ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ରାଜନଗର ଠାରେ ପବିତ୍ର ରଥଯାତ୍ରା ଆନନ୍ଦ ଉଲ୍ଲାସ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି। ଆଜି ସୁସଜିତ ରଥ ସହିତ  ପାରମ୍ପାରିକ ରୀତିରେ ତିନି ଠାକୁରଙ୍କ ନୀତିସମ୍ପନ୍ନ ହୋଇଥିଲା। ରଥରେ ଦୁର୍ଯ୍ୟଧନ ମିଶ୍ର ଛେରାପହଁରା କରିଥିଲେ। ଠାକୁରଙ୍କ ପୂଜକ ସତ୍ୟାନନ୍ଦ ପଣ୍ଡା, ପ୍ରଦୀପ ମିଶ୍ର, ଗୋପୀନାଥ ପଣ୍ଡା, ବିରଞ୍ଚି ମିଶ୍ର, ଚେମୁ ପଣ୍ଡା, ଲିଟୁ ମିଶ୍ର  ପୂଜାକାର୍ଯ୍ୟ ସମ୍ପାଦନ କରିଥିବା ବେଳେ  ଶିଶିର ପଣ୍ଡା, ଧର୍ମାନନ୍ଦ ମିଶ୍ର, ରଞ୍ଜିତ ମିଶ୍ର  ପ୍ରମୁଖ ସହଯୋଗ କରିଥିଲେ।

Advertisment

ପାଟଣା ବିଡିଓ ଶିବ ଶଙ୍କର ମୁର୍ମୁ , ଅତିରିକ୍ତ ତହସିଲଦାର ସରଣ କୁମାର ଜେନାଙ୍କ ତତ୍ତ୍ବାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଅକ୍ଷୟ ନାରାୟଣ ମିଶ୍ର, କୈବଲ୍ୟ ସାହୁ ଧାରାବିବରଣୀ ପ୍ରଦାନ କରିଥିଲେ। ସରପଞ୍ଚ ସୁଧାଂଶୁ ନାଏକ, ତୃପ୍ତି ରଞ୍ଜନ ସିଂହ, ଦୋଳ ଚକ୍ର, ଜତୀନ୍ଦ୍ର ସିଂହ, ଦିଲୀପ ସିଂହ, ପ୍ରିୟରଞ୍ଜନ ସିଂହ , ପ୍ରଫୁଲ୍ଲ ରାଉତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ମଣି ଭୂଷଣ ବାରିକ ରଥକୁ ଫୁଲରେ ସଜେଇଥିଲେ। ଚମ୍ପୁଆ ଏସଡିପିଓ ରାମ ରାୟ ମୁର୍ମୁ , ତୁରୁମୁଙ୍ଗା ଥାନା ଅଧିକାରୀ ମଦନ ମୋହନ ନାଏକ ପ୍ରମୁଖ ଶାନ୍ତିଶୃଙ୍ଖଳା ରକ୍ଷା କରିଥିଲେ।