ମାଲକାନଗିରି: ମାଲକାନଗିରି ଜିଲ୍ଲାରେ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତଦୋୟ ଅନପୂର୍ଣ୍ଣା ଯୋଜନା ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବ୍ୟାପକ ହେରଫେର ଚାଲୁଥିଲା। ଯାହାକି ବିଭାଗ ପକ୍ଷରୁ ପ୍ରତିମାସରେ ଯାଞ୍ଚ କରାଯାଇ ଭୂତ କାର୍ଡଗୁଡିକକୁ କାଟଛାଟ କରି କଟାଯାଇଛି। ତେବେ ଗତ ୪ରୁ ୫ ବର୍ଷ ମଧ୍ୟରେ ପ୍ରାୟ ୩୦ ହଜାରରୁ ଉର୍ଦ୍ଧ୍ବ ଭୂତ କାର୍ଡ କଟାଯାଇଥିବା ଜଣାପଡିଛି।ରାଜ୍ୟ ସରକାରଙ୍କର ନିର୍ଦ୍ଦେଶ ପରେ ଏହି କାଟଛାଟ ଚାଲିଥିବା କୁହାଯାଇଛି। ଏବେ ଏହାକୁ ଗୁରୁତ୍ବର ସହ ନେଇଛି ବିଭାଗ। ଭୁତ କାର୍ଡକୁ କାଟିବା ପରେ ନୂତନ ହିତାଧିକାରୀଙ୍କୁ ଏଥିରେ ଯୋଡାଯିବ ବୋଲି କୁହାଯାଇଛି। ଏବେ ଯାଞ୍ଚ ଚାଲିଥିବା ବେଳେ ଆଗକୁ ଆହୁରି ଭୂତ କାର୍ଡ କଟିବାର ସମ୍ଭାବନା ରହିଥିବା ବିଭାଗ ପକ୍ଷରୁ କୁହାଯାଇଛି। ତେବେ ରିପୋର୍ଟ ଅନୁଯାୟୀ କେନ୍ଦ୍ର ଖାଦ୍ୟ ସୁରକ୍ଷା ଯୋଜନାରେ ଜିଲ୍ଲାର ଚିତ୍ରକୋଣ୍ଡା ବ୍ଲକରେ ୧୨୫୭୦ ହିତାଧିକାରୀ ରହିଥିବାବେଳେ ୨୨୦୫ କିଲୋ ଚାଉଳ ପ୍ରଦାନ କରାଯାଉଛି।ସେହିପରି କାଲିମେଳା ବ୍ଲକରେ ୩୦,୩୩୦ ହିତାଧିକାରୀଙ୍କୁ ୫୬୪୮ କିଲୋ ଚାଉଳ,ଖଇରପୁଟ ବ୍ଲକର ୮,୫୧୦ ହିତାଧିକାରୀଙ୍କୁ ୧୫୮୦ କିଲୋ ଚାଉଳ,କୋରକୋଣ୍ଡା ବ୍ଲକର ୧୫,୦୪୮ ହିତାଧିକାରୀଙ୍କୁ ୨୮୬୪ କିଲୋ ଚାଉଳ,ମାଲକାନଗିରି ବ୍ଲକର ୨୦୯୮୮ ହିତାଧିକାରୀଙ୍କୁ ୩୮୮୫ କିଲୋ ଚାଉଳ,ମାଥିଲି ବ୍ଲକର ୧୮,୭୪୨ ହିତାଧିକାରୀଙ୍କୁ ୩୫୪୦ କିଲୋ ଚାଉଳ,ପଡିଆ ବ୍ଲକର ୯୪୫୯ ହିତାଧିକାରୀଙ୍କୁ ୧୭୧୮ କିଲୋ ଚାଉଳ,ବାଲିମେଳା ଏନଏସିର ୧୮୩୮ ହିତାଧିକାରୀଙ୍କୁ ୩୦୫ କିଲୋ ଚାଉଳ ଏବଂ ମାଲକାନଗିରି ପୌର ପରିଷଦର ୪୫୨୨ ହିତାଧିକାରୀଙ୍କୁ ୭୩୯ କିଲୋ ଚାଉଳ ପ୍ରଦାନ କରାଯାଉଛି।

