ପୂର୍ବତନ ଉପବାଚସ୍ପତିଙ୍କ ପତ୍ନୀ ରତ୍ନମାଳାଙ୍କ ପରଲୋକ

ମାଲକାନଗିରି: ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରା ଏବଂ ନବରଂଗପୁରର ପୂର୍ବତନ ବିଧାୟକ ମୁଦି ନାୟକଙ୍କ ଝିଅ ରତ୍ନମାଳା ନାୟକଙ୍କର ପୂର୍ବହ୍ନ ୨.୧୨ ସମୟରେ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ବର ସ୍ଥିତ ଏମସ୍ ହସ୍ପିଟାଲରେ ପରଲୋକ ହୋଇଯାଇଛି। ରତ୍ନମାଳୀ ବିଏ, ବିଇଡି ବାସ କରିବା ପରେ ତହସିଲ ଭୁକ୍ତ ଜାତି ଓ ଜନଜାତି ବିଭାଗରେ ଶିକ୍ଷୟତ୍ରୀ ଜୀବନ ଆରମ୍ଭ କରିଥିଲେ। ପ୍ରଥମେ କାଲିମେଳା ବାଳିକା ଉଚ୍ଚ ବିଦ୍ୟାଲୟ, ଗୁଣୁପର ନିକଟସ୍ଥ ପୋଡାଗଡ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ମୁନିଗୁଡା ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନେଶ୍ବର ସ୍ଥିତ ଖଣ୍ଡଗିରି ହାଇସ୍କୁଲ ଇତ୍ୟାଦିରେ ଶିକ୍ଷକତା କରିଥିଲେ। ୨୦୦୮ ମସିହାରେ ଅବସର ଗ୍ରହଣ କରିବା ପରେ ସମାଜ ସେବା ଆରମ୍ଭ କରିଥିଲେ।

ଶିଷୁ ଓ ମହିଳା ଉନ୍ନୟନ ଏବଂ ଉଥ୍ଥାନ କାର୍ଯ୍ୟରେ ନିଜକୁ ନିୟୋଜିତ କରିଥିଲେ। ୧୯୭୦ ମସିହାରେ ସେ ପୂର୍ବତନ ଉପବାଚସ୍ପତି ପ୍ରହ୍ଲାଦ ଦୋରାଙ୍କୁ ବିବାହ କରିଥିଲେ। ସେ ଆଧ୍ୟାତ୍ମିକ ବାଦିନୀ ଥିଲେ। ସେ ଅହିଂସା, ସତ୍ୟ, ପ୍ରେମ ଓ ଶାନ୍ତିରେ ବିଶ୍ବାସ କରୁଥିଲେ। ପାଙ୍ଗାମ ଠାରେ ରହିଥିବା ‘ହାତୀରାମ ଗୁରୁ- ବିଦ୍ୟାମନ୍ଦିର’ର ସହ ପ୍ରତିଷ୍ଠାତା ଥିଲେ।  ଭୁବନେଶ୍ବର ସ୍ଥିତ ସୂର୍ଯ୍ୟନଗର ଶ୍ମଶାନରେ ତାଂକର ଆଦିବାସୀ ପରଂପରାରେ ଅନ୍ତିମ ସଂସ୍କାର କରାଯାଇଛି। ବଡ ଝିଅ ଓ ସାନ ପୁଅ ଦୁହେଁ ମୁଖାଗ୍ନୀ ଦେଇଥିଲେ।

ସମ୍ବନ୍ଧିତ ଖବର