା ୭ଟା ୫ରେ ରଥ ଶ୍ରୀଗୁଣ୍ଡିଚା ମନ୍ଦିର ନିକଟରେ ପହଞ୍ଚିଥିଲା।

ଜିଲ୍ଲା ସୂଚନା ଓ ଲୋକସଂପର୍କ ବିଭାଗର ଉପନିର୍ଦ୍ଦେଶକ ସଞ୍ଜୀବ ବାରିକଙ୍କ ତତ୍ତ୍ୱାବଧାନରେ ସ୍ଥାନୀୟ ଘୁଙ୍ଗୁରୁ କ୍ଲବରେ ରଥଯାତ୍ରାର ପ୍ରତ୍ୟକ୍ଷଦର୍ଶୀ ଧାରା ବିବରଣୀ ପ୍ରଦାନ କରିଥିଲେ। ଇଲେଭେନ୍ ବୁଲେଟ୍ କ୍ଲବ, ୟଙ୍ଗ ଜିନିୟସ କ୍ଲବ ଓ କେନ୍ଦୁଝର ଇଂଜିନିୟରିଂ ସ୍କୁଲ ତରଫରୁ ଭକ୍ତଙ୍କୁ ମାଗଣାରେ ଭୋଗ ବିତରଣ କରାଯାଇଥିଲା। ଶ୍ରୀଗୁଣ୍ଡିଚା ରଥଯାତ୍ରାର ସିଧା ପ୍ରସାରଣ କାର୍ଯ୍ୟକ୍ରମ କେବୁଲ ଟିଭି ମାଧ୍ୟମରେ ପ୍ରଦର୍ଶିତ କରାଯାଇଥିଲା। ଶ୍ରୀ ଗୋପାଳଜିଉ ମଠ ଓ ରଥ ବେଂଚ ସଂଗଠନ ତରଫରୁ ପାଣି, ଦହିପାଣି ବଣ୍ଟନ ହେଉଥିବାବେଳେ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଏକ ଅସ୍ଥାୟୀ ଚିକିତ୍ସାଳୟ ଖୋଲାଯାଇଥିଲା। ସୂଚନା ଲୋକସଂପର୍କ ବିଭାଗ ତରଫରୁ ପ୍ରଦର୍ଶନୀ ମଣ୍ଡପ ଖୋଲାଯାଇଥିଲା । ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ରେଡକ୍ରସ୍‌,ଏନ୍‌ସିସି ଛାତ୍ରଛାତ୍ରୀ ରଥଯାତ୍ରା ଦେଖିବାକୁ ଆସିଥିବା ଭକ୍ତଙ୍କୁ ପାନୀୟ ଜଳ ବଣ୍ଟନ, ପ୍ରାଥମିକ ଚିକିତ୍ସା ଆଦି ସଂପର୍କରେ ତଦାରଖ କରୁଥିବା ଦେଖିବାକୁ ମିଳିଥିଲା ।

publive-image

ବଡ଼ପଣ୍ଡା ରାଜକିଶୋର ପଣ୍ଡା, ରାଜପୁରୋହିତ ପ୍ରସନ୍ନ କୁମାର ନନ୍ଦ, ବ୍ରହ୍ମା ଗଙ୍ଗାଧର ମିଶ୍ରଙ୍କ ତତ୍ତ୍ବାବଧାନରେ ରୀତିନୀତି ସଂପନ୍ନ ହୋଇଥିଲା। ଜିଲ୍ଲାପାଳ ଆଶିଶ୍‌ ଠାକ୍‌ରେ,ଏସ୍‌ପି ନିତିନ କୁଶଲକରଙ୍କ ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ରଥଟଣା କାର୍ଯ୍ୟ ହୋଇଥିବା ବେଳେ ଉପ ଜିଲ୍ଲାପାଳ ରାମଚନ୍ଦ୍ର କିସ୍କୁ, ରଥଯାତ୍ରର ସଂଯୋଜନା ଏବଂ ପରିଚାଳନା କରିଥିଲେ।