Advertisment

ଜିଲ୍ଲାରେ ମୋଟ ୧,୨୨,୦୦୮ ଜଣ ହିତାଧିକାରୀଙ୍କୁ ୨୨,୪୮୦ କିଲୋ ଚାଉଳ ପ୍ରଦାନ କରାଯାଉଛି।ସେହିପରି ଜିଲ୍ଲାରେ ଅନ୍ତଦୋୟ ଅନପୂର୍ଣ୍ଣ ଯୋଜନାରେ ଚିତ୍ରକୋଣ୍ଡା ବ୍ଲକରେ ୩୨୦୧ ହିତାଧିକାରୀ ରହିଥିବା ବେଳେ କାଲିମେଳା ବ୍ଲକରେ ୪୩୨୮ ହିତାଧିକାରୀ,ଖଇରପୁଟ ବ୍ଲକରେ ୫୭୮୧ ଜଣ ହିତାଧିକାରୀ,କୋରକୋଣ୍ଡା ବ୍ଲକରେ ୨୭୩୫ ହିତାଧିକାରୀ,ମାଲକାନଗିରି ବ୍ଲକରେ ୩୦୨୮ ହିତାଧିକାରୀ,ମାଥିଲି ବ୍ଲକରେ ୩୩୫୨ ହିତାଧିକାରୀ,ପଡିଆ ବ୍ଲକରେ ୧୬୩୪ ହିତାଧିକାରୀ,ବାଲିମେଳା ଏନଏସିରେ ୨୧୫ ହିତାଧିକାରୀ ଏବଂ ମାଲକାନଗିରି ପୌର ପରିଷଦରେ ୪୨୮ ଜଣ ହିତାଧିକାରୀ ରହିଛନ୍ତି।ଏମାନଙ୍କୁ ୩୫ କିଲୋ ହିସାବରେ ମୋଟ ୮୫୦୯ କିଲୋ ଚାଉଳ ପ୍ରତି ମାସରେ ପ୍ରଦାନ କରାଯାଉଛି।

ତେବେ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନାରେ ବର୍ତ୍ତମାନ ଚିତ୍ରକୋଣ୍ଡା ବ୍ଲକରେ ୬୧୦ ଜଣ ହିତାଧିକାରୀଙ୍କୁ ୯୧ କ୍ବିଣ୍ଟାଲ ଚାଉଳ ପ୍ରଦାନ କରାଯାଉଥିବା ବେଳେ କାଲିମେଳା ବ୍ଲକର୧୨୦୩ ଜଣ ହିତାଧିକାରୀଙ୍କୁ ୧୯୧ କ୍ବିଣ୍ଟାଲ ଚାଉଳ,ଖଇରପୁଟ ବ୍ଲକର ୨୯୫ ହିତାଧିକାରୀଙ୍କୁ ୫୬ କ୍ବିଣ୍ଟାଲ ଚାଉଳ,କୋରକୋଣ୍ଡା ବ୍ଲକର ୫୫୨ ହିତାଧିକାରୀଙ୍କୁ ୯୧ କ୍ବିଣ୍ଟାଲ ଚାଉଳ,ମାଲକାନଗିରି ବ୍ଲକର ୨୨୬୮ ହିତାଧିକାରୀଙ୍କୁ ୪୩୫ କ୍ବିଣ୍ଟାଲ ଚାଉଳ,ମାଥିଲି ବ୍ଲକର ୫୩୧ ହିତାଧିକାରୀଙ୍କୁ ୮୦ କ୍ବିଣ୍ଟାଲ ଚାଉଳ,ପଡିଆ ବ୍ଲକର ହିତାଧିକାରୀଙ୍କୁ ୨୫୮ ଙ୍କୁ ୪୦ କ୍ବିଣ୍ଟାଲ ଚାଉଳ,ବାଲିମେଳା ଏନଏସିର ୮୫ ହିତାଧିକାରୀଙ୍କୁ ୧୧ କ୍ବିଣ୍ଟାଲ ଚାଉଳ ଏବଂ ମାଲାକନଗିରି ପୌର ପରିଷଦର ୫୭୪ ଜଣ ହିତାଧିକାରୀଙ୍କୁ ୮୮ କ୍ବିଣ୍ଟାଲ ଚାଉଳ ପ୍ରଦାନ କରାଯାଉଛି।ତେବେ ମୋଟରେ ଜିଲ୍ଲାରେ ୬୩୭୭ ହିତାଧିକାରୀଙ୍କୁ ୧୦୮୭ କ୍ବିଣ୍ଟାଲ ଚାଉଳ ପ୍ରତିମାସରେ ପ୍ରଦାନ କରାଯାଉଛି।ଏବେ ପୁଣି ନୂତନ ଭାବେ ରାସନ କାର୍ଡ ପାଇଁ ଆବେଦନ କରିଥିବା ରିପୋର୍ଟ ଅନୁଯାୟୀ କାଲିମେଳା ବ୍ଲକରେ ୨୧୦ ଜଣ,କୋରକୋଣ୍ଡା ବ୍ଲକରେ ୨୫୩ ଜଣ,ମାଥିଲି ବ୍ଲକରେ ୧୯୪ ଜଣ,ପଡିଆ ବ୍ଲକରେ ୮୫ ଜଣ,ଚିତ୍ରକୋଣ୍ଡା ବ୍ଲକରେ ୧୨୨ ଜଣ,ଖଇରପୁଟ ବ୍ଲକରେ ୩ ଜଣ,ମାଲକାନଗିରି ବ୍ଲକରେ ୮୯ ଜଣ,ବାଲିମେଳା ଏନଏସିରେ ୮୦ ଜଣ ଏବଂ ମାଲକାନଗିରି ପୌର ପରିଷଦରେ ୨୪୩ ଜଣ। ମୋଟ ଜିଲ୍ଲାରେ ୧୨୭୯ ଜଣ ନୂତନ କାର୍ଡ ପାଇଁ ଆବେଦନ କରିଛନ୍ତି।