ଦୈତାରି: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ଦୈତାରିସ୍ଥିତ ଓଡ଼ିଶା ଖଣି ନିଗମ (ଓଏମସି) ଦ୍ଵାରା ପରିଚାଳିତ ଜଗନ୍ନାଥ ମନ୍ଦିରରେ ପବିତ୍ର ରଥଯାତ୍ରା ପାଳିତ ହୋଇଯାଇଛି। ମନ୍ଦିର ପୂଜକ ଗଙ୍ଗାଧର କର ତିନି ଠାକୁରଙ୍କ ଆଳତି, ବାଳଧୂପ ଓ ନିତିକାନ୍ତି ଅନୁଯାୟୀ ଅନ୍ୟାନ୍ୟ ପୂଜାର୍ଚ୍ଚନା କରିଥିଲେ। ଅପରାହ୍ଣ ସମୟରେ ବ୍ରାହ୍ମଣ ନିଯୋଗ ସମାଜ ସଦସ୍ୟଙ୍କ ଦ୍ଵାରା ତିନି ଠାକୁରଙ୍କ ପହଣ୍ଡି ବିଜେ କରାଯାଇଥିଲା। ଆଞ୍ଚଳିକ ପରିଚାଳକ ବିଭୂତି ଭୂଷଣ ନାୟକ ରଥରେ ଛେରାପହଁରା କାର୍ଯ୍ୟ କରିଥିଲେ।

Advertisment

ପରେ ପରେ ଡାହୁକ ଲକ୍ଷ୍ମୀ ନାରାୟଣ ମିଶ୍ରଙ୍କ ନିର୍ଦ୍ଦେଶରେ ହୁଳହୁଳି, ନାମ ସଂକୀର୍ତ୍ତନ ମଧ୍ୟରେ ଭକ୍ତମାନେ ରଥକୁ ସେକ୍ଟର-୩ ଠାରେ  ଥିବା ମାଉସୀ ମା’ ମନ୍ଦିରକୁ ଟାଣି ନେଇ ଥିଲେ। ମନ୍ଦିର ପରିଚାଳନା କମିଟି ସଦସ୍ୟ ରବୀନ୍ଦ୍ର କୁମାର ପଣ୍ଡା, ହରିହର ସାହୁ, ଅଭିମନ୍ୟୁ ପାତ୍ର, ଏସ ପ୍ରଭା ସୁନ୍ଦର୍, ମାଧବାନନ୍ଦ ବଳ, ରାଜକିଶୋର ସାମଲ, ଅଜୟ ଭୋଇ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।