ଅତିରିକ୍ତ ଜିଲ୍ଲାପାଳ ଯଦୁମଣି ମହଲା, ଅତିରିକ୍ତ ଏସ୍‌ପି ବିରଞ୍ଚି ନାରାୟଣ ଦେହୁରୀ, ଏସ୍‌ଡିପିଓ ମହେନ୍ଦ୍ର ନାଥ ମୁର୍ମୁ, ଟାଉନ ଥାନାଧିକାରୀ ସୁନୀଲ କର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ଇଂ ସନ୍ତୋଷ କୁମାର ବେହେରା, ସଦର ତହସିଲଦାର ଆଶିଷ ମହାପାତ୍ରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ତଥା ଜିଲ୍ଲା ପ୍ରଶାସନର ବରିଷ୍ଠ ପ୍ରଶାସକମାନଙ୍କ ଉପସ୍ଥିତିରେ ରଥଟଣା କାର୍ଯ୍ୟ ସଂପନ୍ନ ହୋଇଥିଲା। ଏମାନଙ୍କ ବ୍ୟତୀତ ରଥଟଣା ସମୟରେ  ସଦର ବିଧାୟକ ମୋହନ ଚରଣ ମାଝୀ, କେନ୍ଦୁଝରଗଡ ପୌରପାଳିକାର ଅଧ୍ୟକ୍ଷା ନିକୁ ସାହୁ , ଜିଲ୍ଲା ପରିଷଦ ସଦସ୍ୟ ଆଶିଷ ଚକ୍ରବର୍ତ୍ତୀ, ଯୁବ ବିଜେଡି ରାଜ୍ୟ ଉପସଭାପତି ସୌମ୍ୟଶଙ୍କର ଚକ୍ର, କେସିସି ବ୍ୟାଙ୍କ ସଭାପତି କାନନ ବିହାରୀ ପହି, ଜିଳ୍ଲା ବିଜେଡି ସଭାପତି ମାଧବ ସର୍ଦ୍ଦାର, କେନ୍ଦୁଝରଗଡ ପୌରପାଳିକାର କାଉନସିଲର ଶରତ ସାହୁ, ନିହାର ଦାସ, ପଙ୍କଜ ଦ୍ୱିବେଦୀ ଉପସ୍ଥିତ ଥିଲେ।

publive-image

ବିଭିନ୍ନ ସ୍ୱେଚ୍ଛାସେବୀ ସଂଗଠନ, ସାମ୍ବାଦିକ, ବୁଦ୍ଧିଜୀବୀ, ସେବାୟତ ଓ ପୂଜାପଣ୍ଡାମାନେ ଏହି ରଥଯାତ୍ରାକୁ ସୁପରିଚାଳନାରେ ସହାୟତା କରିଥିଲେ। ଘୁଗଂର କ୍ଲବ ମଂଚରୁ ପ୍ରତ୍ୟକ୍ଷ ଧାରାବିବରଣୀ କାର୍ଯ୍ୟରେ ସୂଚନା ଓ ଲୋକ ସଂପର୍କ ବିଭାଗର ଉପ ନିଦେର୍ନ୍ଦଶକ ସଂଜୀବ ବାରିକ, ଦେବାଶିଷ ମିଶ୍ର, ଡକ୍ଟର ଚିତ୍ତ ମିଶ୍ର, ନିରଞ୍ଜନ ବାରିକ, ଅଧ୍ୟାପକ ସୁଧା ଦାଶ, ଇନ୍ଦୁମତୀ ପାତ୍ର, ପଣ୍ଡିତ ମଧୁସୂଦନ ମିଶ୍ର, ଅନନ୍ତ ପ୍ରସାଦ ଦେବତା, ଫକୀର ଚରଣ ରାଉତ ସାମିଲ ଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ ଏଚଡ଼ି ଧନରାଜ, ପୌର ଅଧିକାରୀ ମଧୁସ୍ମିତା ସାମନ୍ତରାୟ ପ୍ରମୁଖ ଉପସ୍ଥିତ ରହି ରଥ ପରିଚାଳନାରେ ସହଯୋଗ କରିଥିଲେ। କେନ୍ଦୁଝର ଏସ୍‌ପି ନିତିନ କୁଶଲକରଙ୍କ ନେତୃତ୍ୱରେ ୧୬ ପ୍ଲାଟୁନ ପୁଲିସ ଫୋର୍ସ, ୫ ଜଣ ଡିଏସ୍‌ପି, ୮ ଜଣ ଇନ୍ସପେକ୍ଟର,୧୫ ଜଣ ସବ ଇନ୍ସପେକ୍ଟର,୨୦ ଜଣ ଏଏସ୍‌ଆଇ ସମେତ ସାଦା ପୋଷାକଧାରୀ ପୁଲିସ ନିୟୋଜିତ ହୋଇଥିଲେ। ଏଥିସହ ରଥଯାତ୍ରା ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ପାଇଁ ୱାଚ୍ ଟାୱାରରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ଏଥିସହ ରଥଯାତ୍ରା ସମୟରେ ଟ୍ରାଫିକ୍ ବ୍ୟବସ୍ଥାକୁ ନିୟନ୍ତ୍ରଣ ପାଇଁ କେନ୍ଦୁଝର ସହର, ପୁରୁଣା ସହର, ବଡଦାଣ୍ଡ ଅଞ୍ଚଳରେ ଟ୍ରାଫିକ୍ ପୁଲିସ କର୍ମଚାରୀ ନିୟୋଜିତ ହୋଇଥିଲେ।

publive-